ପ୍ରତିଶୃତି ପୂରଣ କଲେ ଭାଇଜାନ, ୨୫ ହଜାର ସିନେ କର୍ମଚାରୀଙ୍କ ଆକାଉଣ୍ଟକୁ ପଠାଇଲେ ସହାୟତା ରାଶି

Published By : Prameya-News7 Bureau | June 05, 2021 IST

ମୁମ୍ୱାଇ ୦୫/୦୬: କଥା ଦେଇଥିଲେ ଆଉ ଏବେ ପୂରଣ କଲେ । ସଲମାନ ସିନେ କର୍ମଚାରୀଙ୍କୁ ଦେଇଥିବା ସହାୟତା ରାଶି ସେମାନଙ୍କ ଆକାଉଣ୍ଟକୁ ଆସିବା ଆରମ୍ଭ ହୋଇଗଲାଣି । FWICE ପ୍ରେସିଡେଣ୍ଟ ବି.ଏନ୍ ତିୱାରୀ ଏହି ସୂଚନା ଦେଇଛନ୍ତି । ସଲ୍ଲୁ ମିଆଁ ୨୫ ହଜାର ଲୋକଙ୍କ ଆକାଉଣ୍ଟରେ ୧୫୦୦ ଲେଖାଏଁ ଟଙ୍କା ଦେବାକୁ ଘୋଷଣା କରିଥିଲେ ।

ଏହା ସହ ବି.ଏନ ତିଓ୍ୱାରୀ ଆହୁରି କହିଥିଲେ କି ଯେ, କିଏ ସେହି ୩ ଜଣ ଯାହା ଦ୍ୱାରା ୫୦ ହଜାର ସିନେ କର୍ମଚାରୀ ମାଗଣା ଟିକା ପାଇପାରିବେ । ଶ୍ରୀ ତିୱାରୀ କହିଛନ୍ତି ଯେ ସଲମାନ ଖାନ ଚଳଚ୍ଚିତ୍ର ଜଗତ ସହିତ ଜଡିତ କର୍ମଚାରୀଙ୍କ ପାଇଁ ସର୍ବଦା କିଛି କରିଆସୁଛନ୍ତି । ବିଶେଷ କରି ଯେଉଁମାନେ ପ୍ରତିଦିନ ରୋଜଗାର କରନ୍ତି । ଏହି ମହାମାରୀରେ ସେ ଆମ ସଂଗଠନ ସହିତ ଅନେକ ଥର ଜଡିତ ହୋଇଥିଲେ, ଏବଂ ସାହାଯ୍ୟ ହାତ ବଢାଇଛନ୍ତି ।

ତାଙ୍କ ପ୍ରତିଶ୍ରୁତି ଅନୁଯାୟୀ, ୨୫ ହଜାର ସିନେ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର ପ୍ରକ୍ରିୟା ଶୀଘ୍ର ଆରମ୍ଭ ହୋଇଛି । ସଲମାନଙ୍କ ଟିମ ଯାଇଁ ବ୍ୟାଙ୍କର ସମସ୍ତ କାଗଜପତ୍ର କାମ ସାରିଛନ୍ତି । ସଲମାନ ଏମିତି ଆଗକୁ ମଧ୍ୟ ନିଜର ସହଯୋଗ ଜାରି ରଖିବେ ବୋଲି ତିଓ୍ୱାରୀ କହିଛନ୍ତି । ତେବେ ଆହୁରି ମଧ୍ୟ ଶ୍ରୀ ତିଓ୍ୱାରୀ କହିଛନ୍ତି ଏହି ମହାମାରୀରେ, ୫୦,୦୦୦ ଶ୍ରମିକଙ୍କୁ ମାଗଣା ଟିକା ପ୍ରଦାନ କରାଯାଉଛି ।

ଏହି କାମରେ ୩ଟି ସଂସ୍ଥା ସହଯୋଗର ହାତ ବଢାଇଛନ୍ତି । ୟଶ ରାଜ ଫିଲ୍ମ, ପ୍ରଡ୍ୟୁସର୍ସ ଆସୋସିଏସନ ଏବଂ ପ୍ରଡ୍ୟୁସର ଡେଭଲପର ମିଷ୍ଟର ଆନନ୍ଦ ବକ୍ସି ସାମିଲ ଅଛନ୍ତି । ଆମର ଲକ୍ଷ ରଖାଯାଇଛି କି, ଅଧିକରୁ ଲୋକ ଟିକାକରଣରେ ସାମିଲ ହୁଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.