ବାରବାଟୀ ଷ୍ଟାଡିୟମରେ ଦେଖିବାକୁ ମିଳିଲା ଦବଙ୍ଗଷ୍ଟାର ସଲମାନ ଖାନଙ୍କ ଜଲୱା, ସଲମନ ଖାନ ଓଡ଼ିଆରେ କହିଲେ “ଜୟ ଜଗନ୍ନାଥ”, “ମୁଁ ତୁମକୁ ଭଲପାଏ” ଏବଂ ବାଲିଯାତ୍ରାର ଶୁଭେଚ୍ଛା ଜଣାଇଲେ
28/11/2018 at 11:19 PM

କଟକ ୨୮/୧୧: ବାରବାଟୀ ଷ୍ଟାଡିୟମରେ ଦେଖିବାକୁ ମିଳିଲା ଦବଙ୍ଗଷ୍ଟାର ସଲମାନ ଖାନଙ୍କ ଜଲୱା। ଆଜି ସଂଧ୍ୟାରେ ବାରବାଟୀ ଷ୍ଟାଡିୟମରେ ପହଞ୍ଚିବା ପରେ ସଲମାନ ଖାନ କହିଥିଲେ ଜୟ ଜଗନ୍ନାଥ। ଏହାପରେ ଓଡ଼ିଆରେ ମୁଁ ତୁମକୁ ଭଲପାଏ ଏବଂ ବାଲିଯାତ୍ରାର ଶୁଭେଚ୍ଛା ବୋଲି କହିଥିଲେ ସଲମାନ। ଯିବା ପୂର୍ବରୁ କଟକରେ ଆଳୁଦମ ଦହିବରା ଖାଇବେ ବୋଲି କହିଥିଲେ ସଲମାନ। କଟକ ଭାଇଚାରାର ସହର । ଏମିତି ଭାଇଚାରା ଦେଶର ସବୁଠି ରହିବା ଉଚିତ ବୋଲି କହିଥିଲେ ଦବଙ୍ଗଷ୍ଟାର । ଏଠାକୁ ପ୍ରଥମ ଥର ଆସିଛି । ତେବେ ଆପଣମାନଙ୍କୁ ଦେଖି ଭାବିଲି ପୂର୍ବରୁ କାହିଁକି ଆସିଲିନି। ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ବେଶ ପ୍ରଶଂସା କରିଥିଲେ ସଲମାନ। ହକି ବିଶ୍ବକପ୍ ର ସୁନ୍ଦର ଆୟୋଜନ ପାଇଁ ସଲମାନ ଓଡ଼ିଶାକୁ ଅଭିନନ୍ଦନ ଜଣାଇଛନ୍ତି। ସୁଯୋଗ ମିଳିଲେ ପୁଣି ଆସିବି ବୋଲି କହିଛନ୍ତି ସଲମାନ। ବାରବାଟୀ ଷ୍ଟାଡିୟମରେ କେତେକ ବଲିଉଡ୍ ଗୀତ ଗାଇ ଦର୍ଶକଙ୍କ ମନ ମୋହିଛନ୍ତି ସଲମାନ। ଏହି ଅବସରରେ ସଲମାନ ଖାନ ଓ ସଂଗୀତକାର ଏ.ଆର. ରେହମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଅନୁରୋଧ ରକ୍ଷା କରି ଆସିଥିବାରୁ ସଲମାନ ଖାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।