ବାରବାଟୀରେ ଜଲଓ୍ବା ଦେଖାଇବେ ଭାଇଜାନ୍; କଟକ ଆସୁଥିବା ନେଇ ଟ୍ବିଟ୍ ଜରିଆରେ ଦେଲେ ସୂଚନା
28/11/2018 at 12:00 PM

ଭୁବନେଶ୍ବର ୨୮|୧୧: ଆଜି କଟକ ବାରବାଟୀ ଷ୍ଟାଡିୟମରେ ହକି ବିଶ୍ବକପ୍ ର ଦ୍ବିତୀୟ ଉଦଘାଟନୀ ସମାରୋହ । ଆଜି ଏହି ଉତ୍ସବରେ ଯୋଗଦେବାପାଇଁ କଟକ ଆସିବେ ବୋଲି ଟ୍ବିଟ୍ କରି କହିଛନ୍ତି ଭାଇଜାନ୍ ସଲମାନ ଖାନ୍ । କଟକ ଆସୁଥିବା ନେଇ ସେ ଟ୍ବିଟର ପେଜ୍ ରେ ପୋଷ୍ଟ କରିବା ସହ ଏକ ଭିଡିଓ ମଧ୍ୟ ଅପଲୋଡ୍ କରିଛନ୍ତି । ଭିଡିଓରେ ସେ କହିଛନ୍ତି ଯେ ସେ ହକି ବିଶ୍ବକପ୍ କଟକ ଉଦଘାଟନୀ ଉତ୍ସବରେ ଯୋଗଦେବାକୁ ଓଡ଼ିଶା ଆସୁଛନ୍ତି ।
Happy to join Hockey Men’s World Cup Celebrations 2018 in the Millennium City of Cuttack on 28th November 2018. Come let’s cheer for the World’s best n make it memorable!! #HWC2018 #Odisha2018 @FIH_Hockey @TheHockeyIndia pic.twitter.com/l0a6UyKGlK
— Salman Khan (@BeingSalmanKhan) November 27, 2018