ମୁମ୍ବାଇ ପୋଲିସକୁ ୧ ଲକ୍ଷ ସାନିଟାଇଜର ଦାନ କଲେ ଭାଇଜାନ ସଲମାନ : ଏହିଭଳି ପ୍ରତିକ୍ରିୟା ରଖିଲେ ଉଦ୍ଧବ ଠାକରେ...

Published By : Prameya-News7 Bureau | May 31, 2020 IST

ମୁମ୍ବାଇ ୩୧/୦୫ : ଦେଶରେ ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଜାରି ରହିଛି | ଲକଡାଉନ ଯୋଗୁଁ ଲୋକଙ୍କୁ ନାନା ଅସୁବିଧାଏଅ ସମ୍ମୁଖୀନ ହେବାକୁ ପଡୁଛି | ଏପଟେ ବଲିଉଡ ସେଲିବ୍ରିଟି ଲଗାତାର ଅଭାବୀଙ୍କୁ ସାହାଯ୍ୟ କରୁଛନ୍ତି | ବଲିଉଡର ଭାଇଜାନ ସଲମାନ ଖାନ ଲଗାତାର ଅଭାବୀଙ୍କୁ ରାସନ ଓ ଖାଦ୍ୟ ଯୋଗାଉଛନ୍ତି | ବର୍ତ୍ତମାନ ସେ ମୁମ୍ବାଇ ପୋଲିସ ପ୍ରତି ସାହାଯ୍ୟର ହାତ ବଢ଼ାଇଛନ୍ତି | ସେ ମୁମ୍ବାଇ ପୋଲିସକୁ ୧ ଲକ୍ଷ ହ୍ୟାଣ୍ଡ ସାନିଟାଇଜର ଯୋଗାଇ ଦେଇଛନ୍ତି | ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏଥିପାଇଁ ସଲମାନଙ୍କୁ ଖୁବ ପ୍ରଶଂସା କରିଛନ୍ତି | ଉଦ୍ଧବ ଠାକରେ ସଲମାନଙ୍କୁ ଧନ୍ୟବାଦ ଜଣାଇ ଏକ ଟ୍ୱିଟ କରିଛନ୍ତି | ସେ ଲେଖିଛନ୍ତି, 'ଧନ୍ୟବାଦ ସଲମାନ ଖାନ, ମୁମ୍ବାଇ ପୋଲିସକୁ ୧ ଲକ୍ଷ ସାନିଟାଇଜର ଦାନ କରିଥିବାରୁ ବହୁତ ବହୁତ ଧନ୍ୟବାଦ |'

{"id":279041,"sizeSlug":"large"}
Coronavirus on scientific background

ଉଦ୍ଧବ ଠାକରେଙ୍କ ଏହି ଟ୍ୱିଟରେ ସଲମାନ ରିଟ୍ୱିଟ କରିଛନ୍ତି | ସେ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି | ଠାକରେଙ୍କ ଏହି ଟ୍ୱିଟ ଉପରେ ଅନେକ ଲୋକ ପ୍ରତିକ୍ରିୟା ଦେଇଛନ୍ତି | ସଲମାନଙ୍କ ଏହି ପଦକ୍ଷେପକୁ ଲୋକେ ବହୁତ ପ୍ରଶଂସା କରିଛନ୍ତି |

{"id":279042,"sizeSlug":"large"}
Coronavirus on scientific background

ଏହା ପୂର୍ବରୁ ମଧ୍ୟ ସଲମାନ ଅନେକ ଅଭାବୀଙ୍କୁ ସାହାଯ୍ୟ କରିଛନ୍ତି | ହଜାର ହଜାର ଲୋକଙ୍କୁ ରାସନ ଯୋଗାଇଛନ୍ତି | ତାଙ୍କର ଫୁଡ ଟ୍ରକ ବିଙ୍ଗ ହଙ୍ଗରି ଲଗାତାର ଆବଶ୍ୟକୀୟଙ୍କୁ ଖାଦ୍ୟ ବଣ୍ଟନ କରୁଛି | ଇଦ ଅବସରରେ ମଧ୍ୟ ସଲମାନ ହଜାର ହଜାର ଲୋକଙ୍କୁ ଖାଦ୍ୟ ସାମଗ୍ରୀ ପଠାଇଥିଲେ | ଇଦ ଅବସରରେ ସଲମାନଙ୍କ 'ଭାଇ ଭାଇ' ଗୀତ ରିଲିଜ ହୋଇଛି | ଗୀତ ମାଧ୍ୟମରେ ସଲମାନ ପ୍ରଶଂସକଙ୍କୁ ଇଦର ଶୁଭେଚ୍ଛା ଜଣାଇଥିଲେ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.