ସିଙ୍ଗଲ୍‌ ଥିବା​‌ କାରଣରୁ ସୋଫାରେ ଶୋଇଥାଆନ୍ତି ସଲମାନ ଖାନ, କପିଲ ଶର୍ମାଙ୍କ ସୋ’ରେ ପର୍ଦ୍ଦାଫାଶ କଲେ ଦବଙ୍ଗ ଷ୍ଟାର, ଭିଡିଓ ଭାଇରାଲ

Published By : Prameya-News7 Bureau | December 13, 2019 IST

ନୂଆଦିଲ୍ଲୀ୧୩/୧୨: ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମାନ ଖାନ ନିକଟରେ କପିଲ୍‌ ଶର୍ମାଙ୍କ ସୋ’ରେ ପହଞ୍ଚିଥିଲେ। କପିଲ ଶର୍ମାଙ୍କ ସୋ’ରେ ସଲମାନ ଏକ ମଜାଦାର କଥାର ପର୍ଦ୍ଦାଫାଶ କରିଛନ୍ତି।  ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ସଲମାନ କହିଛନ୍ତି ଯେ ତାଙ୍କୁ ବେଡ୍‌ରେ ନିଦ ନ ଲାଗିଲେ ସେ ସୋଫା ଉପରେ ଶୋଇ ପଡ଼ନ୍ତି।

ସଲମାନଙ୍କ କଥା ଶେଷ ହେବା ପରେ କପିଲ ଶର୍ମା ତାଙ୍କୁ ପ୍ରଶ୍ନ କରିଥିଲେ। ସୋଫା ଉପରେ କେବଳ ଜଣେ ଶୋଇ ପାରିବେ। ହେଲେ ସଲମାନ ଖାନ କେମିତି ଶୋଉଛନ୍ତି। ସଲମାନ କହିଥିଲେ ଯେ ଏହି କାରଣରୁ ସେ ସିଙ୍ଗଲ୍‌ ଅଛନ୍ତି।

wp:core-embed/instagram {"url":"https://www.instagram.com/p/B57Ees1FsQm/?utm_source=ig_web_copy_link","type":"rich","providerNameSlug":"instagram","className":""}
https://www.instagram.com/p/B57Ees1FsQm/?utm_source=ig_web_copy_link
/wp:core-embed/instagram

 ଅପକମିଂ ଫିଲ୍ମ  ଦବଙ୍ଗ-୩ ପ୍ରମୋସନ ପାଇଁ ସଲମାନ ଖାନ୍‌ କପିଲ ଶର୍ମାଙ୍କ ସୋ ରେ ପହଞ୍ଚିଥିଲେ। ଫିଲ୍ମର ଟ୍ରେଲ​‌ର ରିଲିଜ୍ ହୋଇସାରିଛି। ଫିଲ୍ମର ଟ୍ରେଲରକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ଡିସେମ୍ବର ୨୦ ତାରିଖରେ ଭାରତରେ ସବୁ ସିନେମା ହଲରେ ଦବଙ୍ଗ- ୩ ଫିଲ୍ମ ରିଲିଜ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.