Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

‘କୌଣସି କାମ ବିନା କ୍ୟାରିୟରର ସବୁଠୁ ଅଧିକ ଦିନ ବେକାର ହୋଇ ଘରେ ବସିଛି’ : ଜାଣନ୍ତୁ ଏଭଳି କାହିଁକି କହିଲେ ସଲମାନ ଖାନ୍?

11/05/2020 at 9:47 PM

 ମୁମ୍ବାଇ ୧୧/୫: ଯେବେଠୁ ଲକଡାଉନ୍ ଜାରି ହୋଇଛି ସେବେଠାରୁ ସଲମାନ ଖାନ୍ ତାଙ୍କ ପନଓ୍ବେଲ୍ ଫାର୍ମହାଉସରେ ଅଛନ୍ତି। ସଲମାନ ଏଠାକୁ ନିଜ ଭଣଜା ଆହିଲଙ୍କ ଜନ୍ମଦିନ ପାଳନ କରିବାକୁ ଆସିଥିଲେ। କିନ୍ତୁ ଲକଡାଉନ୍ ବଢ଼ିବା ପରଠୁ ସେ ଏଠାରେ ଅଛନ୍ତି। ସେ ଏଠାକୁ ନିଜ ପରିବାର ସହ ସମୟ ବିତାଇବାକୁ ଆସିଥିଲେ କିନ୍ତୁ ତାଙ୍କ ପରିବାର ଏବେ ସେଠାରୁ ଯାଇ ସାରିଛି। ଏପରି ପରିସ୍ଥିତିରେ ସଲମାନ୍ ନିଜର ଅଟକିଥିବା କାମ ଏବଂ ପରିବାର ସହ ଜଡ଼ିତ କିଛି କଥା ସେୟାର କରିଛନ୍ତି।

ନିକଟରେ ସଲମାନ ନିଜର ଇନଷ୍ଟାରେ ଲକଡାଉନ୍ କନଭରଜେସନର ତୃତୀୟ ଭାଗ ସେୟାର କରିଛନ୍ତି। ଏଥିରେ ସେ କହିଛନ୍ତି ଯେ ଲକଡାଉନ୍ ସରିବା ମାତ୍ରେ ସେ ଘରକୁ ଯିବେ ଯଦି ଏପରି ନହେଲା ତେବେ ଫାର୍ମହାଉସରେ କିଛି କରିବେ। ସଲମାନ କହିଛନ୍ତି ଯେ –ସେ ୧୫ବର୍ଷର ଥିବାବେଳେ କାମ ଆରମ୍ଭ କରିଥିଲେ। ଏହା ସବୁଠୁ ଲମ୍ବା ସମୟ ଯେତେବେଳେ ସେ କିଛି କରି ନାହାନ୍ତି। ସେ ନିଜକୁ ଗ୍ରୋ କରିବାକୁ ଚାହୁଁଛନ୍ତି ଏବଂ କାମ କରିବାକୁ ଚାହୁଁଛନ୍ତି। ସେ ନିଜ ପରିବାର ସହ ସମୟ ବିତାଇବାକୁ ଚାହୁଁଥିଲେ କିନ୍ତୁ ସେମାନେ ସମସ୍ତେ ଯାଇ ସାରିଛନ୍ତି।

ସଲମାନ୍ ଖାନ୍ ଏବେ ଜ୍ୟାକଲିନ୍ ଏବଂ ୟୁଲିୟାଙ୍କୁ ଫିଟନେସ୍ ଟ୍ରେନିଂ ଦେଉଛନ୍ତି।  

   Related Posts