Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

ମାତ୍ର ୮ ଜଣଙ୍କୁ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଫଲୋ କରନ୍ତି ସଲମାନ, କ୍ୟାଟ୍ରିନା ନୁହଁ ବରଂ ଲିଷ୍ଟରେ ଅଛି ତାଙ୍କ ଭଉଣୀଙ୍କ ନାଁ

2/10/2019 at 2:13 PM

ମୁମ୍ବାଇ୨|୧୦: ବଲିଉଡ ଦବଙ୍ଗ ସଲମାନ ଖାନ ଉଭୟ ବଡ ପରଦା ଓ ଛୋଟ ପରଦାରେ ରାଜ କରନ୍ତି। ପିଲ୍ମ ଓ ଟିଭି ଶୋ ବ୍ୟତୀତ ସଲମାନ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ରୁହନ୍ତି। ଟୁଇଟର, ଇନ୍‌ଷ୍ଟାଗ୍ରାମ ହେଉ ବା ଫେସବୁକ୍‌, ସବୁଥିରେ ସଲମାନଙ୍କର ଫ୍ୟାନ ଫଲୋଇଂ ବହୁତ ଅଧିକ ରହିଛି।

ହେଲେ ସଲମାନ ଖାନ ନିଜେ ସୋସିଆଲ ମିଡିଆ ଆକାଉଣ୍ଟ ଇନ୍‌ଷ୍ଟାଗ୍ରାମରେ ମାତ୍ର ୮ ଜଣଙ୍କୁ ଫଲୋ କରନ୍ତି। ଏହି ଲିଷ୍ଟରେ କିଏ କିଏ ଅଛନ୍ତି, ଜାଣନ୍ତୁ।

ସଲମାନଙ୍କ ଇନ୍‌ଷ୍ଟା ଆକାଉଣ୍ଟରେ ଆୟୁଷ ଶର୍ମା, ଅତୁଲ ଅଗ୍ନିହୋତ୍ରୀ, ଅର୍ପିତା ଖାନ ଶର୍ମା, ଅରବାଜ ଖାନ, ଲୁଲିୟା ବନ୍ତୁର, ରେନେଜ ବେକ ସେଲ ଓ ଇସାବେଲ କୈଫ ସାମିଲ ଅଛନ୍ତି। ଏଥିରେ ସଲମାନ ଇସାବେଲଙ୍କୁ ଫଲୋ କରିଛନ୍ତି ସତ ହେଲେ ତାଙ୍କ ଭଉଣୀ କ୍ୟାଟ୍ରିନା କୈଫଙ୍କୁ ଫଲୋ କରିନାହାନ୍ତି। ହେଲେ କ୍ୟାଟ୍ରିନା ସଲମାନଙ୍କୁ ଇନ୍‌ଷ୍ଟାଗ୍ରାମରେ ଫଲୋ କରିଛନ୍ତି।

   Related Posts