ଆଇସିୟୁରେ ଜୀବନ ସହ ସଂଗ୍ରାମ କରୁଥିବା ଫରାଜ୍ ଖାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ସଲମାନ୍, ଦେଲେ ହସ୍ପିଟାଲ ବିଲ୍

Published By : Prameya-News7 Bureau | October 15, 2020 IST

ମୁମ୍ବାଇ ୧୫/୧୦ : ବଲିଉଡ ସୁପରଷ୍ଟାର ସଲମାନ ଖାନ ଅଭିନେତା ଫରାଜ ଖାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ହିନ୍ଦୀ ଚଳଚିତ୍ର ମେହେନ୍ଦିର ଅଭିନେତା ଫରାଜ ଖାନ ଆଇସିୟୁରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଜାଣିବା ପରେ ସଲମାନ ଖାନ ତାଙ୍କର ହସ୍ପିଟାଲ ବିଲ ଦେଇ ଦେଇଛନ୍ତି। କଶ୍ମୀରା ଶାହ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏନେଇ ସୂଚନା ଦେଇଛନ୍ତି। କଶ୍ମୀରା ଶାହ ସଲମାନଙ୍କ ସହ 'ଦୁଲହନ ହମ ଲେ ଯାଏଙ୍ଗେ' ଭଳି ଫିଲ୍ମରେ ଅଭିନୟ କରିଛନ୍ତି।

{"id":344822,"sizeSlug":"large"}

କଶ୍ମୀରା ଶାହ ସଲମାନ ଖାନଙ୍କ ଫଟୋ ସେୟାର କରି ପୋଷ୍ଟ କରି ଲେଖିଛନ୍ତି, 'ଆପଣ ସତରେ ମହାନ, ଫରାଜ ଖାନଙ୍କ ବିଲ ପେମେଣ୍ଟ କରିଥିବାରୁ ଧନ୍ୟବାଦ। ଫରାଜ ଖାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି। ଏହିଭଳି ସ୍ଥିତିରେ ସଲମାନ ତାଙ୍କୁ ସାହାଯ୍ୟ କରିଛନ୍ତି ଯେମିତି ସେ ଅନ୍ୟମାନଙ୍କୁ ମଧ୍ୟ ସାହାଯ୍ୟ କରନ୍ତି। ମୁଁ ତାଙ୍କର ପ୍ରଶଂସକ ଓ ସବୁବେଳେ ରହିବି। ଯଦି ଲୋକ ଏହି ପୋଷ୍ଟକୁ ପସନ୍ଦ କରିବେନି ତାହେଲେ ମୋର କିଛି ଫରକ ପଡ଼ିବନି, ସେମାନେ ମୋତେ ଅନଫଲୋ କରିପାରନ୍ତି। ଇଣ୍ଡଷ୍ଟ୍ରିରେ ମୁଁ ଯେତେଜଣଙ୍କୁ ଜାଣିଛି ସଏସମସ୍ତଙ୍କ ଠାରୁ ସଲମାନ ବହୁତ ଭଲ।'

wp:core-embed/instagram {"url":"https://www.instagram.com/p/CGVIUl6nZeL/","type":"rich","providerNameSlug":"instagram","className":""}
https://www.instagram.com/p/CGVIUl6nZeL/
/wp:core-embed/instagram

ସୂଚନାଯୋଗ୍ୟ ଯେ, ‘ମେହେନ୍ଦୀ ଏବଂ ‘ଫରେବ' ଭଳି ଫିଲ୍ମରେ ନଜର ଆସିଥିବା ପୂର୍ବତନ ବଲିଉଡ ଅଭିନେତା ଫରାଜ ଖାନ୍ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଜୀବନ ଏବଂ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଅଭିନେତା ୟୁସୁଫ ଖାନଙ୍କ ପୁଅ ଫରାଜଙ୍କୁ ମସ୍ତିଷ୍କ ସଂକ୍ରମଣ ଏବଂ ନିମୋନିଆ ହୋଇଛି। ତାଙ୍କ ଚିକିତ୍ସା ପାଇଁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଫରାଜ ଖାନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦେଖି ପୂଜା ଭଟ୍ଟ ମଧ୍ୟ ସାହାଯ୍ୟ ପାଇଁ ସୋସିଆଲ ମିଡ଼ିଆରେ ଅପିଲ୍ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.