Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ସୋସିଆଲ ମିଡିଆରେ ଭାଇରାଲ ହେଉଛି ସଲମାନଙ୍କ ବିବାହ ବେଳର ଫଟୋ, ଅଦାଲତରେ ବି ହୋଇଛି ଦାଖଲ

27/09/2019 at 6:27 PM

ମୁମ୍ବାଇ୨୭|୯: ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନ କେବେ କରିବେ ବିବାହ? ସଲମନଙ୍କ ପ୍ରଶଂସକ ତାଙ୍କୁ ସବୁବେଳେ ଏହି ପ୍ରଶ୍ନ ପଚାରିଥାନ୍ତି। ସଲମାନଙ୍କ ବିବାହ କେବେ ହେବ ଏପର୍ଯ୍ୟନ୍ତ କେହି ଜାଣି ନାହାନ୍ତି। କିନ୍ତୁ ସୋସିଆଲ ମିଡ଼ିଆରେ ଏମିତି ଏକ ଫଟୋ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ସଲମାନ ଖାନଙ୍କ ବର ବେଶ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଫଟୋ ଛତିଶଗଡ଼ ବିଳାସପୁର କୋର୍ଟରେ ଦାଖଲ ହୋଇଥିଲା। ଫଟୋ ଦେଖିବା ପରେ  କୋର୍ଟ​‌ରେ ଉପସ୍ଥିତ ଲୋକେ ଆଚମ୍ବିତ .ହୋଇଥିଲେ। ତେବେ ପୂରା ଘଟଣା ସମ୍ପର୍କରେ ଜାଣନ୍ତୁ….

ସୂଚନାଯୋଗ୍ୟ ଯେ, ବିଳାସପୁର ଜିଲ୍ଲାର ବୈକୁଣ୍ଠପୁରର ପଣ୍ଡୋପାରା କାଲରୀରେ ରହୁଥିବା ବସନ୍ତଲାଲ ସୂରଜପୁର ଅଞ୍ଚଳର ରାନୀଙ୍କୁ ବିବାହ କରିଥିଲେ। ଏମସିଏଲ କମ୍ପାନୀରେ କାମ କରୁଥିବା ବସନ୍ତଲାଲ ୨୦୧୩ ମସିହା ଜୁଲାଇ ୨୫ ତାରିଖରେ ଗଳାରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏଣୁ  ବସନ୍ତଲାଲଙ୍କ ପରିବାର ଲୋକ ତାଙ୍କ ପତ୍ନୀ ରାନୀଙ୍କୁ ଘରୁ ବାହାର କରି ଦେଇଥିଲେ। ମୃତ ବସନ୍ତଲାଲଙ୍କ ପରିବାର ଲୋକ ରାନୀଙ୍କୁ ବୋହୂର ମର୍ଯ୍ୟଦା ଦେଉ ନଥିବା ବେଳେ ରାନୀ  ବସନ୍ତଲାଲଙ୍କ ସ୍ତ୍ରୀ ନୁହେଁ ବୋଲି  ପରିବାର ଅଡ଼ି ବସିଥିଲେ ।

ଘଟଣା ବୈକୁଣ୍ଠପୁର ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲା। ବସନ୍ତଲାଲଙ୍କ ମୃତ୍ୟୁ ପରେ ତାଙ୍କ ଚାକିରୀରେ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ମିଳୁ ବୋଲି ତାଙ୍କ ପରିବାର ଚାହୁଁଥିଲେ। କେବଳ ଏଥିଲାଗି ବସନ୍ତଙ୍କ ପତ୍ନୀ ରାନୀଙ୍କୁ ପରିବାର ଲୋକ ଘରୁ ବାହାର କରି ଦେଇଥିଲେ। ରାନୀ ହେଉଛନ୍ତି ବସନ୍ତଙ୍କ ପତ୍ନୀ ଏକଥା ମାନିବାକୁ ତାଙ୍କ ପରିବାର ନାରାଜ ଥିଲେ। ବସନ୍ତଲାଲଙ୍କ ଚାକିରୀ ଯେମିତି ତାଙ୍କ ପତ୍ନୀ ରାନୀଙ୍କୁ ନମିଳୁ ସେଥିଲାଗି ବସନ୍ତଙ୍କ ପରିବାର ଲୋକ ଏଭଳି କରୁଥିଲେ। ବସନ୍ତଙ୍କ ପତ୍ନୀ ରାନୀ ନୁହେଁ ଏକଥା ପ୍ରମାଣ କରିବା ଲାଗି ବିଚାରପତିଙ୍କ ପାଖରେ ପ୍ରମାଣ ଦାଖଲ କରିବା ଲାଗି ନିର୍ଦେଶ ଦିଆଯାଇଥିଲା।

 ଏହି ସମୟରେ ରାନୀଙ୍କ ଏକ ବିବାହ ଫଟୋ ଅଦାଲତରେ ବସନ୍ତଙ୍କ ପରିବାର ଲୋକ ଦାଖଲ କରିଥିଲେ। ଯେଉଁ ଫଟୋରେ ରାନୀ କନ୍ୟା ବେଶରେ ଓ ତାଙ୍କ ପାଖରେ ସଲମାନ ଖାନ ବର ବେଶରେ  ଛିଡ଼ା ହୋଇଥିବା ଦେଖାଯାଉଛି । ଏହି ଫଟୋରେ ରାନୀ ସଲମାନ ଖାନଙ୍କୁ ବିହାହ କରି ସାରିଥିବା କଥା ବସନ୍ତଙ୍କ ପରିବାର ଲୋକ କୋର୍ଟରେ କହିଥିଲେ। ବସନ୍ତଲାଲଙ୍କ ପରିବାର ଲୋକଙ୍କ ଯେଉଁ ଫଟୋ ଅଦାଲତରେ ଦାଖଲ କରିଥିଲେ ସେହି ଫଟୋଟିକୁ ଏଡିଟିଙ୍ଗ କରାଯାଇଥିଲା। ଏହା ଜଣାପଡିବା ପରେ କୋର୍ଟ ରାନୀଙ୍କ ସଂପକ୍ଷରେ ରାୟ ଦେଇଛନ୍ତି।

   Related Posts