ପୁଣି ଥରେ ମାଆ ହେବେ ସଲମାନ ଖାନଙ୍କ ଭଉଣୀ ଅର୍ପିତା, ସ୍ବାମୀ ଆୟୁଷ କହିଲେ- ଶିଶୁ ଅପେକ୍ଷାରେ ଅଛନ୍ତି

Published By : Prameya-News7 Bureau | September 19, 2019 IST

ମୁମ୍ବାଇ୧୯|୯: ସଲମାନ ଖାନଙ୍କ ସାନ ଭଉଣୀ ଅର୍ପିତା ଖାନ ଶର୍ମା ଦ୍ବିତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି। ଏହି ବିଷୟରେ ଆୟୁଷ ଆଇଆଇଏଫଏ ଆୱାର୍ଡ ସେରିମନିରେ କହିଛନ୍ତି। ଗ୍ରୀନ କାର୍ପେଟରେ ଏଣ୍ଟ୍ରି କରିବା ସମୟରେ ମିଡିଆକୁ ସେ ଏହି ଭଲ ଖବର ଦେଇଥିଲେ। ସେ କହିଛନ୍ତି ଯେ, ଅର୍ପିତା ମାଆ ହେବାକୁ ଯାଉଛନ୍ତି ଓ ସେ ବାପା ହୋଇ ବହୁତ ଖୁସି ଅଛନ୍ତି। ଉଭୟ ଶିଶୁ ଅପେକ୍ଷାରେ ଅଛନ୍ତି।

{"id":159847}

ଅର୍ପିତା ଓ ଆୟୁଷଙ୍କ ବିବାହକୁ ୫ ବର୍ଷ ପୁରିବାକୁ ଯାଉଛି। ୨୦୧୪ ମସିହାରେ ଦୁହେଁ ହାଇଦ୍ରାବାଦର ହୋଟେଲ ଫଲକନୁମା ପେଲେସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ୨୦୧୬ ମସିହାରେ ଅର୍ପିତା ପୁଅ ଆହିଲଙ୍କୁ ଜନ୍ମ ଦେଇଥିଲେ। ସୂଚନାଯୋଗ୍ୟ ଯେ, ହିମାଚଳ ପ୍ରଦେଶର ରାଜନେତା ଅନୀଲ ଶର୍ମାଙ୍କ ପୁଅ ହେଉଛନ୍ତି ଆୟୁଷ ଓ ସୁଖରାମ ଶର୍ମାଙ୍କ ନାତି।

{"id":159848}

ଆୟୁଷ ସଲମାନ ଖାନ ପିଲ୍ମ ବ୍ୟାନରରେ ନିର୍ମିତ ହୋଇଥିବା ଫିଲ୍ମ ଲଭରାତ୍ରିରେ ଅଭିନୟ କରି ବଲିଉଡରେ ଡେବ୍ୟୁ କରିଥିଲେ। ଫିଲ୍ମ କ୍ବଥାରେ ନଜର ଆସିବେ ଆୟୁଷ ଯେଉଁଥିରେ ସେ ଜଣେ ଆର୍ମି ଅଫିସର ଭୂମିକାରେ ଅଭିନୟ କରିବେ।  ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଲଲିତ ବୁଟାନୀ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.