ରାଜନୀତି, ନିର୍ବାଚନ ଓ ନିର୍ବାଚନ ପ୍ରଚାର ସମ୍ପର୍କରେ ସଲମାନ ଖାନ ଦେଲେ ଏମିତି ମନ୍ତବ୍ୟ, କଂଗ୍ରେସର ଉଡିଲା ହୋଶ

Published By : Prameya-News7 Bureau | March 21, 2019 IST

ମୁମ୍ବାଇ ୨୧/୩ : ବଲିଉଡ ସୁପରଷ୍ଟାର ସଲମାନ ଖାନ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି | ସଲମାନ ଆଜି ଏକ ଟ୍ୱିଟ କରି କହିଛନ୍ତି ଯେ, ସେ ନିର୍ବାଚନ ଲଢ଼ିବେ ନାହିଁ କି କୌଣସି ଦଳ ପାଇଁ ପ୍ରଚାର ମଧ୍ୟ କରିବେ ନାହିଁ | ରାଜନୀତିକୁ ଦୂରରୁ ଜୁହାର କରିଦେଇଛନ୍ତି |

wp:core-embed/twitter {"url":"https://twitter.com/BeingSalmanKhan/status/1108662305921871872","type":"rich","providerNameSlug":"twitter","className":""}
https://twitter.com/BeingSalmanKhan/status/1108662305921871872
/wp:core-embed/twitter


ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରଙ୍କୁ ଭୋଟଦେବା ପାଇଁ ଅପିଲ କରିବାକୁ ଯାଇ ଅଭିନେତା, ଅଭିନେତ୍ରୀ, ଖେଳାଳୀ, ନେତା, ରାଜନେତାଙ୍କୁ ଟ୍ୱିଟରେ ଟେଗ କରିଥିଲେ | ସେ କହିଥିଲେ ଯେ, ଭୋଟ ଦେବା କେବଳ ଅଧିକାର ନୁହେଁ ବରଂ ଦେଶର ନାଗରିକଙ୍କ କର୍ତବ୍ୟ | ଭୋଟ ଦେବା ପାଇଁ ଯୁବପିଢ଼ିଙ୍କୁ ପ୍ରେରଣା ଦେବା ଉଚିତ ଏବଂ ଏହାଦ୍ୱାରା ଗଣତନ୍ତ୍ର ସୁଦୃଢ ହେବ ବୋଲି କହିଥିଲେ ମୋଦି | ମୋଦିଙ୍କ ଟ୍ୱିଟରେ ଅନେକ ଅଭିନେତା ଜବାବ ମଧ୍ୟ କରିଥିଲେ | ସଲମାନ ଖାନ ନିଜ ଜବାବରେ କହିଥିଲେ ଯେ, 'ଆମେ ଗଣତାନ୍ତ୍ରିକ ଦେଶରେ ଅଛୁ, ଭୋଟ ଦେବା ସବୁ ଭାରତୀୟଙ୍କ କର୍ତବ୍ୟ | ନିଜ ଅଧିକାର ଏବଂ କର୍ତବ୍ୟର ସଠିକ ବ୍ୟବହାର କରିବା ପାଇଁ ମୁଁ ସବୁ ଭୋଟରଙ୍କୁ କହିବି' | କିନ୍ତୁ ଆଜି ଏକ ଟ୍ୱିଟ କରି ସଲମାନ ଖାନ ସଫା ସଫା ମନା କରିଦେଇଥିଲେ ଯେ, ସେ କୌଣସି ଦଳ ପାଇଁ ନିର୍ବାଚନ ପ୍ରଚାର କରିବେ ନାହିଁ |

{"id":95586,"width":584,"height":344}


ସୂଚନାଯୋଗ୍ୟ ଯେ, ମଧ୍ୟ ପ୍ରଦେଶର ଇନ୍ଦୋର ଆସନରୁ କଂଗ୍ରେସ ସଲମାନ ଖାନଙ୍କୁ ପ୍ରାର୍ଥୀ କରିବାକୁ ଉଦ୍ୟମ କରୁଥିଲା । ଯାହାଫଳରେ ବିଜେପିର ଗଡ ଭାବେ ପରିଗଣିତ ଇନ୍ଦୋରରେ ୩୦ ବର୍ଷ ପରେ କଂଗ୍ରେସ ବିଜୟୀ ହେବ ବୋଲି ଆକଳନ କରାଯାଉଥିଲା ।

wp:core-embed/twitter {"url":"https://twitter.com/BeingSalmanKhan/status/1108586540492570624","type":"rich","providerNameSlug":"twitter","className":""}
https://twitter.com/BeingSalmanKhan/status/1108586540492570624
/wp:core-embed/twitter


ସଲମାନ ଖାନଙ୍କ ଜନ୍ମ ଇନ୍ଦୋର ପଲସିଆ ଅଂଚଳରେ ହୋଇଥିଲା | ମଧ୍ୟ ପ୍ରଦେଶ କଂଗ୍ରେସ ପ୍ରବକ୍ତା ପଙ୍କଜ ଚତୁର୍ବେଦୀ କହିଥିଲେ ଯେ, ସଲମାନ ଖାନ କଂଗ୍ରେସ ନେତାଙ୍କ ପ୍ରଚାର କରିବା ନେଇ ଆଲୋଚନା ହୋଇଛି | କିନ୍ତୁ ସଲମାନ ରାଜନୀତିରେ ପଦାର୍ପଣ କରିବେ ନାହିଁ ବୋଲି କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.