Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଗାଲାକ୍ସି ଆପାର୍ଟମେଣ୍ଟ ଛାଡି ଭଡା ଘର ନେଲେ ଦବଙ୍ଗ ଖାନ୍ : ମାସକୁ ଗଣିବେ ୮.୨୫ ଲକ୍ଷ ଟଙ୍କା…

18/10/2021 at 3:02 PM

ମୁମ୍ବାଇ ୧୮।୧୦ : ବଲିଉଡର ଦବଙ୍ଗ ସଲମାନ ଖାନ ତାଙ୍କ ପରିବାର ସହିତ ବାନ୍ଦ୍ରାସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟରେ ରୁହନ୍ତି। ଏହା ସହିତ ସେ ପାନଭେଲର ଫାର୍ମ ହାଉସକୁ ଯାଇ ମଧ୍ୟ ସମୟ ବିତାଇଥାନ୍ତି। କିନ୍ତୁ ଏତେ ସମ୍ପତ୍ତି ଥାଇ ମଧ୍ୟ ସଲମାନ ଏବେ ଭଡା ଘରେ ରହୁଛନ୍ତି । ସମସ୍ତ ଭାବୁଥିବେ କି ସଲମାନ ଭଡା ଘର କାହିଁକି ନେଇଛନ୍ତି । ହେଲେ ଏହା ସେ କିନ୍ତୁ ରହିବା ପାଇଁ ନୁହେଁ, ବରଂ ଶୁଟିଂ ପାଇଁ ଭଡା ଘର ନେଇଛନ୍ତି।

ସଲମାନ ବାନ୍ଦ୍ରାସ୍ଥିତ ତାଙ୍କ ଘର ନିକଟରେ ଥିବା ଏକ ଡୁପ୍ଲେକ୍ସ ପାଇଁ ଭଡା ନେଇଛନ୍ତି । ଏହି ଚୁକ୍ତି ୧୧ ମାସ ପାଇଁ ହୋଇଛି । ସମସ୍ତ ପ୍ରକାରର ସୁବିଧା ଏହି ଡୁପ୍ଲେକ୍ସରେ ରହିଛି। ୨,୨୬୫ ବର୍ଗଫୁଟର ଏକ କାର୍ପେଟ କ୍ଷେତ୍ର ଅଛି। ଏହି ଡୁପ୍ଲେକ୍ସ ମାକବା ହାଇଟ୍ସ, ବାନ୍ଦ୍ରାର ୧୭ ଏବଂ ୧୮ ମହଲାରେ ଅଛି। ଯାହାର ମାଲିକାନା ବାବା ସିଦ୍ଦିକି ଏବଂ ଜିଶାନ ସିଦ୍ଦିକିଙ୍କ ନାଁରେ ଅଛି। ବାବା ସିଦ୍ଦିକିଙ୍କ ସହ ସଲମାନଙ୍କର ବହୁତ ଭଲ ସମ୍ପର୍କ ରହିଛି। କୁହାଯାଉଛି ଯେ ଏହି ଡୁପ୍ଲେକ୍ସ ରାଇଟର୍‌ ପ୍ୟାଡ ପାଇଁ ବ୍ୟବହୃତ ହେବ। ଏଥିପାଇଁ ସଲମାନ ପ୍ରତି ମାସରେ ୮.୨୫ ଲକ୍ଷ ଟଙ୍କା ଭଡା ଦେବେ।

ତେବେ ସଲମାନ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଅନ୍ତିମ୍ ଦ ଫାଇନାଲ ଟ୍ରୁଥ’ର ରିଲିଜ ତାରିଖ ମଧ୍ୟ ଘୋଷଣା ହୋଇଛି । ମହେଶ ମଞ୍ଜରେକରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ନଭେମ୍ବର ୨୬ରେ ରିଲିଜ୍‌ ହେବ । ଏହି ଫିଲ୍ମରେ ତାଙ୍କ ଭିଣୋଇ ଆୟୁଷ ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାବେଳେ ସଲମାନ ଜଣେ ପୋଲିସ ଅଧିକାରୀ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମଟି ବକ୍ସ ଅଫିସରେ ଜନ ଆବ୍ରାହମଙ୍କ ଫିଲ୍ମ ‘ସତ୍ୟମେବ ଜୟତେ-୨’ ସହିତ ଟକ୍କର ଦେବ।

   Related Posts