ଘରେ ସଲମାନ ଖାନଙ୍କ ଫଟୋ ଲଗାଇ ପୂଜା କରିବାକୁ ଚାହାନ୍ତି ଏହି ଅଭିନେତ୍ରୀ

Published By : Prameya-News7 Bureau | November 12, 2019 IST

ମୁମ୍ବାଇ୧୨|୧୧: ସଲମାନ ଖାନଙ୍କ ସହ ଫିଲ୍ମ ବୀରଗତିରେ ନଜର ଆସିଥିବା ପୂଜା ଡଡବାଲ ମୃତ୍ୟୁ ମୁଖରୁ ବଞ୍ଚି ଘରକୁ ଫେରିଛନ୍ତି। ସ୍ବାସ୍ଥ୍ୟରେ ସୁଧାର ଆସିବା ପରେ ପୂଜା ପୁଣିଥରେ କାମ କରିବାକୁ ଚାହାନ୍ତି। ସୂଚନାଯୋଗ୍ୟ ଯେ, ଗତ ବର୍ଷ ଖବର ଆସିଥିଲା ଯେ, ପୂଜା ଟିବି(ଯକ୍ଷ୍ମା) ରୋଗର  ଶିକାର ହୋଇଛନ୍ତି ଓ ଚିକିତ୍ସା କରିବା ପାଇଁ ତାଙ୍କ ପାଖରେ ଟଙ୍କାର ଅଭାବ ଥିଲା।ପୂଜା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସମୟରେ ତାଙ୍କୁ ସଲମାନ ଖାନଙ୍କର ପୂରା ସହଯୋଗ ମିଳିଥିଲା।  

{"id":182896}

ନିକଟରେ ସଲମାନଙ୍କ ବିଷୟରେ ପୂଜା ଏକ ସାକ୍ଷାତକାରରେ କହିଛନ୍ତି। ପ୍ରଥମେ ପୂଜା ଜାଣିପାରିନଥିଲେ ଯେ, ସେ ଟିବିରେ ଆକ୍ରାନ୍ତ। ପୂଜାଙ୍କ ପରିବାର ଲୋକେ ମଧ୍ୟ ତାଙ୍କୁ କେହି ସାହାଯ୍ୟ କରିନଥିଲେ। ତାଙ୍କୁ ରକ୍ତ ବାନ୍ତି ହେବା ପରେ ସେ ଡାକ୍ତର ତାଙ୍କୁ ମୁମ୍ବାଇ ଯିବା ପାଇଁ ପରାମର୍ଶ ଦେଇଥିଲେ। ଧୀରେ ଧୀରେ ତାଙ୍କ କେଶ ମଧ୍ୟ ଅନେକ ମାତ୍ରାରେ ଝଡିବାକୁ ଲାଗିଲା। ଘର ଲୋକେ ସାହାଯ୍ୟ ନକରିଥିବାରୁ ପୂଜା ତାଙ୍କ ସାଙ୍ଗ ନିର୍ଦ୍ଦେଶକ ରାଜେନ୍ଦ୍ର ସିଂହଙ୍କୁ କଲ କରି ନିଜ ଅବସ୍ଥା ବିଷୟରେ କହିଥିଲେ। ରାଜେନ୍ଦ୍ର ଟିକେଟ କରିବାରେ ପୂଜାଙ୍କୁ ସାହାଯ୍ୟ କରିଥିଲେ।

{"id":182897,"width":561,"height":361}

ପୂଜା ମୁମ୍ବାଇ ଆସିବା ପରେ ରାଜେନ୍ଦ୍ର ତାଙ୍କୁ ଦେଖି ଆଚମ୍ବିତ ହୋଇଥିଲେ। ପୂଜାଙ୍କ ଓଜନ ମାତ୍ର ୨୬ କିଲୋ ଥିଲା। ରାଜେନ୍ଦ୍ର ତାଙ୍କୁ ଶିବଡି ଡାକ୍ତରଖାନାରେ ଭର୍ତ୍ତି କରାଇ ଚିକିତ୍ସା କରାଇଲେ।  ହେଲେ ଟଙ୍କା ଅଭାବରୁ ଅନେକ ସମସ୍ୟା ହୋଇଥିଲା। ଗଣମାଧ୍ୟମରେ ପୂଜାଙ୍କ ଖବର ଆସିବା ପରେ ସଲମାନ ଖାନ ଏହି ବିଷୟରେ ଜାଣିଥିଲେ। ସଲମାନ ତାଙ୍କ ଟିମ୍‌ ମାଧ୍ୟମରେ ପୂଜାଙ୍କୁ ଘରୋଇ ଡାକ୍ତରଖାନା ନେବାକୁ ଚାହିଁଥିଲେ।

{"id":182898}

ହେଲେ ପୂଜା ଶିବଡି ଜାକ୍ତରଖାନାରେ ନିଜର ଚିକିତ୍ସା କରାଇବାକୁ ଚାହୁଁଥିଲେ କାରଣ ସେ ଶୁଣିଥିଲେ ଯେ, ସେଠାରେ ଚିକିତ୍ସା ହୋଇଥିବା ସବୁ ଲୋକେ ଠିକ୍‌ ହୋଇଯାଆନ୍ତି ।ପରେ ସଲମାନଙ୍କ ଟିମ୍‌ ସରକାରୀ ଡାକ୍ତରଖାନାକୁ ପ୍ରାଇଭେଟ ଡାକ୍ତରଖାନା ଭଳି କରିଦେଇଥିଲେ। ପୂଜାଙ୍କ ପାଇଁ ନୂଆ ବେଡ୍‌ରୁ ଆରମ୍ଭ କରି ଭଲ ଖାଇବା ପିଇବାର ବ୍ୟବସ୍ଥା କରାଯାଇଥିଲା। ସେଠାରେ ଜଣେ କେୟାରଟେକର ୨୪ ଘଣ୍ଟା ତାଙ୍କ ପାଖରେ ରହୁଥିଲେ।

{"id":182899}

ପୂଜାଙ୍କ କହିବା ଅନୁସାରେ ୨ ଦିନ ମଧ୍ୟରେ ସେ ଡାକ୍ତରକାନାରେ ୯ ଜଣଙ୍କ ମୃତ୍ୟୁ ଦେଖିଥିଲେ। ସେ ଭାବିଥିଲେ ଯେ, ତାଙ୍କ ନମ୍ବର ମଧ୍ୟ ଏହି ତାଲିକାରେ ରହିଛି। ହେଲେ ସଲମାନ ଖାନ ତାଙ୍କୁ ନୂଆ ଜୀବନ ଦେିଥିଲେ। ସେ ଏବେ ସମ୍ପୂର୍ଣ୍ଣ ଭାବେ ଠିକ୍‌ ଅଛନ୍ତି ଓ ଭଲ ଭାବେ ବଞ୍ଚିବାକୁ ଚାହାନ୍ତି।

{"id":182900}

ଏବେ ପୂଜା ଗୋଟେ ଘର କିଣି ସେଠାରେ ସଲମାନଙ୍କ ଫଟୋ ଲଗାଇ ତାଙ୍କୁ ପୂଜା କରିବାକୁ ଚାହାନ୍ତି। ସର୍ବପ୍ରଥମେ ସେ ସଲମାନଙ୍କୁ ଦେଖା କରି ତାଙ୍କୁ ଧନ୍ୟବାଦ କହିବାକୁ ଚାହାନ୍ତି ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.