ବଲିଉଡ୍ ୱାର୍କସଙ୍କୁ ଭାଇଜାନଙ୍କ ୩ କୋଟି ୭୫ ଲକ୍ଷ ଟଙ୍କା ଦାନ, ୨୫ ହଜାର ଦିନ ମଜୁରିଆଙ୍କୁ କରିବେ ସାହାଯ୍ୟ

Published By : Prameya-News7 Bureau | May 08, 2021 IST

ମୁମ୍ବାଇ ୦୮/୦୫: କରୋନା ମହାମାରୀର ଦ୍ୱିତୀୟ ଲହର ତାର କାୟା ବିସ୍ତାର କରି ଚାଲିଛି । ସାଧାରଣ ଜନତାଙ୍କ ସହିତ ବି-ଟାଉନର ଅନେକ ଷ୍ଟାର କରୋନାରେ ପ୍ରାଣ ହରାଇ ସାରିଲେଣି । ଏହା ବ୍ୟତୀତ ଲକଡାଉନ୍ ଯୋଗୁଁ ଲୋକମାନଙ୍କର ଅନେକ କ୍ଷତି ମଧ୍ୟ ହେଉଛି । ଲକଡାଉନରେ ସବୁଠାରୁ ଅଧିକ କ୍ଷତି ସହିବାକୁ ପଡୁଛି ବଲିଉଡରେ କାମ କରୁଥିବା ଦିନ ମଜୁରିଆମାନଙ୍କୁ । ତେଣୁ ଏହି ଦିନ ମଜୁରିଆମାନଙ୍କ ସମସ୍ୟାକୁ ଦୁର କରିବା ପାଇଁ ବଲିଉଡ୍ ସୁପରଷ୍ଟାର ସଲମାନ ଖାନ ଆଗେଇ ଆସିଛନ୍ତି । ବଲିଉଡରେ କାମ କରୁଥିବା ମୋଟ ୨୫ ହଜାର କର୍ମଚାରୀମାନଙ୍କ ମଧ୍ୟରେ ପ୍ରତ୍ୟେକଙ୍କୁ ୧୫୦୦ ଟଙ୍କା ବାଣ୍ଟିବାର ସେ ନିସ୍ପତି ନେଇଛନ୍ତି ।

ଏଥିପାଇଁ ସଲମାନ ୩ କୋଟି ୭୫ ଲକ୍ଷ ଟଙ୍କା ଦାନ କରିବେ । ଏହି କର୍ମଚାରୀମାନଙ୍କ ମଧ୍ୟରେ ଟେକ୍ନିସିଆନ୍, ମେକଅପ୍ ଆର୍ଟିଷ୍ଟ, ଷ୍ଟଣ୍ଟମ୍ୟାନ୍ ଏବଂ ସ୍ପଟବଏଜ୍ ସାମିଲ୍ ରହିବେ । ଏହା ବିଷୟରେ ତିୱାରି କହିଛନ୍ତି, ଆମେ ସଲମାନ ଖାନଙ୍କୁ ଅଭାବି ଲୋକମାନଙ୍କର ଏକ ଲିଷ୍ଟ ପଠାଇଛୁ ଏବଂ ସେ ଆବଶ୍ୟକତା ଅନୁଯାୟୀ ଟଙ୍କା ଜମା କରିବା ପାଇଁ ରାଜି ହୋଇଯାଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ୩୦ ହଜାର ସିନିୟର ସିଟିଜେନ ୱାରକର୍ସମାନଙ୍କୁ ୟସରାଜ ଫିଲ୍ମସ୍ ସାହାଯ୍ୟ କରିବାର ନିସ୍ପତି ନେଇଛି । ୟସରାଜ ଏହି ୱାର୍କସଙ୍କ ପରିବାରକୁ ୫ ହଜାର ଟଙ୍କା ଏବଂ ରାସନର ସହାୟତା କରିବ ।

ଏହି ସାହାଯ୍ୟ ବ୍ୟତୀତ ସଲମାନ ଗୋଟିଏ ଦିନ ପୂର୍ବରୁ ଘୋଷଣା କରିଥିଲେ କି ସେ ତାଙ୍କର ଆଗାମୀ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ’ର କମାଇରୁ ଭେଣ୍ଟିଲେଟର୍ସ ଏବଂ ଅକ୍ସିଜେନ୍ କିଣି ଦାନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.