ପ୍ଲିଜ୍ ଏପରି କରନ୍ତୁ ନାହିଁ...ଫ୍ୟାନ୍ସଙ୍କ କାର୍ଯ୍ୟ ଦେଖି ଦୁଃଖି ହେଲେ ସଲମାନ, ବାରମ୍ବାର କରୁଛନ୍ତି ଅନୁରୋଧ

Published By : Prameya-News7 Bureau | November 29, 2021 IST

ମୁମ୍ବାଇ ୨୯/୧୧: ବଲିଉଡର ଦବଙ୍ଗ ଖାନଙ୍କ ଫିଲ୍ମ ଅନ୍ତିମ’ ନିକଟରେ ରିଲିଜ୍ ହୋଇଥିଲା। ନିଜ ଫେଭରେଟ୍ ଷ୍ଟାରଙ୍କୁ ଦେଖିବା ପାଇଁ ହଲ୍ ଭିତରେ ଭିଡ ଜମିଥିଲା। ଏହି ସମୟରେ ଫ୍ୟାନ୍ସମାନେ ଉତ୍ସାହିତ ହୋଇ ଖିୁବ୍ ବାଣ ଫୁଟାଇଥିଲେ। ଯାହାପରେ ସଲମାନ ଏକ ଭିଡିଓ ସେୟାର କରି ପ୍ରଶଂସକଙ୍କୁ ଏପରି ନକରିବାକୁ ନିବେଦନ କରିଥିଲେ। ବର୍ତ୍ତମାନ ଅଭିନେତା ପୁଣି ଥରେ ଫ୍ୟାନ୍ସଙ୍କ ଏପରି କିଛି କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

wp:html
/wp:html

ସଲମାନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ପ୍ରଶଂସକ ଫିଲ୍ମ ‘ଅନ୍ତିମ’ର ପୋଷ୍ଟରରେ କ୍ଷୀର ଢାଳୁଥିବାର ନଜର ଆସିଛନ୍ତି। କ୍ଷୀର ନଷ୍ଟ ନକରିବାକୁ ସଲମାନ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସେ ଲେଖିଛନ୍ତି, ଅନେକ ଲୋକ ପାଣି ପିଇବାକୁ ପାଆନ୍ତି ନାହିଁ ଏବଂ ଆପଣ ଏପରି କ୍ଷୀର ନଷ୍ଟ କରୁଛନ୍ତି। ଯଦି ଆପଣଙ୍କୁ କ୍ଷୀର ଦେବାର ଅଛି, ତେବେ ମୁଁ ସମସ୍ତ ପ୍ରଶଂସକଙ୍କୁ ଅନୁରୋଧ କରୁଛି ଆପଣ ଏହାକୁ ଗରିବ ପିଲାଙ୍କୁ ପିଆନ୍ତୁ, ଯେଉଁମାନେ କ୍ଷୀର ପିଇବାକୁ ପାଆନ୍ତି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.