ନରେନ୍ଦ୍ର ମୋଦିଙ୍କ ବାୟୋପିକ୍କୁ ନେଇ ରାଗିଗଲେ ସଲମାନ, ଜାଣନ୍ତୁ କାହିଁକି
27/03/2019 at 3:11 PM

ମୁମ୍ୱାଇ୨୭|୩: ଉମଙ୍ଗ କୁମାରଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଫିଲ୍ମ “ପିଏମ ନରେନ୍ଦ୍ର ମୋଦୀ” ଏପ୍ରିଲ ମାସ ୧୨ ତାରିଖରେ ମୁକ୍ତିଲାଭ କରିବ। “ପିଏମ ନରେନ୍ଦ୍ର ମୋଦୀ” ଫିଲ୍ମରେ ବିବେକ ଓବରୋଏ ମୂଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ନରେନ୍ଦ୍ର ମୋଦୀଙ୍କ ରୋଲରେ ବିବେକଙ୍କୁ ଦେଖିବାକୁ ମିଳିବ। ବିବେକ୍ ଏବେ ଫିଲ୍ମ ରିଲିଜକୁ ନେଇ ବ୍ୟସ୍ଥ ଅଛନ୍ତି। ତେବେ ପିଲ୍ମ ରିଲିଜ ହେବା ପୂର୍ବରୁ ବିବାଦ ଆରମ୍ଭ ହୋଇସାରିଛି। ଚଳଚ୍ଚିତ୍ରର ଗୀତକୁ କ୍ରେଡିଟ୍ ମିଳିଲା ପରେ ନିର୍ବାଚନ କମିସନରୁ ନୋଟିସ୍ ମିଳିଛି।

କେବଳ ସେତିକି ନୁହଁ ସୁପରଷ୍ଟାର ସଲମାନ ଖାନ ମଧ୍ୟ ଏହି ବାୟୋପିକ୍କୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ସଲମାନ ଓ ବିବେକଙ୍କ ସଂପର୍କ ବିଷୟରେ ସମସ୍ତେ ଜାଣିଛନ୍ତି। ସୂଚନାଯୋଗ୍ୟ ଯେ, “ପିଏମ ନରେନ୍ଦ୍ର ମୋଦୀ” ଫିଲ୍ମର ନିର୍ମାତା ଓ ବିବେକ୍ଙ୍କ ଉପରେ ସଲମାନଙ୍କର ରାଗିବା କାରଣ ହେଉଛି ଚଳଚ୍ଚିତ୍ରର ଏକ ଗୀତ।

ଏହି ଫିଲ୍ମରେ ସୁନୋ ଗୌର ସେ ଦୁନିୟା ୱାଲୋଁ… ଗୀତ ଅଛି। ଏହି ଗୀତରେ ଅତୀତରେ ସଲମାନ ଓ ସଂଜୟ ଦତ୍ତ ଏକା ସହ ଅଭିନୟ କରିଥିଲେ। ଏହି ଗୀତ ପୁଣି ଥରେ ଫିଲ୍ମରେ ବ୍ୟବହାର କରାଯାଇଥିବାରୁ ସେ ଅସନ୍ତୁଷ୍ଟ ଅଛନ୍ତି।

କାରଣ ଏହି ଗୀତ ପାଇଁ ଅନୁମତି ନନେଇ ଫିଲ୍ମରେ ରଖାଯାଇଛି। ଗୀତର ଲେଖକ ସମୀର ମଧ୍ୟ କହିଛନ୍ତି ଯେ, ସିନେମାରେ ଗୀତ ରଖିବା ପୂର୍ବରୁ ତାଙ୍କ ସହ ମଧ୍ୟ କେହି କଥା ହୋଇନାହାନ୍ତି। ଏହି କାରଣରୁ ସଲମାନ ଏହି ସିନେମା ପାଇଁ ନିଜ ରାଗ ପ୍ରକାଶ କରିଛନ୍ତି। ଏହି ଗୀତର କପିରାଇଟ୍ ଟି-ସିରିଜ ପାଖରେ ଅଛି ଓ ସଲମାନ ମଧ୍ୟ ରଖିଛନ୍ତି। ସଲମାନ ଓ ବିବେକଙ୍କ ମଦ୍ୟରେ ସମ୍ପର୍କ କରାପ ହେବାର କାରଣ ଐଶର୍ଯ୍ୟା ରାୟ ବଚ୍ଚନ ବୋଲି କାହାକୁ ଅଛପା ନାହଁ।

ସଲମାନ ଓ ଐଶର୍ଯ୍ୟାଙ୍କ ବ୍ରେକଅପ୍ ପରେ ସେ ବିବେକ୍ଙ୍କ ସହ ରିଲେସନଶିପରେ ଥିଲେ। ଐଶର୍ଯ୍ୟା ଏକ ସାମ୍ୱାଦିକ ସମ୍ମିଳନୀରେ କହିଥିଲେ ଯେ, ସଲମାନ ତାଙ୍କୁ ଜୀବନରୁ ମାରିଦେବାର ଧମକ ଦେଉଥିଲେ ଓ ବିବେକ୍ ତାଙ୍କୁ ଏଥିରେ ସହଯୋଗ କରିଥିଲେ। ସେହି ସମୟରେ କିଛି ଦିନ ପରେ ଐଶ କହିଥିଲେ ଯେ, ତାଙ୍କର ବିବେକ୍ ସହ କୌଣସି ସଂପର୍କ ନାହିଁ। ଏହି କାରଣରୁ ବିବେକ୍ଙ୍କ ହାତରୁ ଅନେକ ବଡ ଫିଲ୍ମ ଅଫର ମଧ୍ୟ ଚାଲିଯାଇଥିଲା।

ବିବେକ୍ ଚାହୁଁଥିଲେ ଯେ, ସବୁ ସୁଖ ଦୁଃଖରେ ସେ ଐଶର୍ଯ୍ୟାଙ୍କୁ ସାହାଯ୍ୟ କରିବେ। କିନ୍ତୁ ଏହା ତାଙ୍କ ବିପଦଜ୍ଜନକ ସାବ୍ୟସ୍ତ ହୋଇଥିଲା। ନିର୍ବାଚନ କମିସନ ମଧ୍ୟ ଫିଲ୍ମ ନିର୍ମାତାକୁ ନୋଟିସ ଦ୍ୱାରା ଆଦେଶ ଦେଇଛି । ଫିଲ୍ମ ରିଲିଜ ହେବା ପୂର୍ବରୁ ପ୍ରଯୋଜକଙ୍କୁ ନିର୍ବାଚନ କମିସନଠୁ ଅନୁମତି ନେବାକୁ ପଡିବ ବୋଲି କୁହାଯାଇଛି।
Related Posts
ଭଜନ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
22 January 2021
‘ମୋଷ୍ଟ ପପୁଲାର ଷ୍ଟାର ଇଣ୍ଡିଆ ଲଭ୍ସ’ ତାଲିକାରେ ପୁଣି ଶୀର୍ଷରେ ଦୀପିକା
22 January 2021