Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ସଲମାନ ଖାନଙ୍କ ଡ୍ରାଇଭର ସମେତ ୨ କର୍ମଚାରୀ କରୋନା ପଜିଟିଭ୍, ଆଇସୋଲେସନରେ ଭାଇଜାନ

19/11/2020 at 8:24 AM

ମୁମ୍ବାଇ, ୧୯|୧୧ :   ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନଙ୍କ ଡ୍ରାଇଭର ସମେତ ଅନ୍ୟ ୨ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ସଲମାନ ନିଜକୁ ଆଇସୋଲେସନ କରିଛନ୍ତି । ଏବେ ସେ ବିଗ୍ ବସ୍-୧୪ର ହୋଷ୍ଟ୍ କରୁଛନ୍ତି । ତେବେ ଆଗାମୀ ଏପିସୋଡରେ ସେ ଉପଲବ୍ଧ ହେବେ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ନିକଟରେ ଦବଙ୍ଗ ଷ୍ଟାର୍ ସଲମାନ ରାଧେ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ ।ଏହି ପିଲ୍ମରେ ତାଙ୍କ ସହ ଅଭିନେତ୍ରୀ ଦିଶା ପଟାନୀ ନଜର ଆସିବେ । ଏହି ସବୁ ମଧ୍ୟରେ ବିଗ୍ ବସ-୧୪ର ହୋଷ୍ଟିଂ ମଧ୍ୟ କରୁଛନ୍ତି ସଲମାନ ।

ଏଠାରେ ଉଲ୍ଲେଖ୍ୟଯୋଗ୍ୟ ଯେ, ଅନେକ ବଲିଉଡ୍ ସେଲିବ୍ରିଟି ଗତ ୨-୩ ମାସ ହେଲା ପୁଣି କାମ ଆରମ୍ଭ କରିଦେଇଛନ୍ତି । କରୋନା ମହାମାରୀ ଓ ଲକଡାଉନ୍ ପାଇଁ ଫିଲ୍ମ ସୁଟିଂ ଉପରେ କଟକଣା ଲାଗିଥିଲା । ଏବେବି କରୋନା ଆତଙ୍କ ଜାରି ରହିଛି । କେବଳ ଏଣ୍ଟରଟେନମେଣ୍ଟ୍ ଇଣ୍ଡଷ୍ଟ୍ରୀ ନୁହେଁ ସାରା ଦେଶ ପାଇଁ କରୋନା ବିପଦ ଆଣି ଦେଇଛି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କରୋନା ମାମଲା ୧୭ ଲକ୍ଷ ଟପିଛି । ଏଠାରେ ୧୭ ଲକ୍ଷ ୫୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୬ ହଜାର ୨୦୦ରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ରାଜ୍ୟରେ ୮୦ ହଜାର ୨୨୧ଟି ସକ୍ରିୟ କେସ୍ ରହିଥିବା ବେଳେ ୧୬ ଲକ୍ଷ ୩୦ ହଜାର ୧୧୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କେବଳ ମୁମ୍ବାଇରେ ୨ ଲକ୍ଷ ୭୧ ହଜାର ୫୦୦ରୁ ଅଧିକ କେସ୍ ଥିବା ବେଳେ ୧୦ ହଜାର ୬୧୫ଜଣ ପ୍ରାଣ ହରାଇଛନ୍ତି ।

   Related Posts