Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ସଲମାନଙ୍କ ପାଇଁ ସିନେମା ହଲ୍‌ରେ ଫ୍ୟାନ୍ସ ଫୁଟାଇଲେ ବାଣ, କହିଲେ -‘ପ୍ଲିଜ୍ ଏଭଳି କରନ୍ତୁ ନାହିଁ’

28/11/2021 at 12:45 PM

ନୂଆଦିଲ୍ଳୀ ୨୮।୧୧ : ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଅଭିନେତା ସଲମାନ ଖାନ୍‌ । ତାଙ୍କର ଛେଟରୁ ଆରମ୍ଭ କରି ବୁଢା ଯାଏଁ ସମସ୍ତେ ପ୍ୟାନ୍ । ତାଙ୍କ ଫ୍ୟାନ୍‌ମାନେ ବଲିଉଡର ଭାଇଜାନ ସଲମାନଙ୍କ ପାଇଁ ପାଗଳ। ସଲମାନଙ୍କ ନାଁ ଶୁଣିବା ମାତ୍ରେ ଫ୍ୟାନ୍‌ମାନଙ୍କ ଭିତରେ ବଢ଼ିଯାଇଛି କ୍ରେଜ।ତାଙ୍କ ଯେଉଁ ଫିଲ୍ମ ଆସିଲେ ଦର୍ଶକ ମାନେ ଦେଖିବାକୁ ହଲରେ ପହଞ୍ଚି ଯାଆନ୍ତି। ସଲମାନଙ୍କୁ ବଡ ପରଦାରେ ଦେଖିବା ପାଇଁ ବର୍ଷ ବର୍ଷ ସେମାନେ ଅପେକ୍ଷା କରୁଛନ୍ତି।  ଯେତେବେଳେ ତାଙ୍କର ବର୍ତ୍ତମାନ ଫିଲ୍ମ ଆସିଛି ସେତେବେଳେ ହଲ୍‌ ଭିତରେ ହିଁ ତାଙ୍କର କ୍ରେଜ ଦେଖିବାକୁ ମିଳୁଛି। ପୂର୍ବରୁ କରତାଳି ଶୁଭୁଥିବା ବେଳେ ଏବେ ହଲ୍‌ ଭିତରେ ବାଣ ଶବ୍ଦ ଶୁଭିଛି । ଥିଏଟର ଭିତରେ ହିଁ ଫ୍ୟାନ୍‌ମାନେ ବାଣ ଫୁଟାଇଛନ୍ତି। ଏହାରି ଏକ ଭିଡିଓ ସୋସିଆଲ ମିଡିଆରେ ଆସିଛି ।

ଶୁକ୍ରବାର ସଲମାନ ଖାନ୍‌ଙ୍କ ଫିଲ୍ମ ‘ଅନ୍ତିମ ଦ ଫାଇନାଲ ଟ୍ରୁଥ’ ରିଲିଜ ହୋଇଛି। ଫିଲ୍ମଟି ରିଲିଜ ହେବା ପରେ ପରେ ହାଉସଫୁଲ୍‌ ହୋଇଯାଇଛି। ନିଜ ଫେଭରେଟ୍‌ ଷ୍ଟାରଙ୍କୁ ଦେଖିବାକୁ ପାଇଁ ହଲ୍‌ରେ ଭିତରେ ଜମିଛି ଭିଡ । କେବଳ ସେତିକି ସଲମାନଙ୍କ ପାଇଁ ପାଗଳ ହୋଇ ଫ୍ୟାନ୍‌ମାନେ ହଲ୍‌ ଭିତରେ ଦର୍ଶକଙ୍କ ସାମ୍ନାରେ ବାଣ ଫୁଟାଇଛନ୍ତି। କେବଳ ସେତିକି ନୁହେଁ ଭାଇଜାନ ଭାଇଜାନ ଶବ୍ଦରେ ଫାଟି ପଡିଛି ଥିଏଟର। ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହା କେଉଁ ସ୍ଥାନର ତାହା ଜଣାପଡି ନାହିଁ।

ସେପଟେ ଏହି ଭିଡିଓ ଭାଇରାଲ ହେବା ପରେ ନିଜେ ସାମ୍ନାକୁ ଆସିଛନ୍ତି ଅଭିନେତା ସଲମାନ ଖାନ୍‌। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓକୁ ସେୟାର କରି ଲୋକଙ୍କୁ ଏଭଳି ନ କରିବା ପାଇଁ ନିବେଦନ କରିଛନ୍ତି। ସେ କହିଛନ୍ତି, ହଲ୍‌ ଭିତରେ ବାଣ ଫୁଟାନ୍ତୁ ନାହିଁ  ସମସ୍ତ ଫ୍ୟାନ୍‌ମାନଙ୍କୁ ମୋର ଅନୁରୋଧ । ଏଭଳି କରିବା ଦ୍ୱାରା ସେଠି ଦୁର୍ଘଟଣା ଘଟିପାରେ ଏପରିକି ହଲ୍‌ ଭିତରେ ନିଆଁ ମଧ୍ୟ ଲାଗିବା ବିପଦ ରହିଛି। ଲୋକଙ୍କୁ ହଲ୍‌ ଭିତରେ ବାଣି ଫୁଟାଇବାକୁ ଅନୁମତି ନ ଦେବା ପାଇଁ ସେ ଥିଏଟର ମାଲିକଙ୍କୁ ମଧ୍ୟ ଅପିଲ କରିଛନ୍ତି।

   Related Posts