କରୋନା ଡରରେ ଘର ଛାଡ଼ିଲେ ସଲମାନ ଖାନ୍ : ଜାଣନ୍ତୁ କେଉଁଠି ରହୁଛନ୍ତି ଏବଂ କ’ଣ କରୁଛନ୍ତି

Published By : Prameya-News7 Bureau | March 26, 2020 IST

ମୁମ୍ବାଇ ୨୬/୩: ପ୍ରଧାନମନ୍ତ୍ରୀ ମୋଦିଙ୍କ ଲକଡାଉନ୍ ଘୋଷଣା ପରେ ହିଁ ସାଧାରଣ ଜନତାଠୁ ଆରମ୍ଭ କରି ସେଲିବ୍ରିଟିମାନେ ନିଜ ଘରେ ବସିଛନ୍ତି। ସେମାନେ ନିଜ ନିଜ ବିଷୟରେ ମଧ୍ୟ ସୂଚନା ଦେଉଛନ୍ତି। ସଲମାନ ଖାନଙ୍କ ବିଷୟରେ ଖବର ଆସିଛି ଯେ ସେ ତାଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ନାହାନ୍ତି।

{"id":244459,"sizeSlug":"large"}

ସଲମାନ ନିଜ ପରିବାରକୁ ନେଇ ନିଜ ଫାର୍ମ ହାଉସ୍ ଚାଲି ଯାଇଛନ୍ତି। କ୍ବାରେଣ୍ଟାଇନରେ ସଲମାନ ନିଜ ଫ୍ୟାମିଲି ସହ ଏଞ୍ଜୟ କରୁଛନ୍ତି। ସଲମାନ ଲକଡାଉନ ପରେ ନିଜ ପରିବାର ସହ ପଓ୍ବେଲ୍ ଫାର୍ମ ହାଉସରେ ରହୁଛନ୍ତି।

{"id":244460,"sizeSlug":"large"}

ସଲମାନ ଖାନ୍ ପ୍ରଭୁ ଦେବାଙ୍କ ଫିଲ୍ମ ‘ରାଧେ’ର ସୁଟିଂ କରୁଥିଲେ। ସୁଟିଂ ରଦ୍ଦ ହେବାମାତ୍ରେ ସେ ତାଙ୍କ ଫାର୍ମହାଉସକୁ ଯିବାପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ସଲମାନ ଫ୍ରି ହେବାମାତ୍ରେ ତାଙ୍କ ଫାର୍ମହାଉସକୁ ଯାଇ ସମୟ ବିତାନ୍ତି।

wp:core-embed/instagram {"url":"https://www.instagram.com/p/B9bidqil85E/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B9bidqil85E/?utm_source=ig_embed
/wp:core-embed/instagram

ସଲମାନଙ୍କ ଫାର୍ମ ହାଉସରେ ଆୟୁଷ,ଅର୍ପିତା,ଆହିଲ ଏବଂ ଆୟାତ ଅଛନ୍ତି। ସଲମାନଙ୍କୁ ଛୋଟ ପିଲା ବହୁତ ପସନ୍ଦ। ସଲମାନ ଅର୍ପିତା ଏବଂ ଆୟୁଷଙ୍କ ପିଲାଙ୍କ ସହ ସମୟ ବିତାଇବାକୁ ବହୁତ ପସନ୍ଦ କରନ୍ତି।

{"id":244461,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.