ମହେଶ ମଞ୍ଜରେକରଙ୍କ ଝିଅକୁ ଲଞ୍ଚ କରିବେ ସଲମାନ୍ : ଜାଣନ୍ତୁ ଆଉ କାହାକୁ ଲଞ୍ଚ କରିବେ

Published By : Prameya-News7 Bureau | December 25, 2018 IST

ମୁମ୍ବାଇ ୨୫/୧୨: ଅଭିନେତା ସଲମାନ ଖାନ୍ କେତେ ନୂଆ ମୁହଁଙ୍କୁ ବଲିଉଡ ଫିଲ୍ମରେ ସୁଯୋଗ ଦେଇଛନ୍ତି ଆଉ କେତେ ନୂଆ ଷ୍ଟାର କିଡଙ୍କୁ ବି ଲଞ୍ଚ କରିଛନ୍ତି। ସେ ମୋହନୀଶ ବେହେଲଙ୍କ ଝିଅ ପ୍ରନୂତନ ବେହେଲଙ୍କୁ ମଧ୍ୟ ଖୁବ୍ ଶୀଘ୍ର ବଲିଉଡରେ ଲଞ୍ଚ କରିବେ। କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ ସଲମାନ୍ ଏବେ ନିର୍ଦ୍ଦେଶକ ଏବଂ ଅଭିନେତା ମହେଶ ମଞ୍ଜରେକରଙ୍କ ଝିଅ ଅଶ୍ବମୀଙ୍କୁ ବଲିଉଡରେ ଲଞ୍ଚ କରିବେ।

wp:gallery {"ids":[66994]} /wp:gallery

ମହେଶ ମଞ୍ଜରେକର ସଲମାନଙ୍କ ସହିତ ଅନେକ ଫିଲ୍ମରେ କାମ କରିଛନ୍ତି ଯେପରିକି ‘ରେଡି’,‘ଜୟ ହୋ’,‘ବଡିଗାର୍ଡ’,‘ଦବଙ୍ଗ’,‘ଦବଙ୍ଗ-୨’। ସଲମାନ କିଛି ଦିନ ପୂର୍ବରୁ ମହେଶ ମଞ୍ଜରେକରଙ୍କ ପୁଅ ସତ୍ୟାଙ୍କୁ ଲଞ୍ଚ କରିବାକୁ କହିଥିବାବେଳେ ଏବେ ତାଙ୍କ ଝିଅ ଅଶ୍ବାମୀଙ୍କୁ ସୁଯୋଗ ଦେବାକୁ ଯାଉଛନ୍ତି।

wp:gallery {"ids":[66995]} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.