ଅଲ୍ଲୁ ଅର୍ଜୁନଙ୍କ ଗୀତ ‘ସିଟି ମାର୍’କୁ କପି କରି ଟ୍ରୋଲ୍ ହେଲେ ସଲମାନ୍

Published By : Prameya-News7 Bureau | April 24, 2021 IST

ମୁମ୍ବାଇ ୨୪/୦୪: ସଲମାନ ଖାନଙ୍କ ଫିଲ୍ମ ପାଇଁ ଫ୍ୟାନ୍ସମାନେ ପାଗଳ । ସଲମାନଙ୍କ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥାଏ । ନିକଟରେ ତାଙ୍କ ଫିଲ୍ମ ‘ରାଧେ ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ'ର ଟ୍ରେଲର ରିଲିଜ୍ ହୋଇଛି । ରିଲିଜ ହେବା ସହିତ ଏହି ଫିଲ୍ମଟି ଚର୍ଚ୍ଚାର ବିଷୟ ପାଲଟିଛି । ଟ୍ରେଲରରେ ପୁଣି ଥରେ ଆକ୍ସନ୍, ରୋମାନ୍ସ, ମ୍ୟୁଜିକ୍ ଏବଂ ଡ୍ୟାନ୍ସର ଜବରଦସ୍ତ ପ୍ୟାକେଜ୍ ଦେଖିବାକୁ ମିଳିଛି । କିନ୍ତୁ ୟୁଜରମାନେ ସଲମାନଙ୍କ ଏହି ଫିଲ୍ମର ଗୀତ ନକଲ କରାଯାଇଥିବା ଅଭିଯୋଗ କରିଛନ୍ତି ।

{"width":634,"height":428}
अल्लू अर्जुन

ଏହି ଫିଲ୍ମରେ ସଲମାନ ଦିଶା ପାଟନୀଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ । ଏହି ଟ୍ରେଲରରେ ଦୁହେଁ 'ସିଟି ମାର' ଗୀତରେ ନାଚୁଥିବାର ନଜର ଆସିଛନ୍ତି ।ବର୍ତ୍ତମାନ ଏହି ଗୀତ ଶୁଣିବା ପରେ ଲୋକମାନେ କହିଛନ୍ତି ଯେ ଏହି ଗୀତଟି ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ପୂଜା ହେଗଡେଙ୍କ 'ସିଟି ମାର' ଗୀତର ନକଲ କରାଯାଇଛି ।  କେବଳ ଏତିକି ନୁହେଁ, ଏହାର ମ୍ୟୁଜିକ୍ ମଧ୍ୟ ସେମ୍ ଅଟେ ।

{"width":637,"height":430}
सलमान खान- राधे योर मोस्ट वांटेड भाई

ଜଣେ ୟୁଜର୍ ଲେଖିଛନ୍ତି, 'ଅଲ୍ଲୁ ଅର୍ଜୁନ ଏବଂ ପୂଜା ହେଗଡେଙ୍କ ଫିଲ୍ମ ଡିଜେର ଗୀତ 'ସିଟି ମାର୍'ର ହିନ୍ଦୀ ରିମେକ୍ ସଲମାନଙ୍କ ରାଧେରେ ଅଛି । ବର୍ତ୍ତମାନ ବଲିଉଡ ଇଣ୍ଡଷ୍ଟ୍ରି ମଧ୍ୟ ଗୀତ କପି କରିବା ଆରମ୍ଭ କଲାଣି । ବର୍ତ୍ତମାନ ଏହି ଇଣ୍ଡଷ୍ଟ୍ରୀରେ ଅରଜିନାଲ୍ କିଛି ନାହିଁ । ଜଣେ ୟୁଜର ବଲିଉଡ ଇଣ୍ଡଷ୍ଟ୍ରୀ ତରଫରୁ ଅଲ୍ଲୁ ଅର୍ଜୁନଙ୍କୁ କ୍ଷମା ମାଗିଛନ୍ତି । ଅନ୍ୟ ଜଣେ ୟୁଜର୍ କହିଛନ୍ତି, 'ଟିକିଏ ବଦଳେଇଥାନ୍ତ, କିନ୍ତୁ ନିର୍ମାତା ସବୁକିଛି ସମାନ ରଖିଛନ୍ତି । ପୂର୍ବରୁ ବଲିଉଡର ଲୋକମାନେ କେବଳ କାହାଣୀ କପି କରୁଥିଲେ, କିନ୍ତୁ ବର୍ତ୍ତମାନ ସେମାନେ ଗୀତ ମଧ୍ୟ କପି କରିବା ଆରମ୍ଭ କଲେଣି । ଏହା ବ୍ୟତୀତ, ୟୁଜରମାନେ ଆହୁରି ଅନେକ କମେଣ୍ଟ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.