Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ନୋ ବାର୍ଥଡେ ପାର୍ଟି… ଏଥର ଭାଇଜାନ୍‌ କାହିଁକି କହିଲେ ନା,କରିବେ କ’ଣ ?

26/12/2019 at 12:08 PM

ମୁମ୍ବାଇ୨୬|୧୨: ଆସନ୍ତା ୨୭ତାରିଖରେ ବଲିଉଡ୍‌ ଭାଇଜାନ ସଲମାନ ଖାନଙ୍କର ଜନ୍ମଦିନ। ଏଥର ଦବଙ୍ଗ ଷ୍ଟାର ସଲମାନ ନିଜର ୫୪ ତମ ଜନ୍ମଦିନ ପାଳନ କରି ଥାନ୍ତେ। ପ୍ରତିବର୍ଷ ସଲମାନ ତାଙ୍କ ଫାର୍ମ ହାଉସରେ ଖୁବ୍‌ ଧୁମ୍‌ଧାମରେ ନିଜର ଜନ୍ମଦିନ ପାଳନ କରନ୍ତି। ସଲମାନଙ୍କ ବର୍ଥଡେ ସେଲିବ୍ରେଶନର ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୁଏ।

ସୋସିଆଲ ମିଡିଆ ମାଧ୍ୟମରେ ହିଁ ଦର୍ଶକ ତାଙ୍କ ସେଲିବ୍ରେଶନ ବିଷୟରେ ଜାଣିପାରନ୍ତି। ଦବଙ୍ଗ ସଲମାନ ଖାନ ଉଭୟ ବଡ ପରଦା ଓ ଛୋଟ ପରଦାରେ ରାଜ କରନ୍ତି। ପିଲ୍ମ ଓ ଟିଭି ଶୋ ବ୍ୟତୀତ ସଲମାନ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ରୁହନ୍ତି। ଟୁଇଟର, ଇନ୍‌ଷ୍ଟାଗ୍ରାମ ହେଉ ବା ଫେସବୁକ୍‌, ସବୁଥିରେ ସଲମାନଙ୍କର ଫ୍ୟାନ ଫଲୋଇଂ ବହୁତ ଅଧିକ ରହିଛି।

ସୂଚନାଯୋଗ୍ୟ ଯେ, ଏଥର ସଲମାନ ତାଙ୍କ ଜନ୍ମଦିନ ନିଜ ଫାର୍ମ ହାଉସରେ ପାଳନ କରିବେ ନାହିଁ। ଏହାର କାରଣ ହେଉଛି ତାଙ୍କ ଭଉଣୀ ଅର୍ପିତା । ଅର୍ପିତା ଗର୍ଭବତୀ ଥିବାରୁ ଭାଇଜାନ୍‌ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ ବୋଲି କହିଛନ୍ତି। ପ୍ରକୃତରେ ସଲମାନ କିଛି ସମୟ ତାଙ୍କ ଭଉଣୀଙ୍କ ସହ ବିତାଇବାକୁ ଚାହାନ୍ତି।

ଏଥିପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି। ରିପୋର୍ଟ ଅନୁସାରେ ୨୭ ତାରିଖରେ ଅର୍ପିତା ସିଜରିଆନ୍‌ ସେକ୍ସନ କରି ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବେ। ଏହା ପରେ ମାମୁ ଭଣଜା ଗୋଟିଏ ଦିନରେ ମିଶି ଜନ୍ମଦିନ ପାଳନ କରିବେ ବୋଲି ଅର୍ପିତା କହିଛନ୍ତି।

   Related Posts