ସଲମାନ ଖାନଙ୍କ ଫିଲ୍ମରେ ନଜର ଆସିବେ ଏହି ୩ ଅଭିନେତା…

Published By : Prameya-News7 Bureau | February 03, 2020 IST

ମୁମ୍ବାଇ୩|୨: ବଲିଉଡର ଦବଙ୍ଗ ଖାନ ସଲମାନ ଆଜିକାଲି ବହୁତ ବ୍ୟସ୍ତ ଅଛନ୍ତି। ନିକଟରେ ତାଙ୍କ ଫିଲ୍ମ ଦବଙ୍ଗ ୩ ରିଲିଜ ହୋଇଥିଲା। ସଲମାନ ନିଜ ଅପକମିଂ ଫିଲ୍ମ ‘ରାଧେ’ର ଶୁଟିଂ ଆରମ୍ଭ କରିସାରିଛନ୍ତି। ଫିଲ୍ମ ‘ରାଧେ’ ଚଳିତ ବର୍ଷ ଇଦ୍‌ରେ ରିଲିଜ ହେବ। ସୋସିଆଲ ମିଡିଆରେ ସଲମାନ ନିଜ ଆଗାମୀ ପ୍ରୋଯେକ୍ଟ ବିଷୟରେ ଘୋଷଣା କରିଛନ୍ତି। ଏହି ଫିଲ୍ମରେ ସଲମାନଙ୍କ ସହ ଅଭିନେତା ଆୟୁଷ ଶର୍ମା, ସୁରଜ ପଞ୍ଚୋଲି ଓ ଜାହୀର ଇକ୍‌ବାଲ ନଜର ଆସିବେ। ୨୦୨୧ ମସିହା ଇଦ୍‌ରେ ଏହି ଫିଲ୍ମ ରିଲିଜ ହେବ।

{"id":219529,"sizeSlug":"large"}

ନିର୍ଦ୍ଦେଶକ ଫରହାଦ ସାମ୍‌ଜୀ ଫିଲ୍ମର କିଛି ଖାସ୍‌ ଚରିତ୍ର ପାଇଁ ନୂଆ କଳାକାରଙ୍କୁ ନବା ପାଇଁ ଚାହାନ୍ତି। ହେଲେ ସଲମାନ ତାଙ୍କୁ ସୂରଜ, ଆୟୁଷ ଓ ଜାହୀରଙ୍କୁ ନେବା ପାଇଁ ପରାମର୍ଶ ଦେଇଥିଲେ। ଏଥିପାଇଁ ଫିଲ୍ମ ନିର୍ଦ୍ଦେଶକ ଓ ନିର୍ମାତା ସାଜିଦ ନାଡିୟାଡୱାଲା ସହମଚ ଅଛନ୍ତି। ଫିଲ୍ମରେ ଏହି ୩ ଜଣ ଅଭିନେତାଙ୍କୁ ସଲମାନଙ୍କ ସାଙ୍ଗ ଭାବେ ଦେଖିବାକୁ ମିଳିବ। ସଲମାନ ନିଜେ ସୋସିଆଲ ମିଡିଆରେ ଏହି ବିଷୟରେ ଘୋଷଣା କରିଛନ୍ତି।

{"id":219530,"sizeSlug":"large"}

ସେ ଲେଖିଛନ୍ତି ଯେ, ‘ମେରୀ ଅଗଲି ଫିଲ୍ମ…କଭି ଇଦ୍‌ କଭି ଦିୱାଲି’। ସୁପରଷ୍ଟାର ସଲମାନ ୨୦୧୫ ମସିହାରେ ହିରୋ ଫିଲ୍ମ ଦ୍ବାରା ସୁରଜଙ୍କୁ, ୨୦୧୯ ମସିହାରେ ନୋଟ୍‌ବୁକ୍‌ ଫିଲ୍ମ ଦ୍ବାରା ଜହୀରଙ୍କୁ ଓ ୨୦୧୮ରେ ରିଲିଜ ହୋଇଥିବା ଲଭରାତ୍ରୀ ଦ୍ବାରା ନିଜ ଭିଣୋଇଙ୍କୁ ଲଞ୍ଚ କରିଥିଲେ। ଏବେ ଏହି ୩ ଅଭିନେତା ସଲମାନଙ୍କ ନୂଆ ପ୍ରୋଯେକ୍ଟ ‘କଭି ଇଦ୍‌ କଭି ଦିୱାଲି’ରେ ସାମିଲ ହେବେ।

wp:heading {"level":1}

  

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.