‘ଜିନେ କେ ହେ ଚାର୍ ଦିନ୍’ ଗୀତରେ ପୁଣି ଥରେ ଡ୍ୟାନ୍ସ କଲେ ସଲମାନ୍: ‘ଟାଇଗର-୩’ ସେଟ୍ରୁ ଭାଇରାଲ୍ ହେଲା ଭିଡିଓ

Published By : Prameya-News7 Bureau | September 14, 2021 IST

ମୁମ୍ବାଇ ୧୪/୦୯ : ବଲିଉଡ୍‌ର ଦବଙ୍ଗ ତଥା ମୋଷ୍ଟ ବ୍ୟାଚଲର୍‌ ସଲମାନ ଖାନ୍ ।  ସଲମାନ୍‌ ବର୍ତ୍ତମାନ ତୁର୍କୀରେ ଟାଇଗର-୩ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ତେବେ ସେଠାର ଶୁଟିଂ ସମୟର ଏକ ଡ୍ୟାନ୍ସ ଭିଡିଓ ମଧ୍ୟ  ସୋସିଆଲ ମିଡିଆରେ ସେୟାର ହୋଇଛି । । ଯାହା ଫଳରେ ଭିଡିଓଟି ଖୁବ୍‌ ଭାଇରାଲ ହେଉଛି ଯାହାକି ସେଥିରେ ଦେଖିବାକୁ ମିଳୁଛି କି ସେ ଶୁଟିଂର ଭରପୂରା ମଜା ନେଉଛନ୍ତି ।

wp:html
/wp:html

ତେବେ ସଲମାନ ଖାନ୍‌ ତାଙ୍କ ଫିଲ୍ମ ‘ମୁଝସେ ଶାଦି କରୋଗୀ’ର ‘ଜିନେ କେ ହେ ଚାର ଦିନ’ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି । ଏଥିରେ ସଲମାନ୍‌ ଲେଦର ଜ୍ୟାକେଟ୍‌ ସହ ବ୍ଲୁ ଡେନିମ୍‌ର ଜିନ୍ସ ପିନ୍ଧିଛନ୍ତି । ଯେଉଁଥିରେ ସଲମାନ୍‌ ଖୁବ୍ ହ୍ୟାଣ୍ଡସମ୍‌ ଦେଖା ଯାଉଥିବାର ନଜର ଆସିଛନ୍ତି । ତାଙ୍କର ଏହି  ଡ୍ୟାନ୍ସ ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ସଲମାନଙ୍କ ଏହି ଡ୍ୟାନ୍ସ ଭିଡ଼ିଓକୁ ଫ୍ୟାନ୍ସମାନେ ଖୁବ ପସନ୍ଦ କରୁଛନ୍ତି । ଏହି ଡ୍ୟାନ୍ସ ଭିଡ଼ିଓରେ ଜଣେ ୟୁଜର୍ସ ଲେଖିଛନ୍ତି ଯେ ସଲମାନ ନାଚିବା ସମୟରେ ଖୁବ କ୍ୟୁଟ ଦେଖାଯାଉଛନ୍ତି । ଏହା ବ୍ୟତୀତ ଆଉ ଜଣେ ଲେଖିଛନ୍ତି.. ଯେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବାରେ ସଲମାନ ସବୁଠୁ ଶ୍ରେଷ୍ଠ ।

wp:html
/wp:html

ସେପଟେ ସଲମାନ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏକ ଖୁବ ସୁନ୍ଦର ଫଟୋ ସେୟାର କରିଛନ୍ତି । ଯେଉଁଠି ସେ ତୁର୍କୀର କାପାଡୋସିଆଠାରେ ବାଲକୋନିରେ ଠିଆ ହୋଇ ସୂର୍ଯ୍ୟାସ୍ତକୁ ଉପଭୋଗ କରୁଛନ୍ତି । ବର୍ତ୍ତମାନ ସଲମାନ କୋ-ଷ୍ଟାର କ୍ୟାଟ୍ରିନା କୈଫଙ୍କ ସହିତ ତୁର୍କୀରେ ଟାଇଗର-୩ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଉଭୟ କିଛି ଦିନ ପୂର୍ବରୁ ତୁର୍କୀର ପର୍ଯ୍ୟଟନ ମନ୍ତ୍ରୀ ମେହମତ ନୁରୀ ଏରସାୟଙ୍କୁ ମଧ୍ୟ ଭେଟିଥିଲେ । ‘ଏକ୍‌ ଥା ଟାଇଗର’ ଫିଲ୍ମର ୩ୟ ଭାଗ ହେଉଛି ଟାଇଗର-୩ । ଏହି ଫିଲ୍ମରେ ଇମ୍ରାନ ହାସମି ମଧ୍ୟ ଅଭିନୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.