ପ୍ରଥମ ଥର ବିଗ୍ ବସ୍ ୧୫ ରେ ସିଦ୍ଧାର୍ଥଙ୍କୁ ମନେ ପକାଇଲେ ସଲମାନ, ୟୁଜର୍ସ କହିଲେ-'ଟିଆରପି କମିବାର ପ୍ରଭାବ'

Published By : Prameya-News7 Bureau | November 29, 2021 IST

ମୁମ୍ବାଇ ୨୯/୧୧: ବିଗ୍ ବସ୍ ୧୫ ର ଚାର୍ମ ଧୀରେ ଧୀରେ କମିଯାଉଛି। ଏହି ସିଜିନକୁ ଦର୍ଶକଙ୍କ ସେଭଳି ଭଲପାଇବା ମିଳୁନାହିଁ ଯାହା ଆଶା କରାଯାଇଥିଲା। ଶୋ’ର ଆରମ୍ଭ ଭଲଭାବରେ ହୋଇଥିଲା କିନ୍ତୁ ପରେ ଧୀରେ ଧୀରେ ତାର ଟ୍ରାକ୍ ହରାଇଲା। ଏହି କାରଣରୁ, ବର୍ତ୍ତମାନ ଶୋ’ର ନିର୍ମାତାମାନେ ଅନେକ ବଡ଼ ନିଷ୍ପତ୍ତି ନେଉଥିବାର ଦେଖାଯାଉଛି। କେବଳ ଶୋ’ର ନିର୍ମାତା ନୁହଁନ୍ତି, ହୋଷ୍ଟ ସଲମାନ ଖାନ ମଧ୍ୟ ଏହି ସବୁ ଜିନିଷକୁ ନେଇ ଚିନ୍ତିତ ଅଛନ୍ତି। ଯାହା ତାଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଉଛି। ଗତ ୱିକେଣ୍ଡରେ ପ୍ରତିଯୋଗୀମାନଙ୍କୁ ଏକ ଦର୍ପଣ ଦେଖାଇ ସଲମାନ କହିଛନ୍ତି ଶୋ’ ଅଧା ହୋଇଗଲାଣି କିନ୍ତୁ କାହାର ପର୍ସନାଲିଟି ଏପର୍ଯ୍ୟନ୍ତ ଖୋଲାଖୋଲି ଭାବେ ପ୍ରକାଶ ପାଇ ନାହିଁ।

wp:html /wp:html

ଏହି ସମୟରେ, ସଲମାନ, ସ୍ୱର୍ଗତ ଅଭିନେତା ତଥା ବିଗ୍ ବସ୍ ୧୩ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କୁ ମନେ ପକାଇ ତାଙ୍କୁ ୱାନ ମ୍ୟାନ୍ ଆର୍ମି ବୋଲି କହିଛନ୍ତି। ଶୋ’ର ପ୍ରତିଯୋଗୀମାନଙ୍କୁ ସଲମାନ କହିଛନ୍ତି ,‘ଅସୀମ ରିଆଜ ଓ ସିଦ୍ଧାର୍ଥ ଶୁକଲାଙ୍କ ମଧ୍ୟରେ ବନ୍ଧୁତା-ଶତ୍ରୁତା ଯାହା କିଛି ବି ଥିଲା ତାହା ସ୍ପଷ୍ଟ ଦେଖାଯାଉଥିଲା। ୱାନ୍ ମ୍ୟାନ୍ ଆର୍ମି ଥିଲା ସିଦ୍ଧାର୍ଥ ଶୁକ୍ଲା। ଏହି ଶୋ’ରେ ସେପରି କୌଣସି ସଦସ୍ୟ ମୋତେ ଦୃଶ୍ୟମାନ ହେଉ ନାହାଁନ୍ତି।’ ସେବେଠାରୁ ସଲମାନ ଖାନଙ୍କ ଏହି କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

{"id":551499,"sizeSlug":"full","linkDestination":"none"}

ଏଥିସହିତ କିଛି ଲୋକ କହିଛନ୍ତି ଯେ ଶୋ’ ଆରମ୍ଭ ହେବାର ଦୁଇ ମାସ ପରେ ଯାଇ ସିଦ୍ଧାର୍ଥ ଶୁକ୍ଲା ମନେ ପଡୁଛନ୍ତି। ତାହା ପୁଣି ସେତେବେଳେ ଯେବେ ଶୋ’ର ଟିଆରପି କମୁଛି । ଜଣେ ସୋସିଆଲ ମିଡିଆ ୟୁଜର୍ସ ଲେଖିଛନ୍ତି, ଏହା ସତ୍ୟ ଯେ ଥରେ ତାଙ୍କୁ ମନେ ପକାଇ ନାହାଁନ୍ତି କିମ୍ବା ପୂର୍ବରୁ କୌଣସି ଶ୍ରଦ୍ଧାଞ୍ଜଳି ଦେଇନାହାଁନ୍ତି। ବର୍ତ୍ତମାନ ଯେତେବେଳେ ଟିଆରପି କମୁଛି, ସିଦ୍ଧାର୍ଥ ଶୁକ୍ଲା ମନେ ପଡୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.