ସେପ୍ଟେମ୍ବର ୨୮ରେ କୋର୍ଟରେ ହାଜର ହେବେ ସଲମାନ ଖାନ୍, ସମସ୍ୟାରେ ବିଗବସ୍ ସିଜନ୍-୧୪

Published By : Prameya-News7 Bureau | September 17, 2020 IST

ମୁମ୍ବାଇ ୧୭/୦୯: ଟେଲିଭିଜନ ଜଗତର ଲୋକପ୍ରିୟ ତଥା ବିବାଦୀୟ ରିଏଲିଟି ଶୋ’ ବିଗବସ୍ ସିଜନ ୧୪ର ଅପେକ୍ଷାରେ ଅଛନ୍ତି ଦର୍ଶକ। ଖୁବଶୀଘ୍ର ଶୋ’ ପ୍ରିମିୟର୍ ମଧ୍ୟ ହେବ। ତେବେ ପ୍ରିମିୟର ପାଇଁ କେଇଟା ଦିନ ବାକି ଥିବାରୁ ଏହାର ନିର୍ମାତାମାନେ ଶୋ’ର ପ୍ରସ୍ତୁତିରେ ଲାଗିଛନ୍ତି। ଏବେ କିନ୍ତୁ ଲାଗୁଛି ଶୋ’ ସମସ୍ୟାରେ ପଡ଼ିପାରେ। ସୂତ୍ର ଅନୁସାରେ ବିଗବସ୍ ହୋଷ୍ଟ ସଲମାନ ଖାନଙ୍କୁ ସେପ୍ଟେମ୍ବର ୨୮ରେ ଯୋଧପୁର ଅଦାଲତରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି।

ଏହି ଖବର ଶୁଣିବା ପରେ ବିଗବସ୍ ନିର୍ମାତା ଖୁବ୍ ଚିନ୍ତାରେ ଅଛନ୍ତି। କାରଣ ଶୋ’ ସଞ୍ଚାଳନ ପାଇଁ ସଲମାନ କୋଟି କୋଟି ଟଙ୍କା ନିଅନ୍ତି। ଏହା ସହ ସଲମାନଙ୍କ ନାଁରେ ମଧ୍ୟ ନିର୍ମାତା ବାଜି ଲଗାନ୍ତି। ସଲମାନଙ୍କ ଯୋଧପୁର କୋର୍ଟରେ ହାଜିର ହେବା ଶୋ’ ମେକର୍ସଙ୍କ ପାଇଁ ମହଙ୍ଗା ହୋଇପାରେ ବୋଲି ଆଲୋଚନା ହେଉଛି। କାରଣ କୋର୍ଟର କିଛି ବି ଶୁଣାଣି ବିଗବସ୍ ଟିଆରପି ଉପରେ ପଡ଼ିପାରେ।

ଚଳିତ ବିଗବସ ସିଜନ ପାଇଁ ସଲମାନ ଖାନ୍ ୧୫୦ କୋଟି ଟଙ୍କା ନେବେ। ଅର୍ଥାତ ପ୍ରତ୍ୟେକଟି ଏପିସୋଡ୍ ପାଇଁ ସେ ନେବେ ୨୦ କୋଟି ଟଙ୍କା । ଏଥର ଶୋ’ର ପ୍ରତିଯୋଗୀ ତାଲିକାରେ ପବିତ୍ରା ପୁନିଆ, କରଣ ପଟେଲ, ଏଲି ଗୋନି, ସ୍ନେହା ଉଲାଲା, ନୈନା ସିଂହ, ରାହୁଲ ବୈଦ୍ୟ, ଆଜାଜ ଖାନ, ଜସ୍ମିନ ଭସିନ, ନିଶାନ୍ତ ମଲକାନୀଙ୍କ ନାଁ ସାମିଲ ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.