ସୋସିଆଲ୍ ମିଡିଆରେ ନିଆଁ ଲଗାଇଲା ସଲମାନ ଖାନଙ୍କ ଫଟୋ : ବଡି ଦେଖି ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ
10/12/2020 at 11:18 AM

ମୁମ୍ବାଇ ୧୦/୧୨: ସୁପରଷ୍ଟାର୍ ସଲମାନ୍ ଖାନ୍ ସୋସିଆଲ୍ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି । ତାଙ୍କର ବହୁତ ଲମ୍ବା ଫ୍ୟାନ୍ ଫଲୋଇଂ ଅଛନ୍ତି। ଫିଲ୍ମରେ କାମ କରିବା ସହ ସଲମାନ୍ ଖାନ୍ ନିଜ ଫିଟନେସ୍ ପାଇଁ ମଧ୍ୟ ଜଣା ଯାଆନ୍ତି। ନିକଟରେ ସଲମାନ ଖାନ୍ ନିଜର ଏକ ସର୍ଟଲେସ୍ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଯେଉଁଥିରେ ତାଙ୍କର ଜବରଦସ୍ତ ବଡ଼ି ଦେଖାଯାଉଛି। ଫଟୋରେ ସଲମାନ ଖାନ୍ ନିଜ ଜିମ୍ରେ ଦେଖାଯାଇଛନ୍ତି।
ନିଜର ଏହି ଫଟୋକୁ ସେୟାର କରି ସଲମାନ ଖାନ୍ ଲେଖିଛନ୍ତି ,‘ ବିଂ ଷ୍ଟ୍ରଙ୍ଗ୍’। ଫଟୋରେ ସଲମାନ ଖାନଙ୍କ ଜବରଦସ୍ତ ଆବ୍ସ୍ ଦେଖିବାକୁ ମିଳୁଛି। ସଲମାନ ଏହି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯାହା ପରେ ହିଁ ତାଙ୍କ ପ୍ରଶଂସକ ଏଥିରେ ଖୁବ୍ କମେଣ୍ଟସ୍ ଏବଂ ଲାଇକ୍ କରିବା ଆରମ୍ଭ କରି ଦେଇଛନ୍ତି ଏବଂ ତାଙ୍କ ବଡିର ପ୍ରଶଂସା କରୁଛନ୍ତି।

ସଲମାନ ଖାନ୍ ଏବେ ନିଜ ଆଗାମୀ ଫିଲ୍ମ ‘ରାଧେ: ୟୋର ମୋଷ୍ଟ୍ ଓ୍ବାଣ୍ଟେଡ ଭାଇ’ରେ ଦେଖାଯିବେ ଯେଉଁଥିରେ ତାଙ୍କ ସହ ଦିଶା ପଟାନି,ଜ୍ୟାକି ଶ୍ରଫ ଏବଂ ରଣଦୀପ ହୁଡ଼ା ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଫିଲ୍ମର ସୁଟିଂ ସରିଯାଇଛି ଏବଂ ଏହା ଆସନ୍ତା ବର୍ଷ ମୁକ୍ତିଲାଭ ହେବାର ଆଶା କରାଯାଉଛି। ଏହି ଫିଲ୍ମ ପରେ ସଲମାନ ନିଜ ଆଉ ଏକ ଫିଲ୍ମ ‘କଭି ଇଦ କଭି ଦିଓ୍ବାଲି’ର ସୁଟିଂ ଆରମ୍ଭ କରିବେ ଯେଉଁଥିରେ ତାଙ୍କ ସହ ପୂଜା ହେଗଡ଼େ ନଜର ଆସିବେ।
