Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ସାଇକେଲ୍ ମେକାନିକ୍‌ଙ୍କର ଟଙ୍କେ ୨୫ ପଇସା ବାକି ସୁଝିନାହାନ୍ତି ସଲମାନ…

27/01/2020 at 1:01 PM

ମୁମ୍ବାଇ୨୭|୧: ଇଣ୍ଡଷ୍ଟ୍ରିରେ ଅଧିକ ଆୟ କରୁଥିବା ଅଭିନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବଲିଉଡର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ। ହେଲେ ନିକଟରେ ଏମିତି ଏକ କଥା ସାମ୍ନାକୁ ଆସିଛି ଯାହା ଶୁଣିଲେ ଦର୍ଶକ ଆଶ୍ଚର୍ଯ୍ୟ ହେବେ। ବଲିଉଡ ଭାଇଜାନ ମଧ୍ୟ ଜଣଙ୍କଠାରୁ ଟଙ୍କା ଧାରରେ ଆଣିଥିଲେ । ଯେତେବେଳେ ସଲମାନ୍‌ ଟଙ୍କା ଫେରାଇବାକୁ ଗଲେ ସେହି ସମୟରେ ଅନ୍ୟଜଣେ ଟଙ୍କା ନେଇନଥିଲେ।  

ଫିଲ୍ମ ଓ ସମାଜ ସେବା ପାଇଁ ସଲମାନ ସବୁବେଳେ ଚର୍ଚ୍ଚାରେ ଥାନ୍ତି। କିନ୍ତୁ ଏବେ ସେ ଏକ ନୂଆ ଜିନିଷ ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଉମଙ୍ଗ ୨୦୨୦ର ଇଭେଣ୍ଟରେ ସଲମାନ ନିଜେ ଏହି କଥାର ଖୁଲାସା କରିଥିଲେ। ସେ କହିଛନ୍ତି ଯେ, ଥରେ ସେ ସାଇକେଲ୍‌ରେ ବାହାରକୁ ଯାଇଥିଲେ। ସେହି ସମୟରେ ତାଙ୍କର ସାଇକେଲ୍‌ ଖରାପ ହୋଇଯାଇଥିଲା।

ହେଲେ ତାଙ୍କ ପାଖରେ ଟଙ୍କା ନ ଥିଲା। ସଲମାନ୍‌ ସାଇକେଲ ମେକାନିକ୍‌ଙ୍କୁ ପରେ ଟଙ୍କା ଦେଇଦେବେ ବୋଲି ତାଙ୍କୁ କହିଥିଲେ।ଏନେଇ ବୃଦ୍ଧ ମେକାନିକ୍‌ ଜଣକ କହିଥିଲେ ଯେ, ସଲମାନ ସାନବେଳେ ବି ଏମିତି ହିଁ କରୁଥିଲେ। ସବୁବେଳେ ଟଙ୍କା ଆଣିବାକୁ ଭୁଲିଯାଉଥିଲେ।

ପିଲାବେଳେ ମଧ୍ୟ ସାଇକେଲ ଠିକ୍‌ କରାଇନେଇ ପରେ ଟଙ୍କା ଦେଇଦେବେ ବୋଲି କୁହନ୍ତି। ହେଲେ ଆଜିଯାଏଁ ସେ ଟଙ୍କେ ୨୫ ପଇସା ଦେଇନାହଁନ୍ତି ବୋଲି ମେକାନିକ୍‌ ଜଣକ କହିଥିଲେ।  ପରେ ଯେତେବେଳେ ସେ ସାଇକେଲ୍‌ ମେକାନିକ୍‌ଙ୍କ ଏହି ଟଙ୍କା ଫେରାଇବାକୁ ଯାଇଥିଲେ ସେ ଟଙ୍କା ନେବାକୁ ମନା କରି ଦେଇଥିଲେ।

   Related Posts