ବଲିଉଡ ଦବଙ୍ଗଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ, ଜାଣନ୍ତୁ କାରଣ

Published By : Prameya-News7 Bureau | September 25, 2019 IST

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ୨୭ ତାରିଖ ଜିଲା ଓ ଦୌରାଜଜ୍‌ କୋର୍ଟ, ଯୋଧପୁରରେ ଶୁଣାଣି ପାଇଁ ହାଜର ହେବାକୁ କୁହାଯାଇଛି। ହେଲେ ଶୁଣାଣି ପୂର୍ବରୁ ସଲମାନଙ୍କୁ ସୋସିଆଲ ମିଡିଆରେ ଜଣେ ୟୁଜର ମାରିବାକୁ ଧମକ ଦେଇଛନ୍ତି।

ଗୈରୀ ଶୁଟର ନାମକ ଜଣେ ୟୁଜର ସୋସିଆଲ ମିଡିଆ ଫେସବୁକ୍‌ରେ ପୋଷ୍ଟ କରିଛନ୍ତି ଯେ, ଯଦି ବି ସଲମାନ ଭାରତୀୟ ଆଇନ୍‌ରୁ ବଞ୍ଚିଯିବେ ହେଲେ ବିଶନୋଇ ସମାଜ ଓ ସୋପୁ ପାର୍ଟିଙ୍କ ଆଇନ୍‌ରୁ ସେ ବଞ୍ଚିପାରିବେ ନାହିଁ। ସପୁ ପାର୍ଟି ନଜରରେ ସେ ଦୋଷୀ ଓ ଏହା ବଦଳିବ ନାହିଁ। ସଲମାନଙ୍କ ମୃତ୍ୟୁ ସୁନିଶ୍ଚିତ ବୋଲି ପୋଷ୍ଟ କରାଯାଇଛି।

ସୂଚନାଯୋଗ୍ୟ ଯେ, ସଲମାନଙ୍କୁ ଏହି ଧମକ ମିଳିଥିବାରୁ ଯୋଧପୁର ପ୍ରଶାସନର ଚିନ୍ତା ବଢାଇଛି। ଯୋଧପୁର ପୋଲିସ ଏହି ମାମଲା ନେଇ ଚୁପ ଥିଲେ ମଧ୍ୟ ସଲମାନଙ୍କ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.