Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଏହି ଅଭିନେତ୍ରୀଙ୍କୁ ନେଇ ବଲିଉଡ ଦବଙ୍ଗ ଖାନଙ୍କ ବଡ ଖୁଲାସା, କହିଲେ ଏମିତି କଥା…

26/01/2020 at 10:09 AM

ମୁମ୍ବାଇ୨୬|୬: ବିବାହକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ସଲମାନ ଖାନ ଅନେକ ଅଭିନେତ୍ରୀଙ୍କୁ ଡେଟ୍‌ କରିଛନ୍ତି। ସଲମାନଙ୍କୁ ଅଧିକାଂଶ ସମୟ ପଚାରାଯାଏ ଯେ, ସେ କାହାକୁ ବିବାହ କରିବେ। ଏହେଲେ ଏଥର ତାଙ୍କୁ ଏକ ଭିନ୍ନ ପ୍ରଶ୍ନ ପଚାରାଯାଇଛି। ସଲମାନ ମଧ୍ୟ ଏହି ପ୍ରଶ୍ନର ଉତ୍ତର ଦେଇଥିଲେ। ନିକଟରେ ସୋନି ଚ୍ୟାନଲର ଏକ ପ୍ରୋଗ୍ରାମ ‘ଉମଙ୍ଗ୍’ର ପ୍ରମୋ ରିଲିଜ ହୋଇଛି।

ଏଥିରେ ହାସ୍ୟ କଳାକାର କପିଲ ଶର୍ମା ସଲମାନଙ୍କୁ ଏକ ପ୍ରଶ୍ନ ପଚାରିଥିଲେ। ଦବଙ୍ଗ ଷ୍ଟାରଙ୍କୁ ପଚାରାଯାଇଥିଲା ଯେ, ସେ କେବେ କୌଣସି ଝିଅର ପ୍ରୋଫାଇଲ୍‌କୁ ଯାଇ ତାଙ୍କ ଫଟୋ ଜୁମ୍‌ କରି ଦେଖିଛନ୍ତି କି ନାହିଁ। ଏନେଇ ସଲମାନ ଏକ ମଜେଦାର ଉତ୍ତର ଦେଇଛନ୍ତି। ସଲମାନ କହିଛନ୍ତି ଯେ, ସେ କାହାରି ଫଟୋ କେବେ ଦେଖନ୍ତି ନାହିଁ ହେଲେ କ୍ୟାଟ୍ରିନାଙ୍କ ଫଟୋ ସେ ଜୁମ୍‌ କରି ଦେଖନ୍ତି। ଷ୍ଟେଜରେ ସଲମାନଙ୍କ ସହ କ୍ୟାଟ୍ରିନା ମଧ୍ୟ ଉପସ୍ଥିତ ଥିଲେ।

ବଲିଉଡ୍‌ ବିୟୁଟି କ୍ୟାଟ୍ରିନା କୈଫ୍‌ ଓ ସଲମାନଙ୍କ ରିଲେସନଶିପ୍‌ ସବୁବେଳେ ଚର୍ଚ୍ଚାରେ ଥାଏ। ଉଭୟ କେବେଠୁ ବ୍ରେକ୍‌ଅପ୍‌ କରିସାରିଛନ୍ତି। ହେଲେ ତଥାପି ଦର୍ଶକ ଏହି ଦୁଇଜଣଙ୍କୁ ଏକା ସହ ପରଦାରେ ଦେଖିବା ଖୁବ ପସନ୍ଦ କରନ୍ତି। ଶେଷ ଥର ପାଇଁ ସଲ୍‌ମାନ୍‌ ଓ କ୍ୟାଟ୍ରିନା ଫିଲ୍ମ ‘ଭାରତ’ରେ ଏକାଠି କାମ କରିଥିଲେ। ମୁମ୍ବାଇ ପୋଲିସ୍‌ର ବାର୍ଷିକ ଉତ୍ସବ’ଉମଙ୍ଗ୍’ରେ ସଲ୍‌ମାନ୍‌ ଏହି ଖୁଲାସା କରିଛନ୍ତି। ‘ଉମଙ୍ଗ’ର ଏହି ଏପିସୋଡ୍‌ ଜାନୁଆରୀ ୨୬ ତାରିଖ ୯ ଟା ୩୦ରେ ପ୍ରସାରିତ ହେବ।

କ୍ୟାଟ୍ରିନାଙ୍କ ଜୀବନରେ ରଣବୀର କପୁରଙ୍କ ଏଣ୍ଟ୍ରି ପରେ ସଲ୍‌ମାନଙ୍କ ସହ ତାଙ୍କର ବ୍ରେକଅପ୍‌ ହୋଇଥିଲା। କ୍ୟାଟ୍‌ଙ୍କ ପରେ ସଲମାନ ରୋମାନିଆ ବିୟୁଟି ଲୁଲିଆ ଭାଣ୍ଟୋରଙ୍କୁ ଡେଟ୍‌ କରୁଥିଲେ। ହେଲେ ଏହି ବିଷୟରେ ସଲ୍‌ମାନ୍‌ ଓ ଲୁଲିଆ କୌଣସି କିଛି ଘୋଷଣା କରୁନାହାଁନ୍ତି। ପ୍ରତ୍ୟେକ ଫିଲ୍ମରେ କ୍ୟାଟ୍ରିନା ଓ ସଲ୍‌ମାନଙ୍କ କେମେଷ୍ଟ୍ରିକୁ ଦର୍ଶକ ବେଶ୍ ପସନ୍ଦ କରନ୍ତି। ରିପୋର୍ଟ ଅନୁସାରେ ଏବେ କ୍ୟାଟ୍ରିନା ବଲିଉଡ ଷ୍ଟାର ଭିକି କୌଶଲ୍‌ଙ୍କୁ ଡେଟ୍‌ କରୁଛନ୍ତି। ଉଭୟଙ୍କ ରିଲୋସନଶିପ୍‌କୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହେଉଛି।

   Related Posts