ରାକ୍ଷୀ ସାୱନ୍ତଙ୍କ ଉପରେ ରାଗିଗଲେ ସଲମାନ: କହିଲେ,’ତୁମେ ଅଭଦ୍ରାମିର ସୀମା ପାର କରିଦେଇଛ’
17/01/2021 at 5:19 PM

ମୁମ୍ବାଇ ୧୭/୦୧ : ବିଗ୍ ବସ୍-୧୪ରେ ପ୍ରଥମଥର ପାଇଁ ସଲମାନ ଖାନ କାହା ଉପରେ ରାଗିଥିବା ନଜର ଆସିଛନ୍ତି। ଲଗାତାର ରାକ୍ଷୀ ସାୱନ୍ତଙ୍କୁ ସପୋର୍ଟ କରୁଥିବା ସଲମାନ ଏଥର ତାଙ୍କ ଉପରେ ରାଗି ଯାଇଛନ୍ତି। ୱିକେଣ୍ଡ କା ୱାର୍ ଏପିସୋଡରେ ସଲମାନ ରାକ୍ଷୀଙ୍କ ଉପରେ ଅଭାଦ୍ରାମୀର ସୀମା ପାର କରିଥିବା ଆରୋପ ଲଗାଇଛନ୍ତି। ସେ ରାକ୍ଷୀଙ୍କ ମନୋରଞ୍ଜନ ଓ ଅଭାଦ୍ରାମୀ ଭିତରେ ଫରକ କାନ କହିଥିଲେ ଓ ଆଗକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

କିଛି ଦିନ ପୂର୍ବରୁ ରାକ୍ଷୀ ସାୱନ୍ତ ଅଲି ଗୋନିଙ୍କ ସହ କଥାବାର୍ତ୍ତା ବେଳେ ମହିଳାଙ୍କ ସମ୍ବନ୍ଧରେ ବିବାଦୀୟ ବୟାନ ଦେଇଥିଲେ। ସେ ଅନେକ ଡବଲ୍ ମିନିଙ୍ଗ୍ କଥା କହିଥିଲେ। ସେତେବେଳେ ଅଲି ମଧ୍ୟ ରାକ୍ଷୀଙ୍କ ଏହି ବ୍ୟବହାରକୁ ନେଇ ଆପତ୍ତି କରିଥିଲେ ଓ କହିଥିଲେ ଏହି ପ୍ରସଙ୍ଗ ସଲମାନଙ୍କ ସାମ୍ନାରେ ନ ଉଠାଇବାକୁ ମଧ୍ୟ କହିଥିଲେ। ରାକ୍ଷୀ ସଫେଇ ଦେବାକୁ ଚେଷ୍ଟା କରିବାକୁ ସଲମାନ ମଧ୍ୟ ତାଙ୍କୁ ସଫା ସଫା ସୁନେଇ ଦେଇଥିଲେ। ସଲମାନ କହିଥିଲେ ସ୍ପଷ୍ଟୀକରଣ ନୁହେଁ ଭୁଲକୁ ସୁଧାରିବା ଦରକାର।

ସଲମାନ ରାକ୍ଷୀକୁ କହିଛନ୍ତି, ସେ ମନୋରଞ୍ଜନର ଲକ୍ଷଣ ସୀମା ପାର କରିଦେଲେଣି ଆଉ ଏବେ ତାଙ୍କର ଏହିସବୁ କାରବାର ବହୁତ ଶସ୍ତା ଲାଗୁଛି। ସଲମାନଙ୍କ କଥା ଶୁଣି ରାକ୍ଷୀ କ୍ଷମା ମାଗିଥିଲେ।
ରାକ୍ଷୀ ସାୱନ୍ତଙ୍କୁ ଚେତାବନୀ ଦେଇ ସଲମାନ ଖାନ କହିଛନ୍ତି ଭବିଷ୍ୟତରେ ଏହିସବୁ ବ୍ୟବହାରକୁ ବରଦାସ୍ତ କରାଯିବନି। ସଲମାନଙ୍କ ଏହି ତାଗିଦ ପରେ ରାକ୍ଷୀଙ୍କର ମନ ଦୁଃଖ ହୋଇଥିଲା।