ପହଞ୍ଚିଲେ ଭାଇଜାନ୍ ; କଟକ ବାରବାଟୀ ଷ୍ଟାଡିୟମ୍‌ରେ ଦେଖାଇବେ ଜଲଓ୍ବା

Published By : Prameya-News7 Bureau | November 28, 2018 IST

ଭୁବନେଶ୍ବର ୨୮|୧୧:  ଭୁବନେଶ୍ବରରେ ପହଞ୍ଚିଲେ ଭାଇଜାନ୍ । କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହକି ବିଶ୍ବକପ୍ ର ଦ୍ବିତୀୟ ଉଦଘାଟନୀ ସମାରୋହରେ ଯୋଗଦେବା ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ସଲମାନ ଖାନ୍ । ଚାଟାର୍ଡ ପ୍ଲେନ୍ ରେ ଆସି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ । ଏହାପରେ କଟକ ଅଭିମୁଖେ ବାହାରିଯାଇଛନ୍ତି ସଲମାନ । ସଲମାନଙ୍କୁ ଦେଖିବାପାଇଁ ଫ୍ୟାନ୍ ମାନଙ୍କର ପ୍ରବଳ ଭିଡ ଲାଗିଥିଲା । ବିମାନବନ୍ଦରଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ରାସ୍ତ କଡରେ ମଧ୍ୟ ଫ୍ୟାନ୍ ମାନଙ୍କର ଭିଡ ଦେଖିବାକୁ ମିଳିଛି । ବାରବାଟୀ ଷ୍ଟାଡିୟମରେ ଉତ୍ସବରେ ଯୋଗଦେଇ ହକି ସମ୍ବନ୍ଧରେ କିଛି ବାର୍ତ୍ତା ଦେବା ସହ ଷ୍ଟେଜ୍ ରେ ପରଫରମାନ୍ସ ମଧ୍ୟ କରିବେ ସଲମାନ ଖାନ୍ । ଏହି ଉତ୍ସବରେ ଯୋଗଦେବାପାଇଁ କଟକ ଆସିବେ ବୋଲି ପୂର୍ବରୁ ଟ୍ବିଟ୍ କରିଥିଲେ ଦବଙ୍ଗ ଷ୍ଟାର ସଲମାନ ଖାନ୍ । କଟକ ଆସୁଥିବା ନେଇ ସେ ଟ୍ବିଟର ପେଜ୍ ରେ ପୋଷ୍ଟ କରିବା ସହ ଏକ ଭିଡିଓ ମଧ୍ୟ ଅପଲୋଡ୍ କରିଥିଲେ । ଭିଡିଓରେ ସେ କହିଛନ୍ତି ଯେ ସେ ହକି ବିଶ୍ବକପ୍ କଟକ ଉଦଘାଟନୀ ଉତ୍ସବରେ ଯୋଗଦେବାକୁ ଓଡ଼ିଶା ଆସୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.