ଏହି ଅଭିନେତ୍ରୀଙ୍କୁ ୬୫ ଲକ୍ଷର ଉପହାର ଦେଲେ ସଲମାନ

Published By : Prameya-News7 Bureau | March 19, 2019 IST

ମୁମ୍ୱାଇ୧୯|୩:  କ୍ୟାଟରିନା କୈଫଙ୍କ ଲକ୍‌ଜରୀ କାର କଲେକଶନରେ ଆଉ ଏକ ରେଞ୍ଜ ରୋଭର ସାମିଲ ହୋଇଛି। ତାଙ୍କ ନୂଆ କାରର ମୂଲ୍ୟ ପାଖାପାଖି ୫୦ରୁ ୬୫ଲକ୍ଷ ଟଙ୍କା। ତେବେ ଚର୍ଚ୍ଚାର ବିଷୟ ଏହା ଯେ, କ୍ୟାଟରିନା ନିଜେ ଏହି ଗାଡି କିଣି ନାହାନ୍ତି। ତାଙ୍କୁ ଏହି କାର ଉପହାର ମିଳିଛି।  ଏହି କାର ତାଙ୍କୁ ସଲମାନ ଖାନ ଗିଫ୍ଟ ଦେଇଛନ୍ତି।

{"id":95125,"width":598,"height":313}

ରିପୋର୍ଟ ଅନୁସାରେ କିଛି ଦିନ ତଳେ ସଲମାନ ୪ଟି କାର କିଣିଥିଲେ। ସବୁ କାର ପାଖା ପାଖି ୫୦ ଲକ୍ଷ ଟଙ୍କା।  

{"id":95127,"width":598,"height":360}

ସୂଚନାଯୋଗ୍ୟ ଯେ, ଗୋଟେ କାର ସଲମାନ ନିଜ ପାଇଁ କିଣିଛନ୍ତି। ଦ୍ବତୀୟ ତାଙ୍କ ଭଉଣୀ ଅର୍ପିତା, ତୃତୀୟ ନିଜ ଭାଇ ଅରବାଜଙ୍କ ପାଇଁ କିଣିବା ସହ କ୍ୟାଟରିନାଙ୍କ ପାଇଁ ମଧ୍ୟ ଆଉ ଏକ କାର କିଣିଥିଲେ। ସଲମାନଙ୍କ କାର ଓ ବାଇକ୍‌ ସଉକ ବିଷୟରେ ଦର୍ଶକ ଜାଣିଥିବେ।  

{"id":95128,"width":597,"height":397}

କ୍ୟାଟରିନାଙ୍କ ପାଖରେ ପ୍ରଥମରୁ ଅଡି କାର ଅଛି। ଏବେ ତାଙ୍କ ଲିଷ୍ଟରେ ଆଉ ଏକ କାର ସାମିଲ ହେଲା। ଉଭୟଙ୍କୁ ଏକା ସହ ଆଗାମୀ ଫିଲ୍ମ ଭାରତରେ ଦେଖିବାକୁ ମିଳିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.