ଲକଡାଉନ୍ ଯୋଗୁଁ ପରିବାରଠୁ ଦୂରରେ ଫସିଛନ୍ତି ବଲିଉଡ ସେଲିବ୍ରିଟି : ସୋସିଆଲ ମିଡିଆରେ ସେୟାର ହେଲା ଭିଡିଓ
16/04/2020 at 4:19 PM

ମୁମ୍ବାଇ ୧୬/୪: ଦେଶରେ ଅପ୍ରେଲ୍ ୧୪ତାରିଖରେ ୨୧ଦିନର ଲକଡାଉନ୍ ପୂରା ହୋଇଥିଲା। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ୍ ୨.୦ର ଘୋଷଣା କରିଥିଲେ ଯାହା ଅପ୍ରେଲ୍ ୧୫ରୁ ମେ ୩ତାରିଖ ଯାଏଁ ଚାଲିବ। ଏପରି କ୍ଷେତ୍ରରେ ବଲିଉଡର ସେଲିବ୍ରିଟିଙ୍କ ଘରକୁ ଫେରିବାର ଆଶା ପୁଣି ଭାଙ୍ଗି ଯାଇଛି,ଯେଉଁମାନେ ପ୍ରଥମ ଲକଡାଉନ୍ ପାଇଁ ନିଜ ପରିବାରଠୁ ଦୂରରେ ଅନ୍ୟ ଦେଶରେ ଏବଂ ସହରରେ ଫସି ଯାଇଥିଲେ। ସେମାନଙ୍କ ମଧ୍ୟରେ ଜୟା ବଚ୍ଚନ,ସଲମାନ ଖାନ୍,ଅର୍ଜ୍ଜୁନ ରାମପାଲ୍,ମନୋଜ ବାଜପାୟୀ,ମୌନି ରାୟ ଏବଂ ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଦତ୍ତ ସାମିଲ ଅଛନ୍ତି।

ଦିଲ୍ଲୀରେ ଫସିଛନ୍ତି ଜୟା ବଚ୍ଚନ : ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ ଅଭିନେତ୍ରୀ ହେବା ସହ ରାଜ୍ୟସଭା ସାଂସଦ। ଯେତେବେଳେ ଲକଡାଉନ୍ ଘୋଷିତ ହୋଇଥିଲା ସେତେବେଳେ ସେ ସଂସଦ କାର୍ଯ୍ୟରେ ସାମିଲ ହେବାକୁ ଦିଲ୍ଲୀରେ ଥିଲେ। ତାଙ୍କ ୭୨ତମ ଜନ୍ମଦିନରେ ଅମିତାଭ ବଚ୍ଚନ ନିଜ ବ୍ଲଗରେ ଲେଖିଥିଲେ,‘ଲକଡାଉନ୍ ଯୋଗୁଁ ଜୟା ମୁମ୍ବାଇ ଫେରି ପାରି ନାହାନ୍ତି। ଦିଲ୍ଲୀରେ ସେ ତାଙ୍କ ଘରେ ସୁରକ୍ଷିତ ଅଛନ୍ତି।’
ପନବେଲରେ ଫସିଛନ୍ତି ସଲମାନ ଖାନ୍ : ସୁପରଷ୍ଟାର ସଲମାନ ଖାନ୍ ପନବେଲ୍ ସ୍ଥିତ ନିଜ ଫାର୍ମହାଉସରେ ଫସିଛନ୍ତି। ସେ ଭଉଣୀ ଅର୍ପିତା,ଭିଣୋଇ ଆୟୁଷ ଶର୍ମା ଏବଂ ଭଣଜାଙ୍କ ସହ ସେଠାକୁ ଯାଇଥିଲେ। ଏହି ସମୟରେ ଲକଡାଉନ୍ ଘୋଷଣା ହୋଇଥିଲା ଏବଂ ସେ ଫେରି ପାରିନଥିଲେ।
ଘରେ ଏକା ଅଛନ୍ତି ସଞ୍ଜୟ ଦତ୍ତ : ସଞ୍ଜୟ ଦତ୍ତ ନିଜ ଘରେ ଏକୁଟିଆ ଅଛନ୍ତି ଏବଂ ରାମାୟଣ,ମହାଭାରତ ଦେଖି ସମୟ ବିତାଉଛନ୍ତି। ସେ ଆମିଷ ଏବଂ ଡ୍ରିଙ୍କ ଛାଡ଼ି ଦେଇଛନ୍ତି। ତାଙ୍କ ପତ୍ନୀ ଏବଂ ପିଲାମାନେ ଦୁବାଇରେ ଫସିଯାଇଛନ୍ତି। ସେମାନେ ସେଠାରେ ଭାକେସନ୍ କରିବା ପାଇଁ ଯାଇଥିଲେ।
କରଜତରେ ଫସିଛନ୍ତି ଅର୍ଜୁନ ରାମପାଲ୍ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଏବଂ ୭ମାସର ପୁଅ ସହ ମୁମ୍ବାଇରୁ ପାଖାପାଖି ୮୦କି.ମି. ଦୂର କରଜତରେ ଫସିଛନ୍ତି। ସେ ସେଠାରେ ନିଜ ଫିଲ୍ମ ‘ଭୀମା କୋରେଗାଁଓ’ ସୁଟିଂ କରୁଥିଲେ।
ଦୁବାଇରେ ଫସିଛନ୍ତି ମୌନି ରାୟ : ଟିଭିରୁ ବଲିଉଡ ଅଭିନେତ୍ରୀ ହୋଇଥିବା ମୌନି ରାୟ ଏକ ଆଡ ସୁଟ୍ ପାଇଁ ଦୁବାଇ ଯାଇଥିଲେ। କିନ୍ତୁ ଏହି ସମୟରେ ଦେଶରେ ଘୋଷିତ ଲକଡାଉନ୍ ପାଇଁ ସେ ସେଠାରେ ଅଟକିଯାଇଥିଲେ।
ଡେହରାଡୁନରେ ଫସିଛନ୍ତି ମନୋଜ ବାଜପାୟୀ : ଅଭିନେତା ମନୋଜ ବାଜପାୟୀ ଦେହରାଦୁନରେ ଫସିଛନ୍ତି। ସେ ସେଠାକୁ ଏକ ସୁଟିଂ ପାଇଁ ଯାଇଥିଲେ। କିନ୍ତୁ ଲକଡାଉନ୍ ପାଇଁ ଫେରି ପାରିନଥିଲେ।
ଗୋଆରେ ଫସିଛନ୍ତି ନଫିସା ଅଲ୍ଲୀ : ଅଭିନେତ୍ରୀ ନଫିସା ଅଲ୍ଲୀ ନିଜ ଝିଅ ସହ ଛୁଟି କାଟିବାକୁ ଗୋଆ ଯାଇଥିଲେ। କିନ୍ତୁ ଲକଡାଉନ୍ ଘୋଷଣା ଯୋଗୁଁ ସେ ସେଠାରେ ଫସି ଯାଇଥିଲେ।
ଖଣ୍ଡାଲାରେ ଫସିଛନ୍ତି ଜ୍ୟାକି ଶ୍ରଫ୍ : ଜ୍ୟାକି ଶ୍ରଫ୍ ଖଣ୍ଡାଲାରେ ନିଜ ଫାର୍ମହାଉସରେ ଫସିଛନ୍ତି।