ବର୍ଷ ବର୍ଷ ଧରି ଗାଲାକ୍ସି ଆପାର୍ଟମେଣ୍ଟରେ ରହି ଆସୁଛନ୍ତି ସଲମାନ ଖାନ, ତଥାପି କାହା ପାଇଁ ନେଇଛନ୍ତି ୮ଲକ୍ଷର ଭଡ଼ା ଘର

Published By : Prameya-News7 Bureau | October 21, 2021 IST

ମୁମ୍ବାଇ ୨୧/୧୦: ମୁମ୍ବାଇର ଏକ ଆଇକନିକ ଠିକଣା ହେଉଛି ଗାଲାକ୍ସି ଆପାର୍ଟମେଣ୍ଟ, ଯେଉଁଠାରେ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ଚର୍ଚ୍ଚିତ ସୁପରଷ୍ଟାର ସଲମାନ ଖାନ ରହୁଛନ୍ତି। ସଲମାନ ବର୍ଷ ବର୍ଷ ଧରି ଗାଲାକ୍ସି ଆପାର୍ଟମେଣ୍ଟରେ ଅବସ୍ଥିତ ଏହି ଘରେ ତାଙ୍କ ବାପା-ମା ଏବଂ ଭାଇମାନଙ୍କ ସହିତ ରହିଆସୁଛନ୍ତି। ତେବେ ଏହି ଆପାର୍ଟମେଣ୍ଟ ସମେତ ତାଙ୍କ ପାଖରେ ଦେଶର ବିଭିନ୍ନ ସହରରେ ଅନେକ ସମ୍ପତ୍ତି ରହିଛି। ତେବେ ମିଡିଆ ରିପୋର୍ଟ ଅନୁଯାୟୀ ସଲମାନ ମୁମ୍ବାଇରେ ଏକ ପ୍ରପର୍ଟି ଭଡାରେ ନେଇଛନ୍ତି। ସେ ତାଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟ ନିକଟରେ ଏହି ପ୍ରପର୍ଟି ଭଡାରେ ନେଇଛନ୍ତି।

{"width":668,"height":494}
सालों से मुंबई के गैलेक्सी अपार्टमेंट में रह रहे Salman Khan ने लाखों रुपये चुकाकर किराए पर लिया एक घर, सामने आई ये वजह

ସୂଚନା ଅନୁଯାୟୀ, ଭାଇଜାନ ଏହି ପ୍ରପର୍ଟି ନିଜ ପାଇଁ ନୁହେଁ ବରଂ ଜଣେ ଲେଖକଙ୍କ ପାଇଁ ଭଡାରେ ନେଇଛନ୍ତି, ଯିଏକି ତାଙ୍କ ଫାର୍ମ ପାଇଁ ସ୍କ୍ରିପ୍ଟ ଲେଖୁଛନ୍ତି। ଏହି ଫ୍ଲାଟ ପାଇଁ ଅଭିନେତା ପ୍ରତି ମାସରେ ୮.୨୫ ଲକ୍ଷ ଟଙ୍କା ଦେଉଛନ୍ତି। ଏହି ଫ୍ଲାଟ ହେଉଛି ବାନ୍ଦ୍ରା ମାକବା ହାଇଟ୍ସରେ ଅବସ୍ଥିତ ରାଜନେତା ବାବା ସିଦ୍ଦିକିଙ୍କ ପ୍ରପର୍ଟି। ଏହି ଡୁପ୍ଲେକ୍ସ ଫ୍ଲାଟ ୧୭-୧୮ ମହଲା ଏବଂ ଏହାର ମୋଟ କାର୍ପେଟ କ୍ଷେତ୍ର ୨୨୬୫ ବର୍ଗଫୁଟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.