ସଲମାନ୍ ଏବଂ ୟୁଲିୟାଙ୍କ ପ୍ରକୃତି ପ୍ରେମ : ବିଶ୍ବ ପରିବେଶ ଦିବସରେ ରାସ୍ତାରେ ଲଗାଇଲେ ଝାଡ଼ୁ,ଭିଡିଓ ଭାଇରାଲ୍
6/06/2020 at 11:55 AM

ମୁମ୍ବାଇ ୬/୬: ବିଶ୍ବ ପରିବେଶ ଦିବସରେ ପ୍ରତ୍ୟେକ ବ୍ୟକ୍ତି ପ୍ରକୃତିକୁ ବଞ୍ଚାଇବା ପାଇଁ ବିଭିନ୍ନ ପ୍ରକାର ଉପାୟ କରୁଛନ୍ତି। ଅଧିକାଂଶ ବ୍ୟକ୍ତି ଏହି ପରିବେଶକୁ ସୁରକ୍ଷିତ ରଖିବା ପାଇଁ ପ୍ରତିଶ୍ରୃତି ଦେଉଛନ୍ତି। କିନ୍ତୁ କିଛି ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ପ୍ରତିଶ୍ରୃତିକୁ ବାସ୍ତବିକତାରେ ବଦଳିବାକୁ ଉଦ୍ୟମ କରିଛନ୍ତି। ଏପରି କଳାକାର ହେଉଛନ୍ତି ସଲମାନ୍ ଖାନ୍ ଯିଏ ଏହି ଦିନକୁ ଲମ୍ବା ପୋଷ୍ଟ୍ ଜରିଆରେ ନୁହେଁ ବରଂ ନିଜେ ରାସ୍ତାରେ ସଫା କରି ସାର୍ଥକ କରିଛନ୍ତି।
ସଲମାନ୍ ଖାନ୍ ସୋସିଆଲ୍ ମିଡିଆରେ ନିଜର ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସଲମାନ୍ ଖାନ୍ ରାସ୍ତାରେ ଝାଡ଼ୁ ଲଗାଉଛନ୍ତି। ରାସ୍ତାରେ ପଡ଼ିଥିବା ପତ୍ର ଏବଂ ଅସନାକୁ ସଲମାନ୍ ଖାନ୍ ନିଜେ ଉଠାଉଛନ୍ତି ଏବଂ ସଫା କରୁଛନ୍ତି। ସଲମାନ୍ ଖାନଙ୍କ ସହ ୟୁଲିୟା ବନ୍ତୁର ମଧ୍ୟ ରାସ୍ତାରେ ସ୍ବଚ୍ଛତା ଅଭିଯାନ ଚଲାଇଛନ୍ତି। ଉଭୟ ସଲମାନ ଏବଂ ୟୁଲିୟା ଏହି ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରି ସମସ୍ତଙ୍କୁ ସ୍ବଚ୍ଛତା ଅଭିଯାନ ପ୍ରତି ଧ୍ୟାନ ରଖିବାକୁ ଅପିଲ୍ କରିଛନ୍ତି। ଦୁଇ କଳାକାର ସ୍ବଚ୍ଛ ଭାରତ ଅଭିଯାନକୁ ସଫଳ କରିବାରେ ନିଜର ଯୋଗଦାନ ଦେଇଛନ୍ତି।

ଏହି ଭିଡିଓକୁ ସେୟାର କରି ୟୁଲିୟା ଲେଖିଛନ୍ତି ଯେ ସମସ୍ତଙ୍କୁ ବିଶ୍ବ ପର୍ଯ୍ୟାବରଣ ଦିବସର ଶୁଭକାମନା। ଆମେ ସମସ୍ତେ ନିଜ ଯୋଗଦାନ ଦେଇଛୁ। ସଲମାନ୍ ଏବଂ ୟୁଲିୟାଙ୍କ ଏହି ଅଭିଯାନ ସମସ୍ତଙ୍କ ମନ ଜିତିଛି ଏବଂ ସମସ୍ତେ ଉଭୟଙ୍କ ପ୍ରଶଂସା କରୁଛନ୍ତି। ୟୁଲିୟା ଏହି ଖାସ୍ ଦିନରେ ଏକ ଗଛ ମଧ୍ୟ ଲଗାଇଛନ୍ତି। ସେ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କୁ ପ୍ରକୃତିକୁ ସୁରକ୍ଷିତ ରଖିବାକୁ ଅପିଲ୍ କରିଛନ୍ତି।
ପୂରା ବଲିଉଡ ଏହି ଦିନକୁ ଏକ ଖାସ୍ ମ୍ୟାସେଜ ଜରିଆରେ ସ୍ମରଣୀୟ କରିଛନ୍ତି।