ରାନୁ ମଣ୍ଡଳଙ୍କୁ ସଲମନ ଖାନ ଦେବେ ୫୫ ଲକ୍ଷ ଟଙ୍କାର ଘର ଓ ନିଜ ସିନେମାରେ ଗାଇବାର ସୁଯୋଗ !

Published By : Prameya-News7 Bureau | August 27, 2019 IST

ମୁମ୍ବାଇ୨୬|୮: ଷ୍ଟେସନରେ ଗୀତ ଗାଇ ପେଟ ପାଇଁ ଖାଦ୍ୟ ସଂଗ୍ରହ କରୁଥିବା ରାନୁ ମଣ୍ଡଳ ରାତାରାତି ଷ୍ଟାର ପାଲିଟି ଗଲେ।ରାନୁଙ୍କୁ ଏବେ ପୂରା ଭାରତର କୋଣନୁକୋଣରେ ଲୋକେ ଜାଣି ସାରିଲେଣି। ଷ୍ଟେସନରେ ଲତା ମଙ୍ଗେସ୍କରଙ୍କ ଗୀତ ‘ଏକ ପ୍ୟାର କା ନଗମା….. ଗୀତ ଗାଉଥିବା ଦେଖି ଏତିନ୍ଦ୍ର ଚକ୍ରବର୍ତ୍ତୀ ନାମକ ଯୁବକ ଗୀତକୁ ରେକଡିଂ କରିଥିଲେ।ଗୀତଟିକୁ ସୋସିଆ ମିଡ଼ିଆରେ ଭାଇରାଲ କରାଯାଇଥିଲା।

{"id":149682,"width":549,"height":307}

ସୋସିଆଲ ମଡ଼ିଆରେ ରାନୁଙ୍କ ଗୀତ ବେଶ ଆଦୃତି ଲାଭ କରିଥିଲା।​‌ ରାନୁଙ୍କ ସୁରିଲା କଣ୍ଠ ତାଙ୍କୁ ହିମେଶ ରଶମିଆଁଙ୍କ ପାଖରେ ପହଞ୍ଚାଇଥିଲା। ହିମେଶଙ୍କ ଅପ କମିଂ ଫିଲ୍ମରେ ରାନୁ ଗୋଟେ ଗୀତ ଗାଇ ସାରିଲେଣି।ସେଥିଲାଗି ରାନୁଙ୍କୁ  ପାରିଶ୍ରମିକ ମିଳିସାରିଛି।ବଲିଉଡର ଭାଇଜାନ ସଲମାନ ଖାନଙ୍କ ଆଗାମୀ ଫିଲ୍ମରେ ରାନୁ ମଣ୍ଡଳଙ୍କୁ ଗୀତ ଗାଇବେ ବୋଲି ସୋସିଆଲ ମିଡ଼ିଆରେ ବୋଲି ଚର୍ଚ୍ଚା ହେଉଛି।

{"id":149683,"width":560,"height":264}

ରାନୁ ମଣ୍ଡଳଙ୍କୁ ଗୋଟେ ବଡ଼ ଘର ସଲମାନ ଖାନ ଦେଇଛନ୍ତି ବୋଲି ମଧ୍ୟ ସୋସିଆଲ ମିଡିଆରେ ଖବର ଭାଇରାଲ ହେଉଛି।ସେହି ଘରର ଦାମ ୫୫ ଲକ୍ଷ ଟଙ୍କା ରହିଛି। ବଲିଉଡ ପ୍ରସିଦ୍ଧ ଗାୟକ ହିମେଶ ରଶମିଆଁ ତାଙ୍କୁ ଫିଲ୍ମରେ ଗୀତ ଗାଇବା ପାଇଁ ସୁଯୋଗ ଦେଇସାରିଛନ୍ତି। ହିମେଶଙ୍କ ଫିଲ୍ମରେ ରାନୁ ମଣ୍ଡଳ ଗୀତ ଗାଇବା ପଛରେ ସଲମାନ ଖାନଙ୍କ ପରିବାର ହାତ ରହିଛି।

{"id":149684,"width":568,"height":295}

ସଲମନଙ୍କ ବାପା ସଲିମ୍ ଖାନ କହିଥିବା କଥାକୁ ମାନି ହିମେଶ ଗୀତ ଗାଇବା ପାଇଁ  ତାଙ୍କୁ ସୁଯୋଗ ଦେଇଥିଲେ।ହିମେଶଙ୍କ ସହ ରାନୁ ମଣ୍ଡଳ ଗାଇଥିବା ଡୁଏଟ୍‌ ଗୀତ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏକ ଟେଲିଭିଜନ ସୋ ରେ ହିମେଶ କହିଥିଲେ, ସଲମାନ ଖାନଙ୍କ ବାପା ସଲିମ୍ ଖାନ କହିଥିଲେ ଯେ, ଯାହା ପାଖରେ କଳା ଅଛି ତାଙ୍କୁ ଆଗକୁ ନେବାରେ ସାହାର୍ଯ୍ୟ କର।ତାଙ୍କ ଆଦେଶକୁ ମାନି ରାନୁଙ୍କୁ ହିମେଶ ସୁଯୋଗ ଦେଇଥିଲେ।

{"id":149685,"width":590,"height":396}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.