Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ବାହାଘର କାର୍ଡ଼ ବଣ୍ଟା ସରିଥିଲେ ମଧ୍ୟ କାହିଁକି ଭାଙ୍ଗିଗଲା ସଲମାନ ଖାନଙ୍କ ବାହାଘର : ୨୧ବର୍ଷ ପୁରୁଣା ରାଜ୍ ଉପରୁ ଉଠିଲା ପର୍ଦ୍ଦା

25/04/2020 at 8:58 PM

ମୁମ୍ବାଇ ୨୫/୪: ବଲିଉଡରେ ଯଦି କାହାକୁ ମୋଷ୍ଟ ଏଲିଜେବଲ୍ ବ୍ୟାଚେଲର କୁହାଯାଏ ତେବେ ସେ ହେଉଛନ୍ତି ସଲମାନ୍ ଖାନ୍। ସଲମାନଙ୍କ ଫ୍ୟାନ୍ସଙ୍କୁ ଆଜି ବି ତାଙ୍କ ବିବାହର ଅପେକ୍ଷା ରହିଛି। ଅନେକ ଥର ସଲମାନଙ୍କ ନାଁ ଇଣ୍ଡଷ୍ଟ୍ରିର ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଛି କିନ୍ତୁ ବିବାହ ହୋଇପାରି ନାହିଁ। ନିକଟରେ ସଲମାନ ଖାନଙ୍କ ବିବାହ ସହ ଜଡ଼ିତ ଏକ ପୁରୁଣା ଭିଡିଓ ଜୋରସୋରରେ ଭାଇରାଲ୍ ହେଉଛି। ଏହି ଭିଡିଓରୁ ଜଣା ପଡ଼ୁଛି ଯେ ତାଙ୍କ ବିବାହ ହୋଇଥାନ୍ତା କିନ୍ତୁ ୫-୬ଦିନ ପୂର୍ବରୁ ସେ ସମ୍ପର୍କ ଭାଙ୍ଗି ଦେଇଥିଲେ।

ସଲମାନଙ୍କ ବିବାହର ଖୁଲାସା ୨୧ବର୍ଷ ପରେ କପିଲ ଶର୍ମାଙ୍କ ସେଟରେ ହୋଇଥିଲ। ଏହା ସାଜିଦ ନାଦିଆଦଓ୍ବାଲା କହିଥିଲେ। ସେ ଶୋ ରେ ହାଉସଫୁଲ୍ ୪ର ପ୍ରମୋସନ୍ ପାଇଁ ଯାଇଥିଲେ। ସେ ମଜାଳିଆ ଢ଼ଙ୍ଗରେ କହିଥିଲେ ଯେ ସଲମାନ ଖାନଙ୍କ ବିବାହ ଧାର୍ଯ୍ୟ ହୋଇଯାଇଥିଲା। ଏପରିକି ତାଙ୍କ ବିବାହ କାର୍ଡ଼ ମଧ୍ୟ ବଣ୍ଟା ସାରିଥିଲା। କିନ୍ତୁ ବିବାହ ହୋଇପାରିନଥିଲା।

କପିଲ ଶର୍ମାଙ୍କ ଶୋରେ ସାଜିଦଙ୍କୁ କପିଲ କହିଥିଲେ ସେ ଏବଂ ସଲମାନ ପ୍ରମିଜ କରିଥିଲେ ଯେ କେବେ ସେମାନେ ବିବାହ କରିବେ ନାହିଁ ତେବେ ସାଜିଦ କିପରି ବିବାହ କରିନେଲେ? ଏହାର ଉତ୍ତରରେ ସାଜିଦ କହିଥିଲେ ଯେ ୧୯୯ମସିହାରେ ଦୁହେଁ ବିବାହ କରିବାକୁ ସ୍ଥିର କରିଥିଲେ। କାର୍ଡ଼ ଛପି ଯାଇଥିଲା ଏବଂ ବଣ୍ଟାଗଲା ସେତେବେଳେ ସଲମାନ ହଠାତ୍ ଦିନେ ନିଷ୍ପତ୍ତି ନେଲେ ଯେ ସେ ବିବାହ କରିବେ ନାହିଁ। ଏହା ପଛରେ କ’ଣ କାରଣ ଥିଲା ଏହା ସଲମାନ ଆଜି ଯାଏଁ କହିନାହାନ୍ତି। ସଲମାନ କାହାକୁ ବିବାହ କରିଥାନ୍ତେ ଏବିଷୟରେ କିଛି ଜଣା ପଡ଼ିନାହିଁ।

   Related Posts