ସଲମାନ ଖାନ ଲଞ୍ଚ କଲେ ପର୍ଶନାଲ କେୟାର ବ୍ରାଣ୍ଡ FRSH : ସାନିଟାଇଜରରୁ ଆରମ୍ଭ

Published By : Prameya-News7 Bureau | May 25, 2020 IST

ମୁମ୍ବାଇ ୨୫/୦୫ : ବଲିଉଡ ଭାଇଜାନ ସଲମାନ ଖାନ ନିଜର ନୂଆ ବ୍ୟବସାୟିକ ଉପକ୍ରମ ଲଞ୍ଚ କରିଛନ୍ତି | FRSH ବ୍ରାଣ୍ଡରେ ସେ ସାନିଟାଇଜରରୁ ଆରମ୍ଭ କରିଛନ୍ତି | ମେ ୨୪ ତାରିଖ ରାତିରେ ସଲମାନ ସୋସିଆଲ ମିଡ଼ିଆରେ ନିଜର ଏହି ନୂଆ ସୌନ୍ଦର୍ଯ୍ୟ ଓ ପର୍ଶନଲ କେୟାର ବ୍ରାଣ୍ଡ ଲଞ୍ଚ କରିବାକୁ ଘୋଷଣା କରିଥିଲେ | ଏକ ଭିଡିଓ ମେସେଜ ଜରିଆରେ ସଲମାନ କହିଥିଲେ ଯେ, ନିକଟରେ ସେ FRSH ନାମକ ଏକ ବ୍ରାଣ୍ଡ ଲଞ୍ଚ କରିଥିଲେ | ତେବେ ପ୍ରାଥମିକ ସ୍ଥରରେ ଡିଓଡ୍ରଣ୍ଟ ଲଞ୍ଚ କରିବାକୁ ଯୋଜନା କରିଥିଲେ | କିନ୍ତୁ ପରିସ୍ଥିତି ଓ ଚାହିଦାକୁ ଦୃଷ୍ଟିରେ ରଖି ପ୍ରାଥମିକ ସ୍ଥରରେ ସାନିଟାଇଜର ଲଞ୍ଚ କରିଛନ୍ତି |  

{"id":275621,"sizeSlug":"large"}

କରୋନା ମହାମାରୀ ଯୋଗୁଁ ବର୍ତ୍ତମାନ ସାନିଟାଇଜରର ଚାହିଦା ବହୁତ ରହିଛି | ଏହି ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସାନିଟାଇଜର ଅତ୍ୟନ୍ତ ମହତ୍ଵପୁର୍ଣ ବୋଲି କହିଛନ୍ତି ସଲମାନ | ଜନ୍ସ ହପକିନ୍ସ ବିଶ୍ୱ ବିଦ୍ୟାଳୟ ଗଣନା ଅନୁଯାୟୀ, କରୋନା ବର୍ତ୍ତମାନ ସୁଦ୍ଧା ୫୪ ଲକ୍ଷରୁ ଅଧିକ ଲୋକଙ୍କୁ ସଂକ୍ରମଣର ଶିକାର କରିଛି | ୩ ଲକ୍ଷ ୪୫ ହଜାରରୁ ଅଧିକ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହୋଇସାରିଛି |   

{"id":275628,"width":574,"height":470,"sizeSlug":"large"}

ସଲମାନ କହିଛନ୍ତି, ସାନିଟାଇଜର ପରେ ଡିଓଡ୍ରଣ୍ଟ, ବଡି ୱାଇପ୍ସ ଏବଂ ପରଫ୍ୟୁମ ଭଳି ଅନ୍ୟ ପ୍ରଡକ୍ଟ ଲଞ୍ଚ କରାଯିବ | ବର୍ତ୍ତମାନ FRSH ସାନିଟାଇଜର FRSH ଅଫିସିଆଲ ୱେବସାଇଟ ରେ ଉପଲବ୍ଧ | ପରେ ଏହା ଦୋକାନମାନଙ୍କରେ ମଧ୍ୟ ଉପଲବ୍ଧ ହେବ ବୋଲି ସଲମାନ କହିଛନ୍ତି | ଏହା ୭୨ ପ୍ରତିଶତ ଆଲକହଲ ଯୁକ୍ତ | 

{"id":275629,"width":569,"height":600,"sizeSlug":"large"}

FRSH ୱେବସାଇଟ ଅନୁଯାୟୀ, ସାନିଟାଇଜରର ୧୦୦ ମିଲି ଲିଟର ବୋତଲର ଦାମ ୫୦ ଟଙ୍କା ଏବଂ ୫୦୦ ମିଲିଲିଟର ବୋତଲର ଦାମ ୨୫୦ ଟଙ୍କା | ତେବେ ୱେବସାଇଟ ଅନୁସାରେ କମ୍ବୋ ସେଟ କିଣିଲେ ୧୦ ପ୍ରତିଶତ ରୁ ୨୦ ପ୍ରତିଶତ ରିହାତି ମିଳୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.