ଏଜାଜ ଖାନ୍ ଏବଂ କବିତା କୌଶିକଙ୍କ ଝଗଡ଼ାରେ ଅସନ୍ତୁଷ୍ଟ ହେଲେ ସଲମାନ୍ : ଷ୍ଟେଜ୍ ଛାଡ଼ି ଚାଲି ଯାଇ କହିଲେ ଏମିତି

Published By : Prameya-News7 Bureau | November 02, 2020 IST

ମୁମ୍ବାଇ ୨/୧୧: ବିଗ୍ ବସ୍‌ର ଓ୍ବିକେଣ୍ଡର ଓ୍ବାର୍‌ରେ ରବିବାରର ଏପିସୋଡରେ କବିତା କୌଶିକ ଏବଂ ଏଜାଜ ଖାନଙ୍କ ମଧ୍ୟରେ ଜୋରସୋରରେ ଝଗଡ଼ା ହେବାର ଅଛି। ଶୋର ପ୍ରୋମୋ ସାମନାକୁ ଆସିଛି ଯେଉଁଥିରେ କବିତା,ସଲମାନଙ୍କ ସାମନାରେ ଏଜାଜଙ୍କ ଅଭିଯୋଗ କରୁଛନ୍ତି। କବିତା କହୁଛନ୍ତି ଯେ ଲକଡାଉନରେ ମୋତେ କହିଲେ ମୋ ପାଖରେ ଖାଇବା ନାହିଁ। ମୁଁ ତାଙ୍କ ପାଇଁ ଖାଇବା ବନେଇଲି। କିନ୍ତୁ ସେମାନଙ୍କ ମଧ୍ୟରେ ବନ୍ଧୁତା ନାହିଁ। ମୋର ଏତେ ବଡ଼ ଭୁଲ୍ ଯାହା ଫଳରେ ମୋର ଏତେ ଅପମାନ ହୋଇଥାଏ।

ସଲମାନ,କବିତାଙ୍କୁ ବୁଝାଉଛନ୍ତି କିନ୍ତୁ ସେ ନ ଶୁଣିବାରୁ ସଲମାନ କହୁଛନ୍ତି ଯେ ଆପଣ ପ୍ରଥମେ ଜଗଡ଼ା କରି ସାରନ୍ତୁ। ସଲମାନ ଏହା କହି ଷ୍ଟେଜରୁ ଓହ୍ଲାଇ ଯାଉଛନ୍ତି।

ଆଜି ଶୋରେ ଶେହନାଜ ଗିଲ୍ ମଧ୍ୟ ଏଣ୍ଟ୍ରି କରିବେ। ଶେହନାଜ କହୁଛନ୍ତି ଯେ ଆପଣ ମୋ ସହ ମ୍ୟାଚିଂ କଲେ ନାହିଁ। ସଲମାନ କହୁଛନ୍ତି ଯେ ଭୁଲ୍ ହୋଇଗଲା,କ୍ଷମା କରି ଦିଅ। ଶେହନାଜ ଏହା ପରେ ସଲମାନ ଖାନଙ୍କୁ ଫ୍ଲାଇଂ କିସ୍ ଦେଉଛନ୍ତି ଏବଂ କହୁଛନ୍ତି ଯେ ଆଇ ଲୁ ୟୁ ପଜିଟିଭ ଓ୍ବାଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.