ଲାଇଭ ଚାଟରେ ଧରା ପଡ଼ିଲା ସଲମାନଙ୍କ ଚୋରା ପୀରତି : ଲକଡାଉନବେଳେ ଲୁଲିଆ ବନ୍ତୁରଙ୍କ ସହ ରହୁଛନ୍ତି ଏକାଠି
20/04/2020 at 4:52 PM

ମୁମ୍ବାଇ ୨୦/୪: ସଲମାନ ଖାନ୍ ଲକଡାଉନରେ ତାଙ୍କ ପନବେଲ୍ ଫାର୍ମହାଉସରେ ସମୟ ବିତାଉଛନ୍ତି। ସେ ମାର୍ଚ୍ଚରେ କିଛି ଦିନ ପାଇଁ ପନବେଲ୍ ଫାର୍ମହାଉସକୁ ଆସିଥିଲେ କିନ୍ତୁ ଲକଡାଉନ୍ ଯୋଗୁଁ ତାଙ୍କୁ ସେଠାରେ ରହିବାକୁ ପଡ଼ିଗଲା। ଏହି ସମୟରେ ତାଙ୍କ ଘନିଷ୍ଠ ବାନ୍ଧବୀ ୟୁଲିଆ ବନ୍ତୁର ତାଙ୍କ ସହ ଅଛନ୍ତି। ନିକଟରେ ଉଭୟଙ୍କ ଏକ ଫନି ଭିଡିଓ ସୋସିଆଲ ମିଡିଆରେ ସାମନାକୁ ଆସିଛି ଯାହା ଜୋରସୋରରେ ଭାଇରାଲ୍ ହୋଇଛି।

ଭାଇରାଲ୍ ଭିଡିଓରେ ୟୁଲିଆ କାହା ସହିତ ଚ୍ୟାଟ୍ ସେସନରେ ବ୍ୟସ୍ତ ଦେଖାଯାଉଥିବାବେଳେ ସଲମାନ ପଛରେ ଆସି ତାଙ୍କ କାନ୍ଧରେ ହାତ ରଖି ତାଙ୍କୁ କିଛି କହିବାକୁ ଉଦ୍ୟମ କରୁଛନ୍ତି। ଏହା ଦେଖି ୟୁଲିଆ ବିଚଳିତ ହୋଇ ଯାଉଛନ୍ତି ଏବଂ ତାଙ୍କୁ ଈଶାରା କରି କହୁଛନ୍ତି ଯେ ସେ ଅନଲାଇନ୍ ଅଛନ୍ତି। ଏହା ପରେ ସଲମାନ ଫ୍ରେମରୁ ବାହାରି ଯାଉଛନ୍ତି। କିନ୍ତୁ ୟୁଲିଆ ହସୁଛନ୍ତି।

ୟୁଲିଆ ମଡେଲ୍,ହୋଷ୍ଟ,ରେଡିଓ ପ୍ରେଜେଣ୍ଟର ଏବଂ ସିଙ୍ଗର। ସେ ଅଧିକାଂଶ ସମୟରେ ସଲମାନ ଖାନଙ୍କ ସହ ନିଜ ଘନିଷ୍ଠତା ପାଇଁ ଚର୍ଚ୍ଚାରେ ରୁହନ୍ତି। ଏକ ସାକ୍ଷାତକାରରେ ୟୁଲିଆ ସଲମାନଙ୍କ ସହ ନିଜ ସମ୍ପର୍କ ବିଷୟରେ କଥା ହେବାକୁ ମନା କରିଦେଇଥିଲେ।
