ଏହି କାରଣରୁ ବିଗ୍ ବସ୍ ସିଜିନ୍ ୧୩ ଆରମ୍ଭରୁ ସଲମାନ ଖାନଙ୍କୁ ସହିବାକୁ ପଡ଼ିବ କ୍ଷତି…

Published By : Prameya-News7 Bureau | September 30, 2019 IST

ମୁମ୍ବାଇ୩୦|୯: ଟେଲଭିଜନରେ ପ୍ରସାରଣ ହେଉଥିବା ‘ସୋ’ ମଧ୍ୟରୁ ବିଗ ବସ୍ ହେଉଛି ସବୁଠାରୁ ବିବାଦୀୟ ‘ସୋ’। ବିଗ୍ ବସ୍ ସିଜିନ ୧୩ ଆରମ୍ଭ ହୋଇ ସାରିଛି। ସେପ୍ଟେମ୍ବର ୨୯ ତାରିଖ ରାତି ୯ଟାରେ ସଲମାନ ଖାନ ଦମଦାର ଭାବେ ବିଗ ବସ ସିଜିନ୍‌ ୧୩ର ‘ପ୍ରିମିୟର ‘ସୋ’ ଆରମ୍ଭ କରିଥିଲେ। ବିଗ୍‌ ବସ ‘ସୋ’ ଆରମ୍ଭ ହେଲା ମାତ୍ରେ ଟିଆରପି କଥା ସାମ୍ନାକୁ ଆସେ। ଏହି ଟିଆରପି ହିଁ ସଲମନଙ୍କ କ୍ଷତିର ବଡ଼ କାରଣ। ‘ସୋ’ ର  ପ୍ରସାରଣ ସମୟ ଦବଙ୍ଗ ଷ୍ଟାର ସଲମାନ ଖାନଙ୍କୁ ବଡ଼ ଅଡ଼ୁଆରେ ପକାଇ ଦେଇଛି।

ସଲମାନଙ୍କ ‘ସୋ’ ବିଗ ବସ୍ ସିଜିନ ୧୩ ରାତି ୧୦. ୩୦ ମିନିଟରେ ଆରମ୍ଭ ହେବ। ସପ୍ତାହର ୫ ଦିନ ବିଗ ବସ୍‌ ‘ସୋ’ ଟିଭିରେ ପ୍ରସାରିତ ହେବ। ଅନ୍ୟ ୨ ଦିନ ଶନିବାର ଓ ରବିବାର ବିଗ୍ ବସ୍‌ ‘ସୋ’ର ସଦସ୍ୟଙ୍କ ସଂପର୍କରେ ସଲମାନ ଖାନ ପଚାରି ବୁଝିବେ। ଏହି  ସୋ ରେ ବିଭିନ୍ନ କଥାକୁ ନେଇ ବିଗବସ୍‌ ଘର ସଦସ୍ୟଙ୍କ ମଧ୍ୟରେ ମନାନ୍ତର ଓ ମତାନ୍ତର ହୋଇଥାଏ । ବେଳେ ବେଳେ ଏହା ଉଗ୍ର  ରୂପ ଧାରଣ କରିଥାଏ  । ମାରପିଟ୍‌ ପର୍ଯ୍ୟନ୍ତ କଥା ଯାଇଥାଏ ।  ଏହିସବୁର ସମସ୍ୟାର ସମାଧାନ ଲାଗି ଶନିବାର ଓ ରବିବାର ସଲମାନ ଖାନ ସଦସ୍ୟଙ୍କ ଭୁଲ ଠିକ୍‌ର ହିସାବ କରିଥାଆନ୍ତି। ଏହି ଦୁଇଦିନରେ ବିଗ୍‌ ​​‌‘ସୋ’ର ଟିଆରପି ଅଧିକ ରହିଥାଏ। କିନ୍ତୁ ଏଥର ପୂର୍ବଭଳି ସଲମାନଙ୍କ ‘ସୋ’ ର ଟିଆରପି ବଢ଼ିବ ନାହିଁ। ଏହାଦ୍ବାରା ସଲମାନଙ୍କୁ କାହିଁକି କ୍ଷତି ସହିବାକୁ ପଡ଼ିବ ଜାଣନ୍ତୁ -

ପ୍ରଥମ ଥର ସଲମାନ ଖାନ ଟିଭି ଇଣ୍ଡଷ୍ଟ୍ରିର ‘ଦ କପିଲ ଶର୍ମା’  ‘ସୋ’ ର ପ୍ରଯୋଜନା ଭାର ଦାୟିତ୍ବ ନେଇଛନ୍ତି। ‘ଦ କପିଲ ଶର୍ମା’  ‘ସୋ’ର ସମସ୍ତ ଖର୍ଚ୍ଚ ସଲମାନ ଖାନ ବହନ କରିବେ। ଏହି ସୋ ସପ୍ତାହ​‌ରେ ଦୁଇ ଦିନ ଶନିବାର ଓ ରବିବାର ରାତି ୯ଟାରେ ପ୍ରସାରଣ ହେବ। 

ଶନିବାର ଓ ରବିବାର ବିଗ ବସ୍ ବନାମ ଦ କପିଲ ଶର୍ମା ସୋ ସାମ୍ନାସାମ୍ନି ହେବେ। କପିଲ ଶର୍ମାଙ୍କ ‘ସୋ’ର ଟିଆରପି ମଧ୍ୟ ଟପ ଲିଷ୍ଟରେ ରହିଛି। ଦୁଇଟି ‘ସୋ’ ମଧ୍ୟରୁ ଯାହାର ଟିଆରପି ବଢ଼ିବ ସଲମାନ ଖୁସି ହେବ। କିନ୍ତୁ ଅନ୍ୟପଟେ କପିଲ ଶର୍ମାଙ୍କ ‘ସୋ’ ର ଟିଆରପି କମିଲେ ସଲମାନ ଖାନଙ୍କୁ କ୍ଷତି ସହିବାକୁ ହେବ। ବିଗ ବସ ‘ସୋ’ ର ଟିଆରପି କମିଲେ ସଲମାନଙ୍କ ଷ୍ଟାରଡମ ଉପରେ ପ୍ରଭାବ ପଡିବ। ଟେଲିଭିଜନରେ ପ୍ରସାରଣ ହେଉଥିବା ଦୁଇଟି ‘ସୋ’ ର ଲୋକପ୍ରିୟ । ଦୁଇଟି ସୋର ସମୟ ଏକା ରହିଥିବାରୁ ସଲମାନ ଖାନଙ୍କୁ କ୍ଷତି ସହିବାକୁ ପଡ଼ିପାରେ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.