ଲକଡାଉନରେ ସଲମାନଙ୍କ ଧାନଚାଷ : ଭିଡିଓ ଦେଖି ‘ମାଶାଲ୍ଳାହ ଭାଇଜାନ୍’ କହିଲେ ପ୍ରଶଂସକ
21/07/2020 at 11:09 AM

ମୁମ୍ବାଇ ୨୧/୭: ବଲିଉଡର ସୁପରଷ୍ଟାର ସଲମାନ୍ ଖାନ୍ କିଛି ମାସ ହେବ ପନବେଲ୍ ସ୍ଥିତ ନିଜ ଫାର୍ମହାଉସରେ ସମୟ ବିତାଉଛନ୍ତି। ସେ ସୋସିଆଲ୍ ମିଡିଆରେ ଅଧିକାଂଶ ସମୟରେ ନିଜ ଫଟୋ ଏବଂ ଭିଡିଓ ସେୟାର କରନ୍ତି। ଏବେ ସଲମାନ ଖାନ୍ ନିଜର ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ଧାନ ଚାଷ କରୁଥିବା ନଜର ଆସିଛନ୍ତି। ଏହା ସହିତ ୟୁଲିୟା ବନ୍ତୁ ମଧ୍ୟ ସଲମାନଙ୍କୁ ସାହାଯ୍ୟ କରୁଥିବା ଦେଖାଯାଉଛନ୍ତି।
ସଲମାନ ଖାନ୍ ଏହି ଭିଡିଓରେ ଚାଷ କରିବା ପରେ ହାତ-ମୁହଁ ଧୋଉଥିବାର ମଧ୍ୟ ଦେଖା ଯାଉଛନ୍ତି। ସଲମାନ୍ ଏହି ଭିଡିଓର କ୍ୟାପସନରେ ଲେଖିଛନ୍ତି- ଧାନ ଚାଷ ସମ୍ପୂର୍ଣ୍ଣ ହୋଇଛି। ପ୍ରଶଂସକଙ୍କ ମଧ୍ୟରେ ଏହି ଭିଡିଓ ଖୁବ୍ ଭାଇରାଲ୍ ହେଉଛି। କେତେକ ପ୍ରଶଂସକ ନିଜ ପ୍ରିୟ ତାରକାଙ୍କୁ ଚାଷ କରୁଥିବାର ଦେଖି ବହୁତ ଖୁସି ହୋଇଛନ୍ତି।

ପ୍ରଶଂସକ ସଲମାନ ଖାନଙ୍କ ଏହି ଭିଡିଓରେ କମେଣ୍ଟ କରି ଲେଖିଛନ୍ତି- ମାଶାଲ୍ଲାହ ଭାଇଜାନ୍।