Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

୫୪ ବର୍ଷରେ ପାଦ ଥାପିଲେ ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନ…

27/12/2019 at 6:27 PM

ମୁମ୍ବାଇ୨୭/୧୨: ୫୪ ବର୍ଷରେ ପାଦ ଥାପିଛନ୍ତି ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନ। ବଲିଉଡ଼ର ମୋଷ୍ଟ ଇଲିଜବଲ ବାଚଲର ଭାବେ ଜଣାଶୁଣା ସଲମାନ କାଲି ଏକ ପାର୍ଟିର ଆୟୋଜନ କରିଥିଲେ। ଆଉ ଏହି ପାର୍ଟିରେ ବହୁ କଳାକାର ଏକାଠି ହୋଇଥିଲେ।

ଚଉବନର ଯଉବନରେ ଇଲିଜିବଲ ବ୍ୟାଚଲର ସଲମାନ ଖାନ। ଆଜି ନିଜର ୫୪ ତମ ଜନ୍ମଦିନ ପାଳନ କରୁଛନ୍ତି ସଲମାନ। ବଲିଉଡର ମୋଷ୍ଟ ଇଲିଜବୁଲ ବ୍ୟାଚଲର।  ପ୍ରତିବର୍ଷ ସଲମାନ ତାଙ୍କ ଜନ୍ମଦିନକୁ  ପନବେଲ ଫାର୍ମ ହାଉସରେ ପାଳନ କରନ୍ତି ।  ଏହି ବର୍ଷ ମଧ୍ୟ ସେ ସେହି ଫାର୍ମ ହାଉସ ଏକାଠି ହୋଇଥିଲେ ବଲିଉଡ଼ର କିଛି ଖାସ୍‌ ସେଲିବ୍ରିଟି।

 ତେବେ ଜନ୍ମଦିନ  ପାର୍ଟିରେ ସଲମାନ୍ ଙ୍କ କେକ୍ କାଟିବା ବେଳର ଭିଡିଓ ଏବେ ସୋସିଆଲ୍  ମିଡିଆରେ ଭାଇରାଲ୍  ହେଉଛି । ଏଥିରେ ନିଜ ଗେହ୍ଲା ଭଣଜା ଆହିଲ୍ ଙ୍କୁ କୋଳରେ ଧରି ସଲମାନ୍  କେକ୍  କାଟୁଥିବା ଦେଖିବାକୁ ମିଳିଛି। ଭିଡିଓରେ ତାଙ୍କ ସହ ଭଉଣୀ ଅର୍ପିତା ଖାନ୍ , ୟୁଲିଆ ବନ୍ତୁର ଓ ତାଙ୍କ ଅଙ୍ଗରକ୍ଷକ ସେରା ମଧ୍ୟ ନଜର ଆସିଛନ୍ତି। ଅରବାଜ ଖାନ ଆୟୁଷ ଶର୍ମା, ଦିୟା ମିର୍ଜା, ଅମୃତା ଆରୋଡା , ଅନୀଲ କପୁର, ସୋନୁ ସୁଡ଼  ପାର୍ଟିରେ  ନଜର ଆସିଥିଲେ ।  ତେବେ ଆଟ୍ରାକ୍ସନ ଥିଲେ ଥ୍ରି ଏସ ମାନେ ସଲମାନ ଶାହାରୁଖ ଓ ସୋନାକ୍ସି। 

୧୯୬୫ ମସିହା ଡିସେମ୍ବର ୨୭ ରେ ଜନ୍ମ ହୋଇଥିଲେ ସଲମାନ। ସଂପୂର୍ଣ୍ଣ ନାମ ହେଉଛି ଅବଦୁଲ୍ ରସିଦ୍ ସଲିମ୍ ସଲମାନ୍ ଖାନ୍ ।  ୧୯୮୮ ମସହାରେ ‘ବିୱି ହୋ ତୋ ଏସି’ ଫିଲ୍ମରେ ଡେବ୍ୟୁ କରିଥିଲେ ହେଲେ ମୈନେ ପ୍ୟାର କିୟା, ହମ୍ ଆପକେ ହେ କନ୍, ହମ୍ ସାଥ୍ ସାଥ୍ ହେଁ,ପ୍ୟାର କିୟା ତୋ ଡରନା କ୍ୟା, ହମ୍ ଦିଲ୍ ଦେ ଛୁକେ ସଲମ୍ ଏହାପରେ ଦବଙ୍ଗ, ୱାଣ୍ଟେଡ୍,ବଜରଙ୍ଗୀ ଭାଇଜାନ୍ ଭଳି ସୁପର୍ ହିଟ୍ ଫିଲ୍ମରେ ନିଜର ଛାପ ରଖିଛନ୍ତି ସଲମାନ। ତେବେ ବର୍ତ୍ତମାନ ସମୟରେ ଦବଙ୍ଗ ସିରିଜ୍‌ ଆଉ ଟାଇଗର ଜିନ୍ଦା ହେ ପାଇଁ ସଲମାନଙ୍କର ସ୍ବତନ୍ତ୍ର ପରଚିତି ରହିଛି।  

   Related Posts