ସଲ୍‌ମାନଙ୍କ ନ୍ୟୁ ୟିଅର ପାର୍ଟି, ଫାର୍ମହାଉସ୍‌ରେ ଏକ୍ସଙ୍କ ସହ ନାଚିଲେ ଝୁମିଲେ…

Published By : Prameya-News7 Bureau | January 03, 2020 IST

ମୁମ୍ବାଇ୩|୧: ଦବଙ୍ଗ ଖାନ୍‌ ସଲମାନ ନୂଆ ବର୍ଷ ୨୦୨୦ ଖୁବ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି। ସଲମାନଙ୍କ ନ୍ୟୁ ୟିଅର ଗ୍ରାଣ୍ଡ ପାର୍ଟିରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ସାମିଲ ହୋଇଥିଲେ। ନିଜ ଫାର୍ମହାଉସ୍‌ରେ ନୂଆ ବର୍ଷକୁ ସ୍ବାଗତ କରିଛନ୍ତି ଅଭିନେତା ସଲ୍‌ମାନ। ଏହି ପାର୍ଟିରେ ସଲମାନଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ସଙ୍ଗୀତା ବିଜଲାନୀ ମଧ୍ୟ ସାମିଲ ହୋଇଥିଲେ। ସଲମାନଙ୍କ ସହ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଥିବା ସଙ୍ଗୀତାଙ୍କ ରିଲେସନଶିପ୍‌ ଅଧିକ ଦିନ ତିଷ୍ଠି ନ ଥିଲା। ହେଲେ ନୂଆବର୍ଷ ସେଲିବ୍ରେଟ୍‌ କରିବା ସମୟରେ ପୁରୁଣା ପ୍ରେମିକାଙ୍କ ସହ ସଲ୍‌ମାନଙ୍କୁ ଦେଖିବାକୁ ମିଳିଛି।

{"id":206104,"sizeSlug":"large"}

ଷ୍ଟାର୍ସ ମାନଙ୍କ ବ୍ୟତୀତ ସଲମାନଙ୍କ ପରିବାର ସଦସ୍ୟ ଓ ବନ୍ଧୁମାନେ ମଧ୍ୟ ଏହି ପାର୍ଟିରେ ଏକତ୍ର ହୋଇଥିଲେ। ସଙ୍ଗୀତା, ଡେଜି ଶାହ, ବର୍ଦ୍ଧା ନାଦିଆଓ୍ବାଲା, ସୋହେଲଙ୍କ ପୁଅ ନିରଓ୍ବାନ ଖାନ୍‌ ଏବଂ ତାଙ୍କ ବନ୍ଧୁଙ୍କୁ ଫାର୍ମହାଉସ୍‌ ବାହାରେ ସ୍ପଟ୍‌ କରାଯାଇଥିଲା। ସଲ୍‌ମାନ କଫି ମଗ ଧରି ବୁଲୁଥିବା କ୍ୟାମେରାରେ କଏଦ ହୋଇଛି। ସଲମାନ ଏବେ ବିଗ୍‌ବସ୍‌ ହୋଷ୍ଟ କରିବା ସହ ନିଜ ଆଗାମୀ ପ୍ରୋଯେକ୍ଟରେ ବ୍ୟସ୍ତ ଅଛନ୍ତି। ଏଥିମଧ୍ୟରୁ ସେ ନିଜର କିଛି ସମୟ କାଢି ନୂଆ ବର୍ଷକୁ ସ୍ବାଗତ କରିଛନ୍ତି।  

{"id":206105,"sizeSlug":"large"}
wp:heading {"level":5}
୨୦୧୯ ମସିହା ସଲ୍‌ମାନଙ୍କ ପାଇଁ ଅନେକ ସ୍ମୃତି ଆଣିଛି। ଗତ ମାସ ଡିସେମ୍ବର ମାସରେ ଦବଙ୍ଗ-୩ ରିଲିଜ୍‌ ହୋଇଥିଲା। ଏହା ପରେ ୨୭ ଡିସେମ୍ବରରେ ସେ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ବଲିଉଡର ‘ସୁଲ୍‌ତାନ’ ସଲମାନ ଖାନ୍‌ ତାଙ୍କର ୫୪ତମ ଜନ୍ମଦିନ ଜାକ୍‌ଝମକ୍‌ରେ ପାଳନ କରିଥିଲେ।
/wp:heading {"id":206106,"sizeSlug":"large"}
wp:heading {"level":5}
ସୂଚନାଯୋଗ୍ୟ ଯେ, ସଲମାନଙ୍କ ବର୍ଥଡେ ପାର୍ଟିରେ ଲୁଲିୟା, କ୍ୟାଟ୍ରିନା, ସୋନାକ୍ଷୀ, ରନଦିପ୍‌, ଆୟୁଷ ଶର୍ମା, ରବିନା ଟଣ୍ଡନଙ୍କ ବ୍ୟତୀତ ଅନେକ କଳାକାର ସାମିଲ ଥିଲେ। ଠିକ୍‌ ସେହିଦିନ ଅର୍ପିତା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏଥିପାଇଁ ସଲମାନ ନିଜ ଖୁସି ମଧ୍ୟ ପ୍ରକାଶ କରିଥିଲେ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.