Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ରାନୁ ମଣ୍ଡଳଙ୍କୁ ମିଳିଲା ୫୫ ଲକ୍ଷ ଟଙ୍କାର ଘର, ହେଲେ ସଲମନ ଖାନ୍ ଦେଇନାହାନ୍ତି ଘର, ମିଛ ଉପରୁ ପରଦା ହଟାଇଲେ ଅତିନ୍ଦ୍ର ଚକ୍ରବର୍ତ୍ତୀ, କିଏ ଜାଣନ୍ତୁ…

2/09/2019 at 4:08 PM

ମୁମ୍ବାଇ୨|୯: ରାନୁ ମଣ୍ଡଳଙ୍କୁ ନେଇ ବର୍ତ୍ତମାନ ବଲିଉଡରେ ଚହଳ ପଡିଛି। ଏମିତି ବି ସୋସିଆଲ ମିଡିଆରେ ସେ  କ୍ବିନ ହୋଇସାରିଛନ୍ତି। ତାଙ୍କର ସୁରିଲା କଣ୍ଠ ପାଇଁ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ  ହିମେଶ ରସମିଆଁ ତାଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ। ରାନୁ ମଧ୍ୟ ଅତି ସୁନ୍ଦର ଭାବେ ଗୀତଟିକୁ ପରିବେଷଣ କରିଥିଲେ।

ହେଲେ କିଛି ଦିନ ତଳେ ତାଙ୍କୁ  ସଲମାନ ଖାନ ୫୫ ଲକ୍ଷ ଟଙ୍କାର ଏକ ରାଜପ୍ରସାଦ ଭଳି ଘର ଦେବା କଥା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା। ଏଥିସହ  ସଲମାନଙ୍କ ଆଗାମୀ ଫିଲ୍ମ ଦବଙ୍ଗ-୩ରେ ରାନୁଙ୍କୁ ଗୀତ ଗାଇବା ପାଇଁ ସେ ସୁଯୋଗ ଦେବେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। ଏହିସବୁ କଥାର ପର୍ଦ୍ଦାଫାଶ ତାଙ୍କ ମ୍ୟାନେଜର ଅତିନ୍ଦ୍ର ଚକ୍ରବର୍ତ୍ତୀ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଏକ ସାକ୍ଷାତାକାର ସମୟରେ ଅତିନ୍ଦ୍ର ଚକ୍ରବର୍ତ୍ତୀ କହିଛନ୍ତି ଯେ, ରାନୁଙ୍କୁ ୫୫ ଲକ୍ଷ ଟଙ୍କାର ଘର ସଲମାନ ଖାନ୍ ଦେବା କଥା ମିଛ। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ମଧ୍ୟ ବହୁତ ଫୋନ କଲ ଆସିଥିଲା ବୋଲି ସେ କହିଥିଲେ। ରାନୁ ମଣ୍ଡଳଙ୍କୁ ଏବେ ସୁଦ୍ଧା କେହି ଘର ଦେଇ ନାହାନ୍ତି। ତାଙ୍କ ପାଇଁ ତିଆରି ହେଉଥିବା ଘରକୁ ରାଣାଘାଟ ପ୍ରଶାସନ ତିଆରି କରୁଛି। ଯେଉଁ ଟିଭି ଚ୍ୟାନେଲ ତାଙ୍କର ସିଧା ପ୍ରସାରଣ କରିଥିଲା ସେମାନେ ହିଁ ପ୍ରଶାସନ ପାଖରେ ତାଙ୍କୁ ସହଯୋଗ କରିବା ପାଇଁ ଉଦ୍ୟମ କରିଥିଲେ।

ଏହା ବ୍ୟତୀତ ରାନୁଙ୍କ ମ୍ୟାନେଜର ଅତିନ୍ଦ୍ର କହିଛନ୍ତି ଯେ, ଏବେ ସାଉଥ୍‌, ବଙ୍ଗାଳୀ ଓ ବଲିଓଡରୁ ବହୁ ଅଫର  ତାଙ୍କ ପାଖକୁ ଆସୁଛି। କିଛି ଦିନ ତଳେ ବଲିଉଡର ପ୍ରସିଦ୍ଧ ସଂଗୀତ ନିର୍ଦେଶକ ଏଆର ରେହମାନଙ୍କ ଅଫିସରୁ ମଧ୍ୟ କଲ ଆସି୍‌ଥିଲା ବୋଲି ଅତିନ୍ଦ୍ର ସୂଚନା ଦେଇଥିଲେ। ବଲିଉଡର କଣ୍ଠଶିଳ୍ପୀ ସୋନୁ ନିଗମ ମଧ୍ୟ ତାଙ୍କ ସହ ଡୁଏଟ ଗୀତ ଗାଇବାଲାଗି ଇଚ୍ଛା ପ୍ରକାଶ କରିଛନ୍ତି।

ଅତିନ୍ଦ୍ର ଶେଷରେ କହିଛନ୍ତି, ରାନୁଙ୍କୁ ଦେଖି ତାଙ୍କୁ ବହୁତ ଖୁସି ଲାଗୁଛି । ​‌ସେ ଆହୁରି ବହୁତ ଆଗକୁ ଯାଆନ୍ତୁ ବୋଲି ଅତିନ୍ଦ୍ର ତାଙ୍କୁ ଶୁଭେଚ୍ଛା  ଜଣାଇଥିଲେ। ଏବେ ଅତିନ୍ଦ୍ର ତାଙ୍କ ମ୍ୟାନେଜର ଭାବେ ସବୁ କାର୍ଯ୍ୟ ନିର୍ବାହ କରୁଛନ୍ତି।

   Related Posts