କାହିଁକି ଅବିବାହିତ ଅଛନ୍ତି ଦବଙ୍ଗ ଖାନ୍ , କହିଲେ ଏହି ୨ଟି କାରଣ…

Published By : Prameya-News7 Bureau | October 29, 2021 IST

ମୁମ୍ବାଇ ୨୯।୧୦ : ବଲିଉଡ୍‌ର ଦବଙ୍ଗ ଖାନ ତଥା ସୁପରଷ୍ଟାର ସଲମାନ ଖାନ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି। ବର୍ତ୍ତମାନ ସେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଆଣ୍ଟିମ୍: ଦି ଫାଇନାଲ୍ ଟ୍ରୁଥ୍' ବିଷୟରେ ଆଲୋଚନା କରୁଛନ୍ତି। ସଲମାନ ଖାନଙ୍କ ବ୍ୟତୀତ ବରୁଣ ଧାୱନ ଏବଂ ଅଭିନେତ୍ରୀ ମହିମା ମାକୱାନା ଏହି ଫିଲ୍ମରେ ନଜର ଆସିବେ। ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା।

କାହିଁକି ଅବିବାହିତ ଅଛନ୍ତି ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ। କେବେ ହାତକୁ ଦୁଇହାତ ହେବେ ସେ? ଅନେକ ଥର ଏହି ପ୍ରଶ୍ନ ଉଠିଥିଲେ ହେଁ ଉତ୍ତର କାହାକୁ ମିଳେନା। ସଲମାନ ଖାନଙ୍କ ପ୍ରଶଂସକମାନେ ତାଙ୍କୁ କ୍ରମାଗତ ଭାବରେ ଗୋଟିଏ ପ୍ରଶ୍ନ ପଚାରିଥାନ୍ତି, ଯାହା ତାଙ୍କ ବିବାହ ସହିତ ଜଡିତ । ପ୍ରକୃତ କଥା ଦେଖିଲେ ଦୁଇଟି କଥା ଲାଗି ଏଯାଏ ବିବାହ କରିନାହାନ୍ତି ସଲମାନ।  ଥରେ ସାକ୍ଷାତକାର ସମୟରେ ବରିଷ୍ଠ ସାମ୍ବାଦିକ ରଜତ ଶର୍ମା ମଧ୍ୟ ସଲମାନଙ୍କୁ ସମାନ ପ୍ରଶ୍ନ ପଚାରିଥିଲେ। ସେ ଏହାର ଜବାବ ଦେଇଥିଲେ।

ସଲମାନ କହିଥିଲେ, ଆପଣ ମୋ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣନ୍ତି। ଜୋଧପୁର ଏବଂ ମୁମ୍ବାଇ ଦୁର୍ଘଟଣାକୁ ନେଇ ଦୁଇଟି ମାମଲା ମୋ ଉପରେ ଚାଲୁଛି। ଦୁଇଟିଯାକରେ ଜିତାପଟ ହେବ ବୋଲି ଆଶା। ହେଲେ ଯଦି କିଛି ହୋଇଯାଏ ତେବେ ମୋତେ ଜେଲ ହୋଇଯିବ। ସେତେବେଳେ କ’ଣ ହେବ। ବିବାହ କରିନେବି ସତ। ମାତ୍ର ତାହା କ’ଣ ଠିକ ହେବ? ସ୍ବାମୀ ଜେଲ ଭିତରେ ୨,୩ ନଚେତ ୫ ବର୍ଷ ରହିବ। ମୋ ଛୁଆ ମୋତେ ଜେଲରେ ଭେଟିବାକୁ ଆସିବ। ଏସବୁ କେସର ନିଷ୍କର୍ସ ଶୀଘ୍ର ବାହାରିଲେ ବିବାହ ନେଇ ସେ ଚିନ୍ତା କରିବେ ବୋଲି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.