Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ସଲମାନ ଖାନ୍ କହିଲେ, ‘୩୦ ବର୍ଷର କ୍ୟାରିୟର ମଧ୍ୟରେ ଏତେ ଲମ୍ବା ଛୁଟି କେବେ ନେଇ ନ ଥିଲି’

25/09/2020 at 4:35 PM

ନୂଆଦିଲ୍ଲୀ ୨୫/୦୯: ବଲିଉଡ୍ ଦବଙ୍ଗ ସଲମାନ ଖାନ୍ ଲକଡାଉନରେ ପରିବାର ଲୋକଙ୍କ ସହ ତାଙ୍କ ଫାର୍ମ ହାଉସରେ ସବୁଠୁ ଅଧିକ ସମୟ ଅତିବାହିତ କରିଛନ୍ତି। ଦୀର୍ଘ ଦିନ ପରିବାର ସହ ଅତିବାହିତ କରିବା ପରେ ପୁଣି ସୁଟିଂକୁ  ଫେରିଛନ୍ତି ସଲମାନ। ସେ ବିଗବସ୍ ସିଜନ ୧୪ର ସୁଟିଂ ଆରମ୍ଭ କରିଛନ୍ତି।  ଏବେ ସୁଦ୍ଧା ସେ ତାଙ୍କ କ୍ୟାରିୟରେ ଏତେ ଲମ୍ବା ବ୍ରେକ କେବେ ନେଇ ନ ଥିଲେ। କରୋନା ଭାଇରସ୍ ପାଇଁ ଲାଗୁ ହୋଇଥିବା ଲକଡାଉନ ଯୋଗୁ ତାଙ୍କୁ ଏ ବ୍ରେକ୍ ନେବାକୁ ପଡ଼ିଲା ବୋଲି କହିଛନ୍ତି ସଲମାନ।

ସଲମାନ କହିଛନ୍ତି ଗତ ଛଅ ମାସ ହେବ କାମ ନ କରିବା ତାଙ୍କ ପାଇଁ ଥିଲା ଚିନ୍ତାର ବିଷୟ। ସେ ୩୦ ବର୍ଷ ମଧ୍ୟରେ ଏତେ ଛୁଟି କେବେ ନେଇ ନ ଥିଲେ। ତେବେ ତାଙ୍କୁ ଜବରଦସ୍ତି ଏ ଛୁଟି ନେବାକୁ ପଡ଼ିଛି। ବର୍ଷ ଶେଷରେ ସେ ଏହି ସବୁ ଛୁଟି ନେବାର ଯୋଜନା କରିଥିଲେ ।

ଫିଲ୍ମ ‘ମୈନେ ପ୍ୟାର କିୟା’ରୁ ସେ କ୍ୟାରିଅର ଆରମ୍ଭ କରିଥିଲେ। ନିଜ କାମକୁ ସବୁବେଳେ ସମ୍ମାନ ଦିଅନ୍ତି ସଲମାନ। ପ୍ରଥମେ ସେ ଡିସେମ୍ବର ୨୫ରୁ ଜାନୁଆରୀ ୧ ପର୍ଯ୍ୟନ୍ତ ଛୁଟି ନେଉ ଥିଲେ। ମାତ୍ର ୧୦-୧୨ ବର୍ଷରୁ ଯେବେ ବିଗବସରେ କାମ ଆରମ୍ଭ କଲେ ତାଙ୍କ କାମ ଜାରି ରହିଛି ଓ କେବେ ଛୁଟିକୁ ନେଇ ଅଭିଯୋଗ କରି ନାହାନ୍ତି। ସେ ବିଗବସ ପାଇଁ କାମ କରି ବେଶ ଖୁସି ଅଛନ୍ତି। ଯଦି ହିସାବ କରାଯାଏ ସଲମାନ ବର୍ଷକୁ ୧୦ ଦିନ ଛୁଟି ନେଇଥାନ୍ତି। ଏବେ ସେ ୬ମାସ ହେବ କୌଣସି କାମ କରି ନ ଥିଲେ।

   Related Posts