କୋଭିଡ ରୋଗୀଙ୍କ ପାଇଁ ଅକ୍ସିଜେନ୍ କନସେନଟ୍ରେଟର ବ୍ୟବସ୍ଥା କଲେ ସଲମାନ ଖାନ

Published By : Prameya-News7 Bureau | May 20, 2021 IST

ନୂଆଦିଲ୍ଲୀ ୨୦/୦୫: କରୋନା ଭାଇରସର ଦ୍ୱିତୀୟ ଲହର ଏବେ ବି ବିପଦ ସୃଷ୍ଟି କରୁଛି, ପ୍ରତିଦିନ ଲକ୍ଷ ଲକ୍ଷ ମାମଲା ସାମ୍ନାକୁ ଆସୁଛି । ଯେଉଁ କାରଣରୁ ଦେଶର ଅନେକ ବଡ ଡାକ୍ତରଖାନାରେ ଅକ୍ସିଜେନ୍ ଅଭାବ ହେତୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ରୋଗୀଙ୍କ ମୃତ୍ୟୁ ହୋଇସାରିଲାଣି। ଏହାକୁ ଦୃଷ୍ଟିରେ ରଖି ବଲିଉଡର ଅନେକ ସେଲିବ୍ରେଟ୍ ଅକ୍ସିଜେନ୍ ସିଲିଣ୍ଡର ଏବଂ କନସେନଟ୍ରେଟର ଦାନ କରୁଛନ୍ତି।

wp:html
/wp:html

ବର୍ତ୍ତମାନ ଏହି ସମୟରେ ସଲମାନ ଖାନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ସୂଚନା ଦିଆଯାଇଛି ଯେ ଜରୁରୀକାଳୀନ ପରିସ୍ଥିତିରେ ଅକ୍ସିଜେନ୍ କନସେନଟ୍ରେଟର ଆବଶ୍ୟକ କରୁଥିବା କୋଭିଡ ପଜିଟିଭ ରୋଗୀମାନେ ଦିଆଯାଇଥିବା ନମ୍ବରକୁ କଲ କରିପାରିବେ। ସଲମାନ ଏହି ପୋଷ୍ଟକୁ ରି ପୋଷ୍ଟ କରିଛନ୍ତି। ଏହି ପଦକ୍ଷେପରେ ସଲମାନ କଂଗ୍ରେସ ବିଧାୟକ ବାବା ସିଦ୍ଦିକି ଏବଂ ତାଙ୍କ ପୁଅ ଜିଶାନ ସିଦ୍ଦିକିଙ୍କ ସହ ପାଟର୍ନରସିପରେ ଅଛନ୍ତି ।  

ସଲମାନଙ୍କ ପୋଷ୍ଟ ମୁତାବାକି, ‘ଆମର ୫୦୦ କନସେନଟ୍ରେଟର ମୁମ୍ବାଇରେ ପହଞ୍ଚିସାରିଛି ।  କୋଭିଡ-ପଜିଟିଭ ରୋଗୀ ଯେଉଁମାନେ ଜରୁରୀକାଳୀନ ପରିସ୍ଥିତି ପାଇଁ ଏହି ଅକ୍ସିଜେନ୍ କନସେନଟ୍ରେଟର ଆବଶ୍ୟକ କରନ୍ତି ୮୪୫୧୮୬୯୭୮୫ ରେ କଲ କରିପାରିବେ କିମ୍ବା Tag / DM କରିପାରିବେ । ଆମେ ଏହି କନସେନଟ୍ରେଟର ମାଗଣାରେ ଦେବୁ । ଦୟାକରି ବ୍ୟବହାର ପରେ ଫେରାଇ ଦେବେ । ସଲମାନ@zeeshansiddique@babasiddiqueofficial କୁ ମଧ୍ୟ ଟ୍ୟାଗ୍ କରିଛନ୍ତି ।‘

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.