Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବିଗ୍ ବସ୍ ସିଜନ୍-୧୪ ପାଇଁ ଏତିକି ଟଙ୍କା ଫିସ୍ ନେବେ ସଲମାନ୍, ନୂଆ ସିଜନ୍ ପାଇଁ ଫିସ୍ ବଢାଇଲେ ଭାଇଜାନ୍

3/09/2020 at 5:28 PM

ମୁମ୍ବାଇ ୦୩/୦୯ : ଖୁବ ଶୀଘ୍ର ବିଗ୍‌ବସ୍ ସିଜନ-୧୪ ଆରମ୍ଭ ହେବାକୁ ଯାଉଛି | ବିଗ୍‌ବସ୍ ଆରମ୍ଭ ହେବା ପୂର୍ବରୁ ଶୋ’କୁ ନେଇ ନାନା ଚର୍ଚ୍ଚା ହେଉଛି | ସଲମାନ ଖାନଙ୍କ ଫିସକୁ ନେଇ ବିଗ୍‌ବସ୍ ସିଜନ୍-୧୪ କୁ ନେଇ ଖୁବ ଚର୍ଚ୍ଚା ହେଉଛି | ଆସନ୍ତା ଅକ୍ଟୋବର ମାସରେ ଦେଶର ସବୁଠାରୁ ବଡ ରିଆଲିଟି ଶୋ’ ବିଗ୍‌ ବସ୍ ସିଜନ-୧୪ ଆରମ୍ଭ ହେବ | ସବୁଥର ଭଳି ଏଥର ମଧ୍ୟ ସଲମାନ୍ ଖାନଙ୍କ ଫିସକୁ ନେଇ ଚର୍ଚ୍ଚା ହୋଇଛି | ସଲମାନଙ୍କ ଫିସ୍ ସମସ୍ତଙ୍କୁ ଚକିତ କରିଥାଏ | ଏଥର ମଧ୍ୟ ସଲମାନଙ୍କ ଫିସକୁ ନେଇ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ସୂତ୍ର ଅନୁସାରେ, ବିଗ୍‌ ବସ୍ ସିଜନ୍-୧୪ ହୋଷ୍ଟ କରିବାକୁ ସଲମାନ୍ ୪୫୦ କୋଟି ଟଙ୍କା ନେବେ | ସେ ହିସାବରେ ପ୍ରତି ଏପିସୋଡକୁ ୨୦ କୋଟି ଟଙ୍କା ନେବେ ସଲମାନ୍ | ଏହି ଖବର ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେଉଛି | ସଲମାନ୍ ନିଜେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି | ଏହାପରେ ଲୋକେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି | କିନ୍ତୁ ସୂତ୍ର ଅନୁସାରେ ସଲମାନ୍ ଗତ ଥର ଅପେକ୍ଷା ଏଥର ଅଧିକ ଫିସ୍ ନେଉଛନ୍ତି |

ଯେବେ ବି ବିଗ ବସ ବିଗ୍‌ବସ୍ ର ନୂଆ ସିଜନ୍ ଆରମ୍ଭ ହୁଏ ସଲମାନଙ୍କ ଫିସକୁ ନେଇ ଅନେକ ଚର୍ଚ୍ଚା ହୋଇଥାଏ | ସମସ୍ତଙ୍କ ନଜର ତାଙ୍କ ଫିସ୍ ଉପରେ ହିଁ ଥାଏ | ଗତ ଥର ସଲମାନଙ୍କ ଶୋ’ ବିଗ୍‌ ବସ୍ ଟିଆରପି ସମେତ ଅନେକ ରେକର୍ଡ ଭାଙ୍ଗିଥିଲା | ବିଗ୍‌ ବସ୍ ସିଜନ-୧୪ ର ସେଟ୍ ଫିଲ୍ମସିଟିରେ ପ୍ରସ୍ତୁତ କରାଯାଉଛି | ଅକ୍ଟୋବର ୪ ତାରିଖରେ ପ୍ରଥମେ ଶୋ’ର ଗ୍ରାଣ୍ଡ ପ୍ରିମିୟର କରାଯିବ |

   Related Posts